Jump to content

ସୁନୀଲ ଲହରୀ

ଉଇକିପିଡ଼ିଆ‌ରୁ
ସୁନୀଲ ଲହରୀ
ଜନ୍ମ (1961-01-09) ୯ ଜାନୁଆରୀ ୧୯୬୧ (ବୟସ ୬୫)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନୱିଲସନ କଲେଜ ମୁମ୍ବାଇ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୦-୧୯୯୬
୨୦୧୭-ଏବେଯାଏଁ
ପ୍ରସିଦ୍ଧି୧୯୮୭ର ରାମାୟଣରେ ଲକ୍ଷ୍ମଣ
ବୈବାହିକ-ସାଥୀ(s)ରାଧା ସେନ (ଛାଡ଼ପତ୍ର)
ଭାରତୀୟ ପାଠକ
ସନ୍ତାନ

ସୁନୀଲ ଲହରୀ (ଜନ୍ମ: ୯ ଜାନୁଆରୀ ୧୯୬୧) ଜଣେ ଭାରତୀୟ ଅଭିନେତା । ୧୯୮୭ ମସିହାରେ, ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଟେଲିଭିଜନରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ରାମାୟଣରେ, ସେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୬୧ ମସିହାର ଜାନୁଆରୀ ୯ ତାରିଖରେ, ସେ ମଧ୍ୟ ପ୍ରଦେଶର ଦାମୋହଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶୀକର ଚନ୍ଦ୍ର ଲହରୀ ପେଶାରେ ଏକ ମେଡିକାଲ କଲେଜର ଜଣେ ପ୍ରାଧାପକ ଏବଂ ତାଙ୍କ ମାଆଙ୍କ ନାମ ତାରା ଲହରୀ ।[][] ଭୋପାଳରୁ ସ୍କୁଲଶିକ୍ଷା ଶେଷ କରି, ସେ ମୁମ୍ବାଇ ଯାଇଥିଲେ, ଯେଉଁଠି ସେ ୱିଲସନ କଲେଜରୁ କଳାରେ ସ୍ନାତକ କରିଥିଲେ ।[][]

ସେ ରାଧା ସେନଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କର ଛାଡ଼ପତ୍ର ହେବା ପରେ, ସେ ଭାରତୀ ପାଠକଙ୍କୁ ବିବାହ କରିଥିଲେ ।[] ତାଙ୍କର ପୁଅଙ୍କ ନାମ କ୍ରିଶ ।[]

ଅଭିନୟ ଜୀବନ

[ସମ୍ପାଦନା]

୧୯୮୦ ମସିହାରେ, ସେ ହିନ୍ଦୀ କଥାଚିତ୍ର ଦି ନକ୍ସଲାଇଟ୍ସ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସ୍ମିତା ପାଟିଲଙ୍କ ସହ କାମ କରିଥିଲେ । ଅନୁରାଧା ପଟେଲଙ୍କ ସହ, ୧୯୮୫ ମସିହାର କଥାଚିତ୍ର ଫିର୍ ଆୟି ବରସାତରେ ସେ କାମ କରିଥିଲେ ।[][]

୧୯୯୧ ମସିହାର କଥାଚିତ୍ର ବାହାରୋଁ କା ମଞ୍ଜିଲରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।[] ୧୯୯୦ ମସିହାର ଟିଭି ସିରିଜ୍ ପରମ ବୀର ଚକ୍ରରେ, ସେ ରାମ ରାଘବ ରାଣେଙ୍କ ଭୂମିକାରେ ଅଭିନୟ କରିଥିଲେ । ୧୯୯୫ ମସିହାରେ, ସେ ଜନମ କୁଣ୍ଡଳୀ କଥାଚିତ୍ରରେ ବିନୋଦ ଖାନ୍ନାଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୭ ମସିହାରେ, ସେ ହିନ୍ଦୀ କଥାଚିତ୍ର ଏ ଡଟର୍‌ସ୍ ଟେଲ୍ ପଙ୍ଖରେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଦି ନକ୍ସଲାଇଟ୍ସ (୧୯୮୦)
  • ଫିର୍ ଆୟି ବରସାତ (୧୯୮୫)
  • ଜାଜିରା (୧୯୮୭)
  • ବାହାରୋଁ କେ ମଞ୍ଜିଲ (୧୯୯୧)
  • ଆଜା ମେରି ଜାନ୍ (୧୯୯୩)
  • ଜନମ କୁଣ୍ଡଳୀ (୧୯୯୫)
  • ଏ ଡଟର୍‌ସ୍ ଟେଲ୍ ପଙ୍ଖ୍ (୨୦୧୭)

ଟେଲିଭିଜନ

[ସମ୍ପାଦନା]
  • ବିକ୍ରମ ଔର ବେତାଳ (୧୯୮୫)
  • ରାମାୟଣ (୧୯୮୭)
  • ପରମ ବୀର ଚକ୍ର (୧୯୮୮)
  • ଲବ କୁଶ (୧୯୮୮)
  • ସପ୍ନୋଁ କୀ ଦୁନିୟା (୧୯୯୫-୧୯୯୬)
  • ଦି କପିଲ ଶର୍ମା ଶୋ (୨୦୨୦) - ଅତିଥି
  • ସା ରେ ଗା ମା ପା ଲି'ଲ ଚାମ୍ପସ୍ (୨୦୨୦) - ଅତିଥି
  1. Vohra, Meera (5 March 2012). "Sunil Lahiri donates fathers body". The Times of India (in ଇଂରାଜୀ). Retrieved 11 January 2021.
  2. ୨.୦ ୨.୧ ୨.୨ "150 लड़कों में इन्हें मिला था लक्ष्मण का रोल, आज कहां है सुनील लहरी". Dainik Bhaskar (in ହିନ୍ଦୀ). 22 July 2018. Retrieved 8 March 2020.
  3. "दमोह का पम्मी 150 लड़कों को पछाड़कर बना था रामायण में लक्ष्मण". Dainik Bhaskar (in ହିନ୍ଦୀ). 2 April 2020. Retrieved 19 September 2020.
  4. "क्या आपने देखे हैं 'रामायण' के इन किरदारों के रियल लाइफ पार्टनर, कुछ तो इंडस्ट्री से रहते हैं द". ABP (in ହିନ୍ଦୀ). 1 May 2023. Retrieved 18 January 2024.
  5. "Netizens swoon over Sunil Lahri's son's handsomeness; a look at rare and unseen pics of the cast of Ramayan's family members". The Times of India. 9 May 2020. Retrieved 11 October 2020.
  6. Raghuvanshi, Aakanksha (28 April 2020). "Sunil Lahri And Anuradha Patel In A Rare Pic From 1985 Film Phir Aayee Barsat". NDTV. Retrieved 13 June 2023.
  7. "Baharon Ke Manzil Film details". IBOS. Archived from the original on 1 October 2014. Retrieved 2 October 2014.
  8. "Ramayan's Laxman, Sunil Lahri reminisces the time he worked with Smita Patil, Vinod Khanna". Mumbai Mirror (in ଇଂରାଜୀ). 24 April 2020. Retrieved 13 June 2023.
  9. "A look at what actors from DD's Ramayana serial are doing now". Hindustan Times. 5 April 2020. Retrieved 13 June 2023.

ବାହାର ଲିଙ୍କ୍

[ସମ୍ପାଦନା]