Jump to content

ସୁଧା ମୂର୍ତି

ଉଇକିପିଡ଼ିଆ‌ରୁ
ଇନ୍‌ଫୋସିସ୍ ଫାଉଣ୍ଡେସନରେ ସୁଧା ମୂର୍ତି

ସୁଧା ମୂର୍ତି (ଜନ୍ମ ନାମ: କୁଲକର୍ଣ୍ଣୀ; ଜନ୍ମ: ୧୯ ଅଗଷ୍ଟ ୧୯୫୦) ଜଣେ ଭାରତୀୟ ଲେଖିକା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା । ସେ ଏକ ଅଣ-ଲାଭକାରୀ ଅନୁଷ୍ଠାନ ଇନ୍‌ଫୋସିସ୍‌ ଫାଉଣ୍ଡେସନର ସଂସ୍ଥାପକ ଅଧ୍ୟକ୍ଷା ।[] ସେ ଇନ୍‌ଫୋସିସ୍‌ର ସହ ସଂସ୍ଥାପକ ନୃସିଂହ ନାରାୟଣ ମୂର୍ତିଙ୍କ ସହ ବିବାହିତ । ୨୦୨୪ ମସିହାରେ, ସୁଧା ମୂର୍ତିଙ୍କୁ ସାମାଜିକ କାର୍ଯ୍ୟ ଓ ଶିକ୍ଷା ଅନୁକୂଳରେ ତାଙ୍କ ଅବଦାନ ପାଇଁ ୮ ମାର୍ଚ୍ଚ ୨୦୨୪ ରେ ରାଜ୍ୟ ସଭାର ସଂସଦ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୬ ମସିହାରେ ସୁଧା ମୂର୍ତିଙ୍କୁ ଭାରତ ସରକାର ତରଫରୁ ସାମାଜିକ କାର୍ଯ୍ୟ ପାଇଁ ଦିଆଯାଉଥିବା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ଯାହା ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ । ୨୦୨୩ ମସିହାରେ ସେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ, ଯାହା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ।[]

ପ୍ରାରମ୍ଭିକ ଜୀବନ, ଶିକ୍ଷା ଓ ପେଶା

[ସମ୍ପାଦନା]

ସୁଧା କୁଲକର୍ଣ୍ଣୀ ମୂର୍ତିଙ୍କ ଜନ୍ମ କର୍ଣ୍ଣାଟକ ରାଜ୍ୟର ଶିଗାଓଁରେ ହୋଇଥିଲା । ପିତା ଥିଲେ ଡ଼ଃ ଆର୍. ଏଚ୍. କୁଲକର୍ଣ୍ଣୀ ଓ ମାତା ବିମଳା କୁଲକର୍ଣ୍ଣୀ । ସୁଧା B.V.B ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କଲେଜ୍‌ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ‌ରେ B.E. ଡିଗ୍ରୀ ଲାଭ କରିଥିଲେ । ସେ ଶ୍ରେଣୀରେ ପ୍ରଥମ ହୋଇଥିଲେ ଏବଂ କର୍ଣ୍ଣାଟକ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବରାଜ ଉର୍ସଙ୍କ ହାତରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ । ପରେ ସେ ଭାରତୀୟ ବିଜ୍ଞାନ ସଂସ୍ଥାନରୁ କମ୍ପ୍ୟୁଟର ବିଜ୍ଞାନରେ M.E. ଶିକ୍ଷା ଲାଭ କଲେ ଏବଂ ଏଠି ମଧ୍ୟ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଥିଲେ ।

ସୁଧା ମୂର୍ତ୍ତି ଭାରତର ସବୁଠାରୁ ବଡ଼ ଗାଡ଼ି ଉତ୍ପାଦକ କମ୍ପାନୀ ଟାଟା ଇଞ୍ଜିନିୟରିଂ ଏବଂ ଲୋକୋମୋଟିଭ୍ କମ୍ପାନୀ (TELCO) ରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଇଞ୍ଜିନିୟର୍ ହୋଇଥିଲେ । ସେ ପୁଣେରେ ଏକ ଡିଭେଲପମେଣ୍ଟ ଇଞ୍ଜିନିୟର୍ ଭାବେ କାମ ଆରମ୍ଭ କଲେ ଏବଂ ପରେ ମୁମ୍ବାଇ ଓ ଜମ୍ଶେଦପୁର ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ TELCO ର 'Men only' ("ପୁରୁଷମାନେ କେବଳ") ନୀତି ବିରୋଧରେ କମ୍ପାନୀ ର ଚେୟାରମ୍ୟାନ୍ ଙ୍କୁ ଗୋଟିଏ ପୋଷ୍ଟକାର୍ଡ୍ ଲେଖିଥିଲେ । ଏହା ଫଳରେ, ତାଙ୍କୁ ବିଶେଷ ସାକ୍ଷାତ୍କାର ଦିଆଯାଇଥିଲା ଏବଂ ସେ ସିଧାସଳଖ ଭାବେ ନିଯୁକ୍ତ ହେଲେ ।[] ଏହାପରେ ସେ ପୁଣେରେ ଥିବା ଵାଲଚନ୍ଦ୍ ଗୃପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ରେ ସିନିଅର୍ ସିଷ୍ଟମ୍ ଏନାଲିଷ୍ଟ୍ ଭାବେ ଯୋଗଦେଲେ ।

୧୯୯୬ ମସିହାରେ ସେ ଇନ୍‌ଫୋସିସ୍ ଫାଉଣ୍ଡେସନ୍ ଆରମ୍ଭ କଲେ ଏବଂ ୨୦୨୦ ରେ ଦାୟୀତ୍ଵରୁ ଅବସର ନେଲେ ।

ସୁଧା ମୂର୍ତ୍ତି ବହୁ ପୁସ୍ତକ ଲେଖିଛନ୍ତି ଓ ପ୍ରକାଶିତ କରିଛନ୍ତି, ଯେଉଁଥିରେ ଉପନ୍ୟାସ, ଗୌଣ ସାହିତ୍ୟ, ଭ୍ରମଣ କାହାଣୀ, ପ୍ରାଯୁକ୍ତିକ ପୁସ୍ତକ ଓ ଆତ୍ମଜୀବନୀ ଅନ୍ତର୍ଭୁକ୍ତ । ତାଙ୍କର ପୁସ୍ତକଗୁଡିକ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଅନୁବାଦ ହୋଇଛି । ସେ ଇଂରାଜୀ ଓ କନ୍ନଡ଼ ଖବରକାଗଜରେ ଏକ ସ୍ତମ୍ଭକାର ଭାବେ ମଧ୍ୟ କାମ କରିଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ପୁଣେରେ ଟେଲ୍‌କୋରେ କାମ କରିବା ସମୟରେ, ସେ ନିଜର ଜୀବନସାଥୀ ଶ୍ରୀ ନାରାୟଣ ମୂର୍ତିଙ୍କ ସହ ପରିଚିତ ହେଲେ ଏବଂ ବିବାହ କରିଲେ । ସେମାନଙ୍କ ଦୁଇ ସନ୍ତାନ ଅଛନ୍ତି – ଅକ୍ଷତା ନାରାୟଣ ମୂର୍ତ୍ତି ଓ ରୋହନ। ସୁଧାଙ୍କ ସ୍ୱାମୀ ଏନ. ଆର୍. ନାରାୟଣମୂର୍ତି, ଇନ୍‌ଫୋସିସ୍‌ର ସହ ସଂସ୍ଥାପକ । ତାଙ୍କ ଭଉଣୀ ଜୟଶ୍ରୀ ଦେଶପାଣ୍ଡେ, ଆମେରିକୀୟ ବ୍ୟବସାୟୀ ଗୁରୁରାଜ ଦେଶପାଣ୍ଡେଙ୍କ ସ୍ତ୍ରୀ, ଏବଂ ଭାଇ ଶ୍ରୀନିବାସ କୁଲକର୍ଣ୍ଣୀ, କ୍ୟାଲଟେକ୍‌ର ବୈଜ୍ଞାନିକ ।

ଶିକ୍ଷାଗତ ଯୋଗ୍ୟତା

[ସମ୍ପାଦନା]
  • B.V.B କଲେଜରୁ B.E. (ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ)
  • ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରୁ M.E. (କମ୍ପ୍ୟୁଟର ସାଇନ୍ସ)

ସାମାଜିକ ଅଭିଯାନ

[ସମ୍ପାଦନା]

ସେ ଏକ ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ଓ ଲେଖିକା। ସେ ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ସହ ସଂସ୍ଥାପିକା ଓ ସକ୍ରିୟ ଅଂଶୀଦାର। ଏହି ସଂସ୍ଥା ମାଧ୍ୟମରେ ଗ୍ରାମୀଣ କ୍ଷେତ୍ରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଶିକ୍ଷା, ପାଠାଗାର, ସଂଗଣକ ବିତରଣ କାର୍ଯ୍ୟ ସେ କରିଛନ୍ତି । ତିନି ହଜାର ଟାଂକି ବନାଇବା ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀ ଖୋଲିବା ପର୍ଯ୍ୟନ୍ତ ସେ ଅନେକ ଦିଗରେ କାର୍ଯ୍ୟ କରିଛନ୍ତି ।

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • 2004 – ରାଜା-ଲକ୍ଷ୍ମୀ ପୁରସ୍କାର (ଚେନ୍ନାଇ)
  • 2006 – ପଦ୍ମଶ୍ରୀ
  • 2006 – ଆର.କେ. ନାରାୟଣ ସାହିତ୍ୟ ପୁରସ୍କାର
  • 2010 – କର୍ଣ୍ଣାଟକ ସରକାରର ଦାନା ଚିନ୍ତାମଣି ଅତୀମ୍ବ୍ବେ ପୁରସ୍କାର
  • 2011 – LL.D (ଗଣବିଦ୍ୟା) ମାନଦ ସମ୍ମାନ
  • 2013 – ବସବ ଶ୍ରୀ ପୁରସ୍କାର (ସେ ଓ ତାଙ୍କ ସ୍ୱାମୀ)
  • 2018 – Crossword Book Award (ନନ୍-ଫିକ୍ସନ୍)
  • 2019 – ଡକ୍ଟର ଅଫ୍ ସାଇନ୍ସ, IIT କାନପୁର
  • 2023 – ପଦ୍ମ ଭୂଷଣ
  • 2023 – ସାହିତ୍ୟ ଅକାଦେମୀ ବାଳ ସାହିତ୍ୟ ପୁରସ୍କାର
  • 2023 – ଗ୍ଲୋବାଲ ଇଣ୍ଡିଆନ୍ ଅୱାର୍ଡ ($50,000), ଯେଉଁଥିରେ ତାଙ୍କ ଓ ସ୍ୱାମୀ ଦୁହେଁ ସମ୍ମାନିତ

ପ୍ରକାଶିତ ସାହିତ୍ୟ

[ସମ୍ପାଦନା]

ବହି (କନ୍ନଡ଼)

[ସମ୍ପାଦନା]
  • Computer lokadalli (2000)
  • Hakkiya Teradali (2003)
  • Guttondu Heluve (2006)
  • Saamaanyralli Asaamaanyaru (2006)
  • Athirikthe (2007)
  • Tumula (2007)
  • Yashasvi (2007)
  • Runa (2008)
  • Sukeshini Mattu Itara Makkala Kathegalu (2008)
  • Paridhi (2009)
  • Yerilitada Daariyalli (2017)
  • Kaveri inda Mekaangige
  • Nooniya Sahasagalu

ବହି (ମରାଠୀ)

[ସମ୍ପାଦନା]
  • Astitva (2002)

ବହି(ଇଂରେଜୀ)

[ସମ୍ପାଦନା]
  • Wise and Otherwise (2002)
  • Mahashweta (2002)
  • How I Taught My Grandmother to Read and Other Stories (2004)
  • The Old Man And His God (2006)
  • Gently Falls The Bakula (2008)
  • The Bird with Golden Wings (2009)
  • The Day I Stopped Drinking Milk (2012)
  • Grandma's Bag of Stories (2012)
  • House of Cards (2013)
  • Dollar Bahu (2013)
  • The Magic Drum and Other Favorite Stories (2013)
  • The Mother I Never Knew (2014)
  • Something Happened on the Way To Heavens (2014)
  • The Magic of the Lost Temple (2015)
  • The Serpent's Revenge (2016)
  • Three Thousand Stitches (2017)
  • The Man from the Egg (2017)
  • Here, There, Everywhere (2018)
  • The Upside Down King (2018)
  • How The Sea Became Salty (2019)
  • The Daughter From A Wishing Tree (2019)
  • How The Onion got its layers (2020)
  • Grandparents Bag of Stories (2020)
  • The Gopi Diaries: Coming Home (2020)
  • The Gopi Diaries: Finding Love (2021)
  • The Sage With Two Horns (2021)
  • The Gopi Diaries: Growing Up (2022)
  • Common yet uncommon (2023)
  • The Magic of the Lost story (2022)
  1. "Infosys Foundation – Frequently Asked Questions (FAQ)". www.infosys.org. Retrieved 2025-05-15.
  2. Bureau, The Hindu (2023-01-25). "Full list of 2023 Padma awards | Mulayam Singh Yadav, S.M. Krishna, Zakir Hussain, Kumar Mangalam Birla among recipients". The Hindu (in Indian English). ISSN 0971-751X. Retrieved 2025-05-15.
  3. "Throwback: When Sudha Murthy's letter to JRD Tata led her to become 1st woman engineer to work for TELCO". www.timesnownews.com (in ଇଂରାଜୀ). 2021-06-06. Retrieved 2025-05-15.
  4. Majmudar, Utkarsh; Rana, Namrata (2018-01-17). "On sanitation and heritage restoration: Sudha Murty, Infosys Foundation". The Economic Times. ISSN 0013-0389. Retrieved 2025-05-15.