ସାରିକା ଦେବେନ୍ଦ୍ର ସିଂହ ବଘେଲ
ଦେଖଣା
ସାରିକା ଦେବେନ୍ଦ୍ର ସିଂହ ବଘେଲ | |
|---|---|
| ସାଂସଦ: ୧୫ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୪ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୯ ଅଗଷ୍ଟ ୧୯୮୦ ଏଟୱାଃ, ଉତ୍ତର ପ୍ରଦେଶ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ରାଷ୍ଟ୍ରିୟ ଲୋକ ଦଳ ସମାଜବାଦୀ ପାର୍ଟି |
| ବୃତ୍ତି | ରାଜନୀତିଜ୍ଞ |
ସାରିକା ଦେବେନ୍ଦ୍ର ସିଂହ ବଘେଲ (ଜନ୍ମ: ୯ ଅଗଷ୍ଟ 9 August 1980)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଉତ୍ତର ପ୍ରଦେଶର ହାଥରସ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ରାଷ୍ଟ୍ରିୟ ଲୋକ ଦଳର ପ୍ରାର୍ଥୀ ଭାବରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ପରବର୍ତ୍ତୀ ସମୟରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ସେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ ଆଗ୍ରା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ପତି ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ବୁଢ଼ା କହିବାରୁ, ତାଙ୍କୁ ଟିକେଟ୍ ମିଳିନଥିଲା ।[୩]
ଆଧାର
[ସମ୍ପାଦନା]- ↑ "Fifteenth Lok Sabha: Members Bioprofile". Lok Sabha.
- ↑ "UP puts some fresh faces in Parliament". Indian Express. 20 May 2009. Archived from the original on 10 October 2012. Retrieved 25 September 2010.
- ↑ "SP Candidate Sarika Baghel expelled from Party for calling Mulayam Old". IANS. news.biharprabha.com. Retrieved 8 March 2014.