Jump to content

ସିମ୍ପାଥେଟିକ ପ୍ରଭାବଶାଳୀ ତୀବ୍ର ଫୁସଫୁସ ଶୋଥ

ଉଇକିପିଡ଼ିଆ‌ରୁ
ସିମ୍ପାଥେଟିକ ପ୍ରଭାବଶାଳୀ ତୀବ୍ର ଫୁସଫୁସ ଶୋଥ
Flash pulmonary edema, acute hypertensive heart failure, hypertensive cardiogenic pulmonary edema[]
Ultrasound of the lungs showing edema due to severe systolic heart failure[]
ବିଭାଗCritical care
ଲକ୍ଷଣShortness of breath, coughing frothy pink sputum[]
ଆକ୍ରାନ୍ତ ସମୟSudden[]
ବିପଦ କାରକHypertension, heart failure, renal artery stenosis[]
ରୋଗ ନିର୍ଣ୍ଣୟ ପଦ୍ଧତିLow oxygen, mean arterial pressure > 120 mmHg, ultrasound of lungs[]
ସଠିକ ରୋଗ ନିର୍ଣ୍ଣୟARDS, STEMI, valvular heart disease[]
ଚିକିତ୍ସାNIPPV, intravenous nitroglycerin[]
PrognosisGenerally resolves rapidly though may recur[]
ପୁନଃପୌନିକRelatively common[]

ସିମ୍ପାଥେଟିକ ପ୍ରଭାବଶାଳୀ ତୀବ୍ର ଫୁସଫୁସ ଶୋଥ (Sympathetic crashing acute pulmonary edema/ SCAPE ), ଯାହାକୁ ଫ୍ଲାସ୍ ପଲ୍ମୋନାରୀ ଇଡିମା ମଧ୍ୟ କୁହାଯାଏ, ହେଉଛି ଫୁସଫୁସ ଇଡିମାର ଏକ ଗମ୍ଭୀର ରୂପ ।[] ଏହାର ଲକ୍ଷଣଗୁଡ଼ିକ ହଠାତ୍ ଆରମ୍ଭ ହୁଏ ଏବଂ ଏଥିରେ ଗୁରୁତର ଶ୍ୱାସକ୍ରିୟା ହୁଏ ।[] ଏହି ରୋଗୀମାନେ କାଶିଲେ ଫେଣଯୁକ୍ତ ଗୋଲାପୀ କଫ ବାହାରେ, ଝାଳ ବାହାରେ ଏବଂ ଉତ୍ତେଜନା ଅନୁଭବ କରିପାରନ୍ତି ।[] ଶ୍ୱାସକ୍ରିୟରେ ସଁସଁ ଶବ୍ଦ ବାହାରେ କିମ୍ବା ଫୁସଫୁସରୁ ଚଡ଼ଚଡ଼ ଶବ୍ଦ ବାହାରେ ।[] ଆରମ୍ଭ ସାଧାରଣତଃ କିଛି ମିନିଟ୍ ରୁ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ ।[]

ରୋଗର ଟ୍ରିଗରମାନଙ୍କ ମଧ୍ୟରେ ରକ୍ତଚାପ ଔଷଧ ନ ନେବା, ଉତ୍ତେଜକ ପଦାର୍ଥ ବ୍ୟବହାର ଏବଂ ମାନସିକ ଚାପ ଅନ୍ତର୍ଭୁକ୍ତ ହୋଇପାରେ ।[] ବିପଦ ସଙ୍କଟଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଏବଂ ବୃକ୍‌କ ଧମନୀ ସଙ୍କୋଚନ ଅନ୍ତର୍ଭୁକ୍ତ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ସିମ୍ପାଥେଟିକ ସ୍ନାୟୁ ପ୍ରଣାଳୀର ଅତି ସକ୍ରିୟ ହୁଏ ଯାହା ରକ୍ତବାହୀ ନଳୀକୁ ସଂକୁଚିତ କରିଥାଏ ।[] [] ଫୁସଫୁସରେ ତରଳ ପଦାର୍ଥ ଉପସ୍ଥିତ ଥିଲେ ମଧ୍ୟ ଅଧିକ ପରିମାଣ ତରଳ ପଦାର୍ଥ ସାଧାରଣତଃ ଉପସ୍ଥିତ ନ ଥାଏ ।[] କମ୍ ଅମ୍ଳଜାନ, ହାରାହାରି ଧମନୀ ଚାପ >୧୨୦ ମିମିମ (mmHg), ଏବଂ ଫୁସଫୁସର ଅଲ୍ଟ୍ରାସାଉଣ୍ଡ ଦ୍ୱାରା ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[] ଏହା ଏକ ପ୍ରକାରର ତୀବ୍ର ଅଣକ୍ଷତିପୂରକ ହୃଦ୍‌ପାତ । []

ସାଧାରଣତଃ ସୁପାରିଶ କରାଯାଇଥିବା ପ୍ରାରମ୍ଭିକ ଚିକିତ୍ସା ମଧ୍ୟରେ ନନ୍ ଇନଭେସିଭ୍ ପଜିଟିଭ୍ ପ୍ରେସର୍ ଭେଣ୍ଟିଲେସନ୍ (NIPPV) କରାଯାଏ ଏବଂ ଶିରାଭ୍ୟନ୍ତରୀଣ ନାଇଟ୍ରୋଗ୍ଲିସେରିନ୍ ଦିଆଯାଏ ।[] [] ଏନଆଇପିପିଭି (NIPPV) ୧୫ରୁ ୧୮ ସେମି ଉଚ୍ଚ ଚାପ ବିଶିଷ୍ଟ ଜଳ (H2O) ବ୍ୟବହାର କରିବା ଉଚିତ ଏବଂ ସାଧାରଣତଃ ଅଧିକ ପରିମାଣର ନାଇଟ୍ରୋଗ୍ଲିସେରିନ୍ ଆବଶ୍ୟକ ହୁଏ ।[] ଯଦି ଏହା ପର୍ଯ୍ୟାପ୍ତ ନ ହୁଏତେବେ ନିକାର୍ଡିପାଇନ , କିମ୍ବା ଏନାଲାପ୍ରିଲାଟ୍ ବ୍ୟବହାର କରାଯାଇପାରେ ।[] ଫୁରୋସେମାଇଡ୍ ଭଳି ମୂତ୍ରବର୍ଦ୍ଧକ ଔଷଧର ନିୟମିତ ବ୍ୟବହାର ସୁପାରିଶ କରାଯାଏ ନାହିଁ [] ଏହା ସାଧାରଣତଃ ଶୀଘ୍ର ଉପଶମ ହୋଇଯାଏ ଯଦିଓ ପୁନରାବୃତ୍ତି ହୋଇପାରେ ।[] ଜରୁରୀକାଳୀନ କୋଠରୀରେ ଉପସ୍ଥାପନ କରିବାର ଏହି ରୋଗ ଏକ ସାଧାରଣ କାରଣ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Sympathetic Crashing Acute Pulmonary Edema (SCAPE)". EMCrit Project. Archived from the original on 9 March 2024. Retrieved 21 May 2024.
  2. "UOTW #48 – Ultrasound of the Week". Ultrasound of the Week. 23 ମଇ 2015. Archived from the original on 9 ମଇ 2017. Retrieved 27 ମଇ 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Agrawal, N; Kumar, A; Aggarwal, P; Jamshed, N (December 2016). "Sympathetic crashing acute pulmonary edema". Indian journal of critical care medicine : peer-reviewed, official publication of Indian Society of Critical Care Medicine. 20 (12): 719–723. doi:10.4103/0972-5229.195710. PMID 28149030.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ Brice, Jane H.; Delbridge, Theodore R.; Myers, J. Brent (8 November 2021). Emergency Medical Services, 2 Volumes: Clinical Practice and Systems Oversight (in ଇଂରାଜୀ). John Wiley & Sons. p. 52. ISBN 978-1-119-75624-8. Archived from the original on 25 May 2024. Retrieved 24 May 2024.
  5. Google Boeken (in ଇଂରାଜୀ). Wolters Kluwer India Pvt Ltd. 2022. p. 27. ISBN 978-93-90612-65-9. Archived from the original on 25 May 2024. Retrieved 24 May 2024.
  6. Long, Brit; Brady, William J.; Gottlieb, Michael (April 2025). "Emergency medicine updates: Sympathetic crashing acute pulmonary edema". The American Journal of Emergency Medicine. 90: 35–40. doi:10.1016/j.ajem.2024.12.061. PMID 39799613. {{cite journal}}: Check |pmid= value (help)