ସିମାଞ୍ଚଳ ପାତ୍ର
ସିମାଞ୍ଚଳ ପାତ୍ର | |
|---|---|
ଗ୍ରାମ ବମକେଇରେ ଶ୍ରୀ ପାତ୍ର, ୨୦୨୦ | |
| Background information | |
| ଜନ୍ମ | ୨ ଫେବୃଆରୀ ୧୯୨୭ ବମକେଇ, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ |
| ଶୈଳୀ | ପ୍ରହ୍ଲାଦ ନାଟକ |
ଗୁରୁ ସିମାଞ୍ଚଳ ପାତ୍ର ସଙ୍ଗୀତ ଓ ଅଭିନୟରେ ଦକ୍ଷତା ନିମନ୍ତେ ସୁପରିଚିତ । ପ୍ରହ୍ଲାଦ ନାଟକ ପ୍ରତି ତାଙ୍କ ଅବଦାନକୁ ସମ୍ମାନ ଜଣାଇ ୧୯୯୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦମୀ ତାଙ୍କୁ ପୁରସ୍କୃତ କରିଥିଲା ।[୧] ୧୯୯୭ ମସିହାରେ ଓଡିଶା ସଙ୍ଗୀତ ନାଟକ ଅକାଡେମି ତାଙ୍କୁ ଲୋକ ନାଟକର ବିକାଶ କ୍ଷେତ୍ରରେ “ଲୋକନାଟ୍ୟ ସମ୍ମାନ” ପ୍ରଦାନ କରିଛନ୍ତି । [୨]୨୦୨୬ ମସିହାରେ ସିମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି।[୩][୪][୨]
ଜନ୍ମ ଓ କଳା ସାଧନା
[ସମ୍ପାଦନା]୧୯୨୭ ମସିହା ଫେବୃୟାରୀ ୨ ତାରିଖରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବୋମକାଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ପାତ୍ର ଖୁବ କମ ବୟସରୁ ଓଡ଼ିଆ ନାଟ୍ୟ ପରମ୍ପରା ପ୍ରତି ନିଜ ଜୀବନକୁ ସମର୍ପିତ କରିଥିଲେ ।[୫][୬] ବାପା ଥିଲେ ସୁର ପାତ୍ର ଏବଂ ମାଆ ଥିଲେ ବାଙ୍ଗାରୀ ଦେବୀ । ତାଙ୍କ ପରିବାରରେ କଳା ପ୍ରତି ପାରମ୍ପରିକ ଆସକ୍ତି ଥିଲା; ତାଙ୍କ ପିତା ସୁର ପାତ୍ର ମଧ୍ୟ ପ୍ରହ୍ଲାଦ ନାଟକର ଗୁରୁ ଏବଂ କଳାକାର ଥିଲେ । ସେ ଛଅ କିମ୍ବା ସାତ ବର୍ଷ ବୟସରେ ଗୁରୁ ନରସିଂହ ପ୍ରଧାନଙ୍କ ଠାରୁ ସଖୀ ନାଟ ଶିଖିବା ଆରମ୍ଭ କରିଥିଲେ । ସେ ସଖୀ ନାଟ ଲୋକନାଟ୍ୟର ଏକ ପ୍ରସିଦ୍ଧ କଳାକାର ଏବଂ ବହୁତ କମ୍ ବୟସରୁ ଏହି କଳାର ଶିକ୍ଷା ଆରମ୍ଭ କରିଥିଲେ। ବିଶେଷକରି ପ୍ରହ୍ଲାଦ ନାଟକରେ ହିରଣ୍ୟକଶ୍ୟପ ଚରିତ୍ର ନିମନ୍ତେ ସେ ବେଶ ଜଣାଶୁଣା ଅଟନ୍ତି, ଯାହା ଏକ ଅତ୍ୟନ୍ତ କଠିନ ନାଟ୍ୟରୂପ ଓ ଯାହା ପାଇଁ ୩୫ ଠାରୁ ଅଧିକ ରାଗରେ ସଂରଚିତ ୩୦୦ ଠାରୁ ଅଧିକ ଗୀତର ଦକ୍ଷତା ଆବଶ୍ୟକ।[୭][୮] । ପ୍ରହ୍ଲାଦ ନାଟକକୁ ସମର୍ଥନ ଓ ସୁରକ୍ଷା ଦେବା ପାଇଁ ସେ ନିଜର ସମ୍ପତ୍ତିର ଏକ ଅଂଶ ବିକ୍ରି କରିବା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ ।
ଓଡ଼ିଶାର ପାରମ୍ପରିକ ନାଟ୍ୟକଳା ପ୍ରହ୍ଲାଦ ନାଟକର ସଂରକ୍ଷଣ ଓ ପ୍ରଚାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ଓଡ଼ିଶାର ଅନ୍ୟ ତିନିଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ୨୦୨୬ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।[୭][୯]
ସମ୍ମାନ
[ସମ୍ପାଦନା]ସିମାଞ୍ଚଳ ପାତ୍ର ଭାରତୀୟ ଲୋକନାଟ୍ୟରେ ତାଙ୍କର ଅବଦାନ ପାଇଁ ଅନେକ ସମ୍ମାନ ପାଇଛନ୍ତି :
ଆଧାର
[ସମ୍ପାଦନା]- ↑ "Wayback Machine" (PDF). www.sangeetnatak.gov.in. Archived from the original on 25 January 2026. Retrieved 2 February 2026.
{{cite web}}: CS1 maint: bot: original URL status unknown (link) - 1 2 3 "ଲୋକ ନାଟ୍ୟ ପାଇଁ ପଦ୍ମଶ୍ରୀ ପାଇବେ ସିମାଞ୍ଚଳ - Samaja Live" (in ଆମେରିକୀୟ ଇଂରାଜୀ). 2026-01-25. Retrieved 2026-01-28.
- ↑ Rout, Hemant Kumar (2026-01-26). "Four 'unsung heroes' from Odisha chosen for Padma Shri award". The New Indian Express (in ଇଂରାଜୀ). Retrieved 2026-01-27.
- ↑ "Wayback Machine" (PDF). www.padmaawards.gov.in. Retrieved 2026-01-28.
- ↑ "Odisha artist, tribal educator, Santhali composer, weaver among Padma awardees". Hindustan Times (in ଇଂରାଜୀ). 2026-01-26. Retrieved 2026-01-27.
- ↑ "Odisha's Padma winners: Linguist, Santali writer, artiste & master weaver". The Times of India. 2026-01-26. ISSN 0971-8257. Retrieved 2026-01-27.
- 1 2 Rodrigues, Suman (2026-01-25). "Know the 4 Padma Shri 2026 Awardees from Odisha". The News Insight (in ଆମେରିକୀୟ ଇଂରାଜୀ). Retrieved 2026-01-27.
- ↑ Prameya News7 (2026-01-25), ପଦ୍ମଶ୍ରୀ ପାଇଁ ମନୋନୀତ ସିମାଞ୍ଚଳ ପାତ୍ର; ପ୍ରହଲ୍ଲାଦ ନାଟକର ପ୍ରସିଦ୍ଧ ଗୁରୁ ସିମାଞ୍ଚଳ ପାତ୍ର | Padma Shri Award, retrieved 2026-01-28
{{citation}}: CS1 maint: numeric names: authors list (link) - ↑ Dharitri; Panda, Ankita (2026-01-25). "ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2026-01-28.
- ↑ Bharat, E. T. V. (2026-01-26). "ପରିଣତ ବୟସରେ ପଦ୍ମଶ୍ରୀ ସମ୍ମାନ ମୋ ଜୀବନର ସବୁଠାରୁ ବଡ଼ ଖୁସି -ନାଟ୍ୟଗୁରୁ ସୀମାଞ୍ଚଳ". ETV Bharat News. Retrieved 2026-02-02.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |