ସୁନୀଲ ଶାସ୍ତ୍ରୀ
ସୁନୀଲ ଶାସ୍ତ୍ରୀ सुनील शास्त्री | |
|---|---|
| Member of Parliament, Rajya Sabha | |
| କାର୍ଯ୍ୟକାଳ 22 May 2002 – 25 November 2002 | |
| Member of Legislative Assembly, Uttar Pradesh | |
| କାର୍ଯ୍ୟକାଳ 1980–1989 | |
| ପୂର୍ବ ଅଧିକାରୀ | Awadhesh Kumar Srivastava |
| ପର ଅଧିକାରୀ | Shiv Pratap Shukla |
| ନିର୍ବାଚନ ମଣ୍ଡଳୀ | Gorakhpur Urban |
| Minister of Energy, Government of Uttar Pradesh | |
| କାର୍ଯ୍ୟକାଳ 1985–1987 | |
| Minister of Heavy Industries, Institutional Finance and Public Enterprises, Government of Uttar Pradesh | |
| କାର୍ଯ୍ୟକାଳ 1989–1991 | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୩ ଫେବୃଆରୀ ୧୯୫୦ Lucknow, Uttar Pradesh, India |
| ରାଜନୀତିକ ଦଳ | Indian National Congress (Before 2009,2021—Present) Bharatiya Janata Party (2009—2021) |
| ଜୀବନ ସାଥୀ |
Meera Shastri (m. ୧୯୭୩) |
| ସନ୍ତାନ | 3 sons |
| ବାପା/ବୋଉ | ଲାଲ ବାହାଦୁର ଶାସ୍ତ୍ରୀ ଲଳିତା ଶାସ୍ତ୍ରୀ |
ସୁନୀଲ ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ପୁତ୍ର । ଯେତେବେଳେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଥିଲେ, ସେତେବେଳେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ।[୧][୨] ପରେ ସେ କଂଗ୍ରେସ ପାର୍ଟି ସହିତ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗଦେଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାଳରେ ସେ ବିଜେପିର ଜାତୀୟ ସଚିବ ଥିଲେ । ସେ ଜଣେ ରାଜନେତା ହେବା ସହ କବି ଓ ଲେଖକ ମଧ୍ୟ ଅଟନ୍ତି । ସେ ତାଙ୍କ ପିତାଙ୍କ ଜୀବନ ଉପରେ ଆଧାରିତ ଏକ ପୁସ୍ତକ ହିନ୍ଦୀରେ ଲେଖିଛନ୍ତି ଯାହାର ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଛି ।
ସଂକ୍ଷିପ୍ତ ପରିଚୟ
[ସମ୍ପାଦନା]୧୩ ଫେବୃଆରୀ ୧୯୫୦ରେ ଜନ୍ମ ନେଇଥିବା ସୁନୀଲ ଶାସ୍ତ୍ରୀ, ଶ୍ରୀମତୀ ଲଳିତା ଶାସ୍ତ୍ରୀ ଓ ଶ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ତୃତୀୟ ପୁତ୍ର । ସେ ଦିଲ୍ଲୀର ସେଣ୍ଟ କଲମ୍ବାସ୍ ଶିକ୍ଷାଳୟରେ ପ୍ରାରମ୍ଭିକ ଶିକ୍ଷା ନେଇଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୦ରେ ସକ୍ରିୟ ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପ୍ରବନ୍ଧକ ଥିଲେ । ସେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାମ କରିଛନ୍ତି । ସେ ଜୟପୁର ନିବାସୀ ମୀରା ଶାସ୍ତ୍ରୀଙ୍କ ସହ ବିବାହ କରିଛନ୍ତି । ତାଙ୍କର ତିନିଜଣ ପୁତ୍ର ଅଛନ୍ତି – ବିନମ୍ର, ବୈଭବ ଓ ବିଭୋର ।
ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଠିତ ହେଲା, ସୁନୀଲ ଶାସ୍ତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ । ବାଜପେୟୀ ତାଙ୍କୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀରେ ସଂଗଠନ ଦାୟିତ୍ୱ ଦେଲେ । ଯେତେବେଳେ ନରେନ୍ଦ୍ର ମୋଦି ବିଜେପିର ଜାତୀୟ ସଂଘଠନ ସଚିବ ଥିଲେ, ସୁନୀଲ ଶାସ୍ତ୍ରୀ ମଧ୍ୟ ସେଥିରେ ଥିଲେ । ପରେ ଅଟଳଜୀଙ୍କ ସରକାର ହାରିଯିବା ପରେ, ସୁନୀଲ ଶାସ୍ତ୍ରୀ ବିଜେପିରେ ଉପେକ୍ଷିତ ବୋଧ କରି ଲାଲକୃଷ୍ଣ ଅଡବାଣୀଙ୍କୁ ଇସ୍ତଫା ଦେଲେ ଓ ପୁନଃ କଂଗ୍ରେସକୁ ଚାଲିଗଲେ । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ କୌଣସି ଦାୟିତ୍ୱ ମିଳିଲା ନାହିଁ । ଯେତେବେଳେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା, ସେ ପୁଣି ବିଜେପିକୁ ଫେରିଲେ ।
ସେ କବିତା, ସଙ୍ଗୀତ ଓ ସାମାଜିକ କାର୍ଯ୍ୟସହିତ ଭିନ୍ନ ଭିନ୍ନ ଭାବରେ କାର୍ଯ୍ୟ କରିଛନ୍ତି । ସାମାଜିକ-ଆର୍ଥିକ ପରିବର୍ତ୍ତନ ସମ୍ପର୍କରେ ତାଙ୍କର ଭାବନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୁଏ ।
ପ୍ରକାଶିତ ପୁସ୍ତକସମୂହ
[ସମ୍ପାଦନା]- ଲାଲ ବହାଦୁର ଶାସ୍ତ୍ରୀ: ମେରେ ବାବୁଜୀ
- Lal Bahadur Shastri: Past Forward (ଉପରେ ଉଲ୍ଲେଖିତ ପୁସ୍ତକର ଇଂରାଜୀ ଅନୁବାଦ)
ଆଧାର
[ସମ୍ପାଦନା]- ↑ "Is Prime Minister Narendra Modi like Lal Bahadur Shastri? Former PM's son says yes". India Today (in ଇଂରାଜୀ). 2017-03-06. Retrieved 2025-05-31.
- ↑ Team, DNA Web. "Sunil Shastri son of former prime minister to join Congress". DNA India (in ଇଂରାଜୀ). Retrieved 2025-05-31.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |