ସାର୍ବଜନିକ ପରୀକ୍ଷା (ଅନୁୁଚିତ ଉପାୟ ପ୍ରତିଷେଧ) ଆଇନ, ୨୦୨୪
| ସାର୍ବଜନିକ ପରୀକ୍ଷା (ଅନୁୁଚିତ ଉପାୟ ପ୍ରତିଷେଧ) ଆଇନ, ୨୦୨୪ | |
|---|---|
| Parliament of India | |
| An Act to prevent unfair means in the public examinations and to provide for matters connected therewith or incidental thereto. | |
| ଆଧାର | Act No. 1 of 2024 |
| Territorial extent | |
| ନିୟମାକାରକ | Lok Sabha |
| Date enacted | 5 February 2024 |
| Date assented to | 25 February 2024 |
| ପରିଚାଳିକା ଇତିହାସ | |
| ବିଲ | The Public Examinations (Prevention of Unfair Means) Bill, 2024 |
| ବିଲ ଟୀକା | Bill No. 15 |
| Bill published on | 12 December 2023 |
| Introduced by | Dr. Jitendra Singh |
| Summary | |
| A Bill to prevent unfair means in the public examinations and to provide for matters connected therewith or incidental thereto. | |
| Status: In force | |
ସାର୍ବଜନିକ ପରୀକ୍ଷା (ଅନୁୁଚିତ ଉପାୟ ପ୍ରତିଷେଧ) ଆଇନ, ୨୦୨୪ ହେଉଛି ଭାରତରେ ନିକଟରେ ପାରିତ ହୋଇଥିବା ଏକ ଅଧିନିୟମ, ଯାହାର ଲକ୍ଷ୍ୟ ସାର୍ବଜନିକ ପରୀକ୍ଷାରେ ନକଲ୍କୁ ରୋକିବା ଏବଂ ପରୀକ୍ଷାର ପବିତ୍ରତା ଓ ସ୍ୱଚ୍ଛତାକୁ ଅତୁଟ ରଖିବା ଅଟେ।[୧][୨][୩]
ପୃଷ୍ଠଭୂମି
[ସମ୍ପାଦନା]ସାର୍ବଜନିକ ପରୀକ୍ଷାରେ ନକଲ୍ ଓ ବିଭିନ୍ନ ଅନୁଚିତ କାର୍ଯ୍ୟକଳାପ ସମୟ କ୍ରମେ ବୃଦ୍ଧି ପାଉଥିବାରୁ ଏହାର ଆଇନଗତ ନିରାକରଣ ନିମନ୍ତେ, ଭାରତ ସରକାର ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟ ପ୍ରତିଷେଧ) ବିଲ୍, ୨୦୨୪ ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭବ କରିଥିଲେ ।[୪]
ରାଜ୍ୟ ପବ୍ଲିକ ସର୍ଭିସ କମିଶନ (PSC) ପରୀକ୍ଷା ପରି ପ୍ରବେଶିକା ପରୀକ୍ଷା ସହିତ ସ୍କୁଲ୍ ବୋର୍ଡ ପରୀକ୍ଷାରେ ମଧ୍ୟ ନକଲ୍ର ଅନେକ ଘଟଣା ପୁନଃପୁନଃ ରିପୋର୍ଟ ହୋଇଆସୁଥିଲା । ଏହି ଘଟଣାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରଘଟ, ସଂଗଠିତ ନକଲ୍ ଗ୍ୟାଙ୍ଗ୍, ଛଦ୍ମ-ପ୍ରତିନିଧି ଭାବେ ପରୀକ୍ଷା ଦେବା (ଇମ୍ପର୍ସୋନେସନ୍) ଓ ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟବହାର ଭଳି କାର୍ଯ୍ୟକଳାପ ଥିଲା।
ଏହି ଅଧିନିୟମଟି ଭାରତର ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ଅନୁମୋଦନ ୨୦୨୪ ଫେବୃୟାରୀ ୧୨ ତାରିଖରେ ଲାଭ କରିବା ପରେ ଆଧିକାରିକ ଭାବେ ଏହା ୨୧ ଜୁନ ୨୦୨୪ରୁ ଲାଗୁ ହୋଇଥିଲା ।[୫]
ବ୍ୟବସ୍ଥାବଳୀ
[ସମ୍ପାଦନା]ଏହି ଆଇନରେ ସାର୍ବଜନିକ ପରୀକ୍ଷାରେ ନକଲ୍କୁ ରୋକିବା ଏବଂ ନ୍ୟାୟସଙ୍ଗତ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି । ତାହାର କିଛି ପ୍ରମୁଖ ଦିଗ ନିମ୍ନରେ ଦିଆଯାଇଛି ।[୬]
ଅନୁଚିତ ଉପାୟର ସଂଜ୍ଞା
[ସମ୍ପାଦନା]ଏହି ଆଇନରେ “ଅନୁଚିତ ଉପାୟ”ର ବିସ୍ତୃତ ଭାବରେ ସଂଜ୍ଞା ଦିଆଯାଇଛି, ଯେଉଁଥିରେ ନିମ୍ନଲିଖିତ ଅନୁଚିତ କାର୍ଯ୍ୟଗୁଡ଼ିକ ସାମିଲ ଅଛି —
- ପ୍ରଶ୍ନପତ୍ର କିମ୍ବା ଉତ୍ତର କୀ ପ୍ରଘଟ କରିବା
- ପରୀକ୍ଷା ସମୟରେ ପ୍ରାର୍ଥୀଙ୍କୁ ଆନୁଚିତ ସହାୟତା କରିବା (ଅନଧିକୃତ ସଂଯୋଗ, ଉତ୍ତର ପ୍ରଦାନ)
- କମ୍ପ୍ୟୁଟର ନେଟୱର୍କ କିମ୍ବା ଉତ୍ତର ଖାତା (ଯେଉଁଥିରେ ଅପଟିକାଲ ରିକଗ୍ନିସନ କ୍ଷମତା ରହିଛି) ସହିତ ଅନୁଚିତ ହସ୍ତକ୍ଷେପ କରିବା
- ପ୍ରାର୍ଥୀଙ୍କ ପରିଚୟ ନକଲ୍ କରିବା (ଇମ୍ପର୍ସୋନେସନ୍)
- ନକଲି ପରୀକ୍ଷା ଆୟୋଜନ କିମ୍ବା ନକଲି ଦଲିଲ୍ ଜାରି କରିବା
- ମେରିଟ୍ ତାଲିକା କିମ୍ବା ଏହି ସମ୍ବନ୍ଧୀୟ ଦଲିଲ୍ରେ ହେରାଫେରି କରିବା
ଦଣ୍ଡ ବିଧାନ
[ସମ୍ପାଦନା]ବ୍ୟକ୍ତିଗତ ଭାବେ:
[ସମ୍ପାଦନା]- ଅପରାଧର ଗୁରୁତ୍ୱ ଅନୁସାରେ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ
- ସଂଗଠିତ ଅପରାଧ ପାଇଁ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ
ସେବା ପ୍ରଦାନକାରୀମାନେ:
[ସମ୍ପାଦନା]- ଅନୀତିମୟ କାର୍ଯ୍ୟରେ ସଂପୃକ୍ତି ପାଇଁ ସର୍ବାଧିକ ୧ କୋଟି ଟଙ୍କା ଅର୍ଥଦଣ୍ଡ
- ୪ ବର୍ଷ ପର୍ଯ୍ୟନ୍ତ ସାର୍ବଜନିକ ପରୀକ୍ଷା ଆୟୋଜନରୁ ବଞ୍ଚିତ କରାଯିବା
- ସଂପୃକ୍ତ ନିର୍ଦ୍ଦେଶକ କିମ୍ବା ପରିଚାଳନା ପକ୍ଷର ବ୍ୟକ୍ତିଗତ ଭାବେ ଉତ୍ତର ଦାୟୀ କରିବା
ସଂଗଠିତ ଅପରାଧ:
[ସମ୍ପାଦନା]- ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ଓ ଅତି କମ୍ରେ ୧ କୋଟି ଟଙ୍କା ଅର୍ଥଦଣ୍ଡ
- ସଂପୃକ୍ତ ସଂସ୍ଥାର ସମ୍ପତ୍ତି ଜବତ ଓ ବ୍ୟାଜାପ୍ତ କରାଯିବା
କ୍ଷମତାପ୍ରଦାନ
[ସମ୍ପାଦନା]- ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହଠାତ୍ ଯାଞ୍ଚ କରିବା ଏବଂ ଅନୀତିର ସନ୍ଦେହ ଥିଲେ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିବା [୭]
- ଦୋଷୀ ପ୍ରମାଣିତ ସେବା ପ୍ରଦାନକାରୀଙ୍କୁ ବ୍ଲାକ୍ଲିଷ୍ଟ କରିବା
- ସଂଗଠିତ ନକଲ୍କୁ ଦମନ କରିବା ପାଇଁ ବିଭିନ୍ନ ଏଜେନ୍ସି ମଧ୍ୟରେ ସୂଚନା ବିନିମୟ ଓ ସମନ୍ୱୟ
ଅତିରିକ୍ତ ବ୍ୟବସ୍ଥା
[ସମ୍ପାଦନା]- ଅପରାଧର ଶୀଘ୍ର ବିଚାର ପାଇଁ ବିଶେଷ ଅଦାଲତ ସ୍ଥାପନ
- ଏହି ବିଲ୍ ଓ ତାହାର ପ୍ରଭାବ ସମ୍ବନ୍ଧରେ ସାଧାରଣ ଜନସଚେତନତା ବୃଦ୍ଧି କରିବା
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Explained: What is the Public Examinations Bill 2024". NDTV.
- ↑ "Lok Sabha Passes Bill to Check Paper Leaks in Government Recruitment Exams". The Wire.
- ↑ "Lok Sabha clears Bill to curb paper leaks, cheating in public exams". India Today.
- ↑ "Protests continue for second day over Telangana PSC question paper leak". The Indian Express (in ଇଂରାଜୀ). 2023-03-15. Retrieved 2025-12-25.
- ↑ "ACT NO. 1 OF 2024" (PDF). www.indiacode.nic.in. Retrieved 25 December 2025.
- ↑ Wankhade, Satyendra (2024-02-09). "Parliament passes Public Examinations (Prevention of Unfair Means) Bill to tackle unfair practices in public exams". Bar and Bench - Indian Legal news (in ଇଂରାଜୀ). Retrieved 2025-12-25.
- ↑ "Centre proposes law to tighten noose on examination malpractices, introduces new Bill in Lok Sabha". Hindustan Times (in ଇଂରାଜୀ). 2024-02-05. Retrieved 2025-12-25.