ସୀମା ଦେଶାଇ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Seema Desai | |||||||||||||||||||||||||||||||||||||||
| ଜନ୍ମ | ୬ ଜାନୁଆରୀ ୧୯୬୫ East Singhbhum, Bihar, India | |||||||||||||||||||||||||||||||||||||||
| ମୃତ୍ୟୁ | ୧୪ ଜୁନ ୨୦୧୩ (ବୟସ ୪୮) Ranchi, Jharkhand, India | |||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm medium | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 36) | 2 February 1991 v Australia | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 9 February 1991 v Australia | |||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||
| 2006–2008 | Jharkhand | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: CricketArchive, 15 January 2017 | ||||||||||||||||||||||||||||||||||||||||
ସୀମା ଦେଶାଇ (୯ ଜାନୁଆରୀ ୧୯୬୫ – ୧୪ ଜୁନ୍ ୨୦୧୩))[୧] ଜଣେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର୍ ଥିଲେ, ଯିଏ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଟେଷ୍ଟ ସ୍ତରରେ ଖେଳିଥିଲେ। ସେ ଡାହାଣହସ୍ତ ବ୍ୟାଟର୍ ଏବଂ ଡାହାଣହସ୍ତ ମଧ୍ୟମ ଗତିର ବୋଲର୍ ଥିଲେ।[୨] ତାଙ୍କର କ୍ରିକେଟ୍ ଜୀବନ ୧୯୮୦ ରୁ ଆରମ୍ଭ ହୋଇ ୩୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୀମା ଦେଶାଇଙ୍କ ଜନ୍ମ ବିହାରର ପୂର୍ବ ସିଂହଭୂମି ଜିଲ୍ଲାରେ ହୋଇଥିଲା। ପରେ ସେ ଝାରଖଣ୍ଡ ରେ ରହିଥିଲେ । କ୍ରିକେଟ୍ ପ୍ରତି ତାଙ୍କ ଆଗ୍ରହ ଛୋଟବେଳୁ ଥିଲା ଏବଂ ସେ ଘରୋଇ କ୍ରିକେଟ୍ରେ ଦୃଢ଼ ପ୍ରଦର୍ଶନ କରିଥିଲେ।
ଆନ୍ତର୍ଜାତୀୟ କ୍ୟାରିୟର
[ସମ୍ପାଦନା]ସେ ୨ ଫେବୃଆରୀ ୧୯୯୧ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ (ଟେଷ୍ଟ କ୍ୟାପ୍ ୩୬)। ସେ ୯ ଫେବୃଆରୀ ୧୯୯୧ ମସିହାରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଭାରତ ପାଇଁ ମୋଟ ୨ଟି ଟେଷ୍ଟ ମ୍ୟାଚ୍ ଖେଳି ୪୯ ରନ୍ କରିଥିଲେ।
ଘରୋଇ ଏବଂ ପେଶାଦାର କ୍ୟାରିୟର
[ସମ୍ପାଦନା]ସୀମା ଦେଶାଇଙ୍କ କ୍ୟାରିୟର ୩୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା। ସେ ୧,୦୦୦ ରୁ ଅଧିକ ପେଶାଦାର ମ୍ୟାଚ୍ ଖେଳିଥିଲେ ଏବଂ ୯୦୦ ରୁ ଅଧିକ ଉଇକେଟ୍ ନେଇଥିଲେ। ବ୍ୟାଟିଂରେ ସେ ୧୪ଟି ସେଞ୍ଚୁରୀ କରିଥିଲେ। ଲିଷ୍ଟ-ଏ କ୍ରିକେଟ୍ରେ ସେ ୨୫ଟି ମ୍ୟାଚ୍ ଖେଳି ୨୯୪ ରନ୍ କରିଥିଲେ ଏବଂ ୨୪ଟି ଉଇକେଟ୍ ନେଇଥିଲେ, ଯେଉଁଥିରେ ତାଙ୍କର ସର୍ବୋତ୍କୃଷ୍ଟ ବୋଲିଂ ୪/୧୧ ଥିଲା। ସେ ଝାରଖଣ୍ଡ ଦଳ ପାଇଁ ମଧ୍ୟ (୨୦୦୬–୨୦୦୮) ମସିହା ପର୍ଯ୍ୟନ୍ତ ଖେଳିଥିଲେ ।
ମୃତ୍ୟୁ
[ସମ୍ପାଦନା]ସୀମା ଦେଶାଇ ୧୪ ଜୁନ୍ ୨୦୧୩ ରେ ରାଞ୍ଚୀ, ଝାରଖଣ୍ଡରେ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Former international cricketer Seema Desai passes away". The Pioneer (in ଇଂରାଜୀ). 14 June 2013. Archived from the original on 9 February 2019. Retrieved 7 February 2019.
- ↑ "Seema Desai". CricketArchive. Retrieved 2009-09-19.