ସିମୋନ ସିଂହ
ସିମୋନ ସିଂହ ସମର (ଜନ୍ମ: ୧୦ ନଭେମ୍ବର ୧୯୭୪) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ହିନ୍ଦୀ ଟେଲିଭିଜନ୍ ସିରିଜ୍ରେ ଅଭିନୟ ପାଇଁ ଜଣାଶୁଣା । ହିନ୍ଦୀ ଟିଭି ସିରିଜ୍ ଏକ୍ ହସିନା ଥିରେ ସାକ୍ଷୀ କୋଏଙ୍କା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୧][୨]
ଜୀବନୀ
[ସମ୍ପାଦନା]୧୯୭୪ ମସିହାର ନଭେମ୍ବର ୧୦ ତାରିଖରେ ସେ ଜାମସେଦପୁର ଠାରେ ଜନ୍ମଗ୍ରହଣ କରିଥିଲେ ।[୧]
ସେ ଇଂରାଜୀ ଭାଷାର ଧାରାବାହିକ ଏ ମାଉଥ୍ଫୁଲ୍ ଅଫ୍ ସ୍କାଏ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏହା ପରେ ୧୯୯୫ ମସିହାରେ ସି ହକ୍ସରେ ଅଭିନୟ କରିଥିଲେ । ସେ ଅନ୍ୟ ଏକ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ହୀନାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ବ୍ୟାପକ ପରିଚୟ ଦେଇଥିଲା ଏବଂ ସେତେବେଳେ ଭାରତୀୟ ଟେଲିଭିଜନରେ ତାହା ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଧାରାବାହିକ ଥିଲା ।[୧] ଏକ୍ ହସିନା ଥିରେ ଜଣେ ଚତୁର ଓ ଶକ୍ତିଶାଳୀ ମହିଳା ସାକ୍ଷୀ ଗୋଏଙ୍କା ଭୂମିକାରେ ଅଭିନୟ ପାଇଁ ମଧ୍ୟ ପ୍ରଶଂସିତ ହୋଇଥିଲେ । କରାଯାଇଛି ।[୨]
ସେ ହିନ୍ଦୀ କଥାଚିତ୍ର ବିଙ୍ଗ୍ ସାଇରସ୍ରେ ଅଭିନୟ କରିଥିଲେ, ଯେଉଁଥିରେ ସେ ବୋମନ ଇରାନୀ, ଡିମ୍ପଲ କାପାଡ଼ିଆ ଓ ସୈଫ୍ ଅଲ୍ଲୀ ଖାନଙ୍କ ସହ ଅଭିନୟ କରିଥିଲେ । ସେ କଲ୍ ହୋ ନା ହୋ, କଭି ଖୁସି କଭି ଗମ୍ ଭଳି କଥାଚିତ୍ରରେ କାମ କରିଛନ୍ତି । ସେ ପ୍ରଥମ ଭାରତୀୟ ଟିଭି ଅଭିନେତ୍ରୀ ଯିଏକି ନ୍ୟୁୟର୍କର ଆନ୍ତର୍ଜାତୀୟ ଏମି ଆୱାର୍ଡ଼ର ଉପସ୍ଥାପନା କରିଥିଲେ ।[୩] ସେ ଇଣ୍ଟରନ୍ୟାସନାଲ୍ ଏମି ଆୱାର୍ଡ଼ର ଜୁରୀରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Pictures: Meet Simone Singh of TV show Ek Haseena Thi". Daily Bhaskar. 28 April 2014. Archived from the original on 20 December 2014.
- ↑ ୨.୦ ୨.୧ "Ek Hasina Thi / Needs to be more convincing". The Indian Express. 7 May 2014. Archived from the original on 19 December 2014. Retrieved 18 December 2014.
- ↑ "Simone Singh to present award at iEmmies". Indian Television. 10 November 2003. Archived from the original on 15 April 2015. Retrieved 7 April 2015.
- ↑ Naval-Shetye, Aakanksha (8 August 2005). "Emmys to hit India soon!". The Times of India. TNN. Archived from the original on 3 August 2016. Retrieved 8 April 2015.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିମୋନ ସିଂହ