Jump to content

ସୁଧୀର ଯୋଶୀ

ଉଇକିପିଡ଼ିଆ‌ରୁ
ସୁଧୀର ଯୋଶୀ
ଜନ୍ମ୧୯୪୮
ମୃତ୍ୟୁ୧୪ ଡିସେମ୍ବର ୨୦୦୫(2005-12-14) (ବୟସ ୫୬–୫୭)
ବୃତ୍ତିଅଭିନେତା

ସୁଧୀର ଯୋଶୀ (୧୯୪୮ – ୧୪ ଡିସେମ୍ବର ୨୦୦୫) ଜଣେ ଭାରତୀୟ ଅଭିନେତା ଓ କମେଡ଼ିଆନ୍ । ଦାଦରରେ ଜନ୍ମିତ ଯୋଶୀ ଅର୍ଥନୀତିରେ ସ୍ନାତକ ହାସଲ କରିବା ପାଇଁ ପିଣ୍ଟୋ ଭିଲ୍ଲା (ରାଜା ଶିବାଜୀ ବିଦ୍ୟାଳୟର ଶାଖା) ଏବଂ ପରେ କୀର୍ତ୍ତି କଲେଜରେ ପଢ଼ିଥିଲେ । କୀର୍ତ୍ତିଠାରେ ସେ ଆଇନ ଅଧ୍ୟୟନ ମଧ୍ୟ କରିଥିଲେ । ସେ ପ୍ରକାଶନ ସଂସ୍ଥା ବ୍ଲାକି ଆଣ୍ଡ ସନ୍ସରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିଲେ । ୧୯୭୩ ମସିହାରେ ଏହି ପଦ ଛାଡ଼ି ସେ ଅନ୍ୟାନ୍ୟ ବିକ୍ରୟ ସମ୍ବନ୍ଧୀୟ ଚାକିରୀରେ ଏକ ବର୍ଷ କାମ କରିଥିଲେ, ତା'ପରେ ୧୯୭୪ ମସିହାରେ ଏକ ନାଟକରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ଯୋଶୀଙ୍କ ଅଭିନୟ ଜୀବନର ଆରମ୍ଭ ସମୟ ଥିଲା । ଡିସେମ୍ବର ୨୦୦୫ରେ, ସେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[]

  1. "Theatre personality Sudhir Joshi dead". 14 December 2005.

ବାହାର ଲିଙ୍କ୍

[ସମ୍ପାଦନା]