ସାବିତ୍ରୀ ଦେବୀ ମୁଖର୍ଜୀ
ସାବିତ୍ରୀ ଦେବୀ ମୁଖର୍ଜୀ (30 ସେପ୍ଟେମ୍ବର 1905 – 22 ଅକ୍ଟୋବର 1982) ହେଲେ ଗ୍ରୀକ-ଫ୍ରାନ୍ସିସୀ ଲେଖିକା ମ୍ୟାକ୍ସିମିଆନି ପୋର୍ଟାସ (ଯାହାକୁ ମ୍ୟାକ୍ସିମିନ ପୋର୍ଟା ମଧ୍ୟ କୁହାଯାଏ)ଙ୍କର ଉପନାମ । ସେ ପେଶାରେ ପଶୁ ଅଧିକାର ଓ ନାଜୀବାଦର ପ୍ରମୁଖ ସମର୍ଥକ ଥିଲେ । ଦ୍ୱିତୀୟ ବିଶ୍ୱୟୁଦ୍ଧ ସମୟରେ ସେ ଅକ୍ଷ ଦେଶଗୁଡ଼ିକ ପାଇଁ ବ୍ରିଟିଶ ଭାରତରେ ମିତ୍ରଶକ୍ତିଙ୍କ ବିରୋଧରେ ଗୁପ୍ତଚର ବୃତ୍ତି କରୁଥିଲେ । ସେ ପଶୁ ଅଧିକାର ଆନ୍ଦୋଳନ ବିଷୟରେ ଲେଖିଥିଲେ ଓ ୧୯୬୦ ଦଶକରେ ନାଜୀ ଗୁପ୍ତ ସଂଗଠନର ପ୍ରମୁଖ ସଦସ୍ୟା ମଧ୍ୟ ଥିଲେ ।
ରେ ସେ ହିନ୍ଦୁଧର୍ମ ଓ ନାଜୀବାଦର ଏହି ଦୁଇଟି ଧାରଣା ଯେ ପରସ୍ପରର ସମର୍ଥକ ଏକଥା ପ୍ରଚାର ଏବଂ ପ୍ରସାର କରିବାକୁ ଚାହୁଁଥିଲେ । ତାସେଙ୍କ ମତରେ ଆଡଲ୍ଫ ହିଟଲର ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ଓ ସେହି ଅବତାରରେ ସେ ଇହୁଦିମାନଙ୍କର କାରଣରୁ ଉତ୍ପନ୍ନ କଳିଯୁଗକୁ ଶେଷ କରିବା ପାଇଁ ଅବତାର ଗ୍ରହଣ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ତାଙ୍କ ଜନ୍ମ ୧୯୦୫ ମସିହାରେ ଫ୍ରାନ୍ସର ଲିଓନ୍ ସହରରେ ହୋଇଥିଲା । ତାଙ୍କ ପିତା ମାକ୍ସିମ ପୋର୍ଟାସ ଫ୍ରାନ୍ସରେ ରହୁଥିବା ଜଣେ ଇଟାଲୀ-ଗ୍ରୀକ୍ ନାଗରିକ ଥିଲେ ଓ ତାଙ୍କ ମା ଜୁଲିଆ ପୋର୍ଟାସ ଜଣେ ଇଂରାଜ ମହିଳା ଥିଲେ ।[୧][୨] ପିଲାଟି ଦିନରୁ ପଶୁମାନଙ୍କ ଅଧିକାର ପ୍ରତି ସେ ଅତ୍ୟନ୍ତ ସଂବେଦନଶୀଳ ଥିଲେ । ନାଜୀବାଦ ପ୍ରତି ତାଙ୍କର ବେଶ୍ ଦୁର୍ବଳତା ଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପାଇଁ ସେ ଇହୁଦୀ ମାନଙ୍କୁ ଦାୟୀ କରିଥିଲେ ।[୩]
ନାଜୀବାଦ
[ସମ୍ପାଦନା]୧୯୩୨ରେ ସେ "ଆର୍ଯ୍ୟ" ଜୀବନଶୈଳୀ ଅନୁସରଣ କରିବା ପାଇଁ ଭାରତ ଯାତ୍ରା କଲେ । ତାଙ୍କ ଲିଖିତ A Warning to Hindus ବହିରେ ସେ ଭାରତରେ ଖ୍ରୀଷ୍ଟ୍ରୀୟତା ଓ ଇସଲାମ ପ୍ରସାରର ବିପଦ ବିଷୟରେ ସତର୍କ କରିଥିଲେ । ୧୯୩୦ ଦଶକରେ ସେ ନାଜୀବାଦର ପ୍ରଚାରପତ୍ର ବାଣ୍ଟିଥିଲେ। ସେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଫାସିବାଦୀ ଜାପାନୀ ସାମ୍ରାଜ୍ୟ ସହିତ ସଂପର୍କ କରିବାରେ ସାହାଯ୍ୟ କରିଥିଲେ ।
୧୯୪୦ରେ ସାବିତ୍ରୀ ଦେବୀ ବଙ୍ଗାଳୀ ନାଜୀ ସମର୍ଥକ ଅସିତ କୃଷ୍ଣ ମୁଖର୍ଜୀଙ୍କ ସହିତ ବିବାହ କରିଥିଲେ ।
ଆଧାର
[ସମ୍ପାଦନା]- ↑ Greer 2003, p. 130.
- ↑ Goodrick-Clarke 1998, p. 7.
- ↑ Kaplan 2000, pp. 91–92.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |