Jump to content

ସୁଧୀ ରଞ୍ଜନ ଦାସ

ଉଇକିପିଡ଼ିଆ‌ରୁ
ସୁଧୀ ରଞ୍ଜନ ଦାସ
alt
Sudhi Ranjan Das, Chief Justice of India
5th Chief Justice of India
କାର୍ଯ୍ୟକାଳ
1 February 1956  30 September 1959
Appointed byRajendra Prasad
ପୂର୍ବ ଅଧିକାରୀBijan Kumar Mukherjea
ପର ଅଧିକାରୀBhuvaneshwar Prasad Sinha
Judge of Supreme Court of India
କାର୍ଯ୍ୟକାଳ
28 January 1950  31 January 1956
Appointed byRajendra Prasad
Chief JusticeH. J. Kania
Judge of Federal Court of India
କାର୍ଯ୍ୟକାଳ
20 January 1950  27 January 1950
Nominated byH. J. Kania
Appointed byC. Rajagopalachari
2nd Chief Justice of Punjab and Haryana High Court
କାର୍ଯ୍ୟକାଳ
19 January 1949  19 January 1950
Appointed byC. Rajagopalachari
ପୂର୍ବ ଅଧିକାରୀRam Lall
ପର ଅଧିକାରୀEric Weston
Judge of Calcutta High Court
କାର୍ଯ୍ୟକାଳ
1 December 1942  18 January 1949
Appointed byLord Linlithgow
Chief JusticeHarold Derbyshire
ବ୍ୟକ୍ତିଗତ ସବିଶେଷ
ଜନ୍ମ(1894-10-01)୧ ଅକ୍ଟୋବର ୧୮୯୪
Calcutta, Bengal Presidency, British India[]
ମୃତ୍ୟୁ୧୮ ସେପ୍ଟେମ୍ବର ୧୯୭୭(1977-09-18) (ବୟସ ୮୨)
ସମ୍ପର୍କAshoke Sen (son-in-law)
Chittaranjan Das, Sarala Roy, Abala Bose, Satish Ranjan Das (cousins)
ସନ୍ତାନ3 including Suranjan Das
ଶିକ୍ଷାLL. B. (Hons.)
ଶିକ୍ଷାନୁଷ୍ଠାନPatha Bhavana,
Bangabasi College University of Calcutta,
University College London,
Scottish Church College

ସୁଧୀ ରଞ୍ଜନ ଦାସ (୧ ଅକ୍ଟୋବର ୧୮୯୪– ୧୮ ସେପ୍ଟେମ୍ବର ୧୯୭୭) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପଞ୍ଚମ ମୁଖ୍ୟ ନ୍ୟାୟାଧୀଶ ଥିଲେ ଓ ୧ ଫେବୃଆରୀ ୧୯୫୬ ରୁ ୩୦ ସେପ୍ଟେମ୍ବର ୧୯୫୯ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।[] ଦାସ ଦ ଷ୍ଟେଟସମ୍ୟାନ ପତ୍ରିକାର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ପୃଷ୍ଠଭୂମି ଓ ଶିକ୍ଷା

[ସମ୍ପାଦନା]

ସୁଧୀ ରଞ୍ଜନ ଦାସଙ୍କ ଜନ୍ମ କଲିକତାର ପ୍ରସିଦ୍ଧ ବୈଦ୍ୟ ବ୍ରାହ୍ମଣ ‘ଦାସ’ (ମୂଳତଃ ‘ଦାସଗୁପ୍ତ’) ପରିବାରରେ ଟେଲିରବାଘରେ ହୋଇଥିଲା । ସେ ଥିଲେ ରାଖାଲ ଚନ୍ଦ୍ର ଦାସ ଓ ବିନୋଦିନୀ ଦାସଙ୍କ ପୁତ୍ର । ସେ ଶାନ୍ତିନିକେତନର ପାଠ ଭବନରେ ପଢ଼ିଥିଲେ, ଯେଉଁଠାରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରଥମ ଚାରିଜଣ ଶିଷ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।[] ସ୍କଟିଶ ଚର୍ଚ୍ଚ କଲେଜରେ ଇଣ୍ଟରମିଡିଏଟ ପରୀକ୍ଷା ସମାପ୍ତ କରି ସେ କଲିକତା ବିଶ୍ୱବିଦ୍ୟାଳୟ ସଂଯୁକ୍ତ ବଙ୍ଗବାସୀ କଲେଜକୁ ଯାଇ ଶିକ୍ଷା ଗ୍ରହଣ କଲେ ଓ ସେଠାରୁ ସ୍ନାତକ ଡିଗ୍ରୀ ଲାଭ କଲେ। ପରେ ସେ ଯୁକ୍ତରାଜ୍ୟର ୟୁନିଭର୍ସିଟି କଲେଜ ଲଣ୍ଡନ‌ରେ ଆଇନ ପଢ଼ି ୧୯୧୮ରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀର LL.B. ଡିଗ୍ରୀ ଅର୍ଜନ କଲେ ।[]

ପେଶା ଜୀବନ

[ସମ୍ପାଦନା]

୧୯୪୨ରେ ସେ କଲିକତା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ।[] ୧୯୪୪ରେସେ ପୁଇସ୍ନି ଜଜ୍‌ (Puisne Judge) ଭାବେ ପଦୋନ୍ନତି ପାଇଲେ । ୧୯୪୯ରୁ ୧୯୫୦ ପର୍ଯ୍ୟନ୍ତ ସେ ପଞ୍ଜାବ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଥିଲେ । ୧୯୫୦ରେ, ନୂତନ ଭାରତୀୟ ସଂବିଧାନ ଲାଗୁ ହେବାର କିଛି ଦିନ ପୂର୍ବରୁ, ସେ ଫେଡେରାଲ୍ କୋର୍ଟ/ଭାରତୀୟ ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ । ସେ ଦୁଇଥର କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କଲେ ଓ ପରେ ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀ — ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ ସଂପାଦନ କଲେ । ସେ ୩୦ ସେପ୍ଟେମ୍ବର ୧୯୫୯ରେ ଏହି ପଦବୀରୁ ଅବସର ନେଲେ ।

ସୁପ୍ରିମକୋର୍ଟରେ ତାଙ୍କ କାର୍ଯ୍ୟକାଳରେ, ଦାସ ୧୬୦ଟି ରାୟ ଲେଖିଥିଲେ ଓ ୫୬୦ଟି ବେଞ୍ଚରେ ବସିଥିଲେ ।[] ତାଙ୍କ ମହାନ୍ୟାୟାଧୀଶ କାର୍ଯ୍ୟକାଳରେ, ସୁପ୍ରିମକୋର୍ଟର ନ୍ୟାୟାଧୀଶ ସଂଖ୍ୟା ୮ ରୁ ୧୧କୁ ବୃଦ୍ଧି ପାଇଥିଲା । ସେ ନିଯୁକ୍ତ କରିଥିବା ୧୦ ଜଣ ନ୍ୟାୟାଧୀଶଙ୍କ ମଧ୍ୟରୁ ୬ ଜଣ ଶେଷରେ ଭାରତର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ।[]

ପାରିବାରିକ ଜୀବନ

[ସମ୍ପାଦନା]

ସୁଧୀ ରଞ୍ଜନ ଦାସଙ୍କ ବିବାହ ହୋଇଥିଲା ସ୍ୱପ୍ନା ମଜୁମଦାରଙ୍କ ସହିତ, ଯିଏ ଆଇ.ସି.ଏସ୍. ଅଫିସର ଏସ. ବି. ମଜୁମଦାରଙ୍କ କନ୍ୟା । ଏହି ଦମ୍ପତିଙ୍କର ଦୁଇଜଣ ପୁତ୍ର — ଗ୍ରୁପ୍ କ୍ୟାପ୍ଟେନ ସୁରଞ୍ଜନ ଦାସ ଓ ସୁହୃଦ୍ ରଞ୍ଜନ ଦାସ, ଏବଂ ଗୋଟିଏ କନ୍ୟା ଅଞ୍ଜନା ଥିଲେ । ତାଙ୍କ କନ୍ୟା ଅଞ୍ଜନାଙ୍କ ବିବାହ ତାଙ୍କ ଜୁନିୟର କାଉନସେଲ୍ ଅଶୋକ ସେନଙ୍କ ସହିତ ହୋଇଥିଲା, ଯିଏ ପରେ କେନ୍ଦ୍ର ସରକାରର ଆଇନ ମନ୍ତ୍ରୀ ହୋଇଥିଲେ। ତାଙ୍କ ସମସ୍ତ ସନ୍ତାନଙ୍କ ପାଇଁ ନାମ ରବୀନ୍ଦ୍ରନାଥ ଠାକୁର ଦେଇଥିଲେ ।

  1. "Sudhi Ranjan Das". Journal of the Indian Law Institute. 2 (2/3): 154–156. January–June 1960. JSTOR 43953753.
  2. "Justice Sudhi Ranjan Das | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-02.
  3. 1 2 Biography on Supreme Court of India's NIC webpage
  4. "Wayback Machine" (PDF). www.scottishchurch.ac.in. Retrieved 2025-12-02.
  5. "S.R. Das". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-02.
  6. "S.R. Das". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2024-09-26.
  7. "The First Eight". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2024-09-26.