ସାନିଟାରି ନ୍ୟାପ୍‌କିନ୍

ଉଇକିପିଡ଼ିଆ‌ରୁ
(ସାନିଟାରି ନାପ୍କିନରୁ ଲେଉଟି ଆସିଛି)
ସାନିଟାରି ନ୍ୟାପ୍‌କିନ୍

ସାନିଟାରି ନ୍ୟାପ୍‌କିନ୍, ସାନିଟାରି ଟାୱେଲ୍‌, ସାନିଟାରି ପ୍ୟାଡ୍‌ ବା ମେନ୍‌ଷ୍ଟ୍ରୁଆଲ୍‌ ପ୍ୟାଡ୍‌ ବା ପ୍ୟାଡ୍ ଋତୁସ୍ରାବ, ଗଭର୍ପାତ ପରେ ହେଉଥିବା ରକ୍ତସ୍ରାବ ପରେ, ସ୍ତ୍ରୀରୋଗ ଅସ୍ତ୍ରୋପଚାରରୁ ସୁସ୍ଥ ହେବା ସମୟରେ, ଗର୍ଭସ୍ରାବ ବା ଗର୍ଭପାତ ପରେ ବା ଯୋନିରୁ ରକ୍ତ ଶୋଷଣ ପାଇଁ ଅନ୍ୟ ସମୟରେ ଅନ୍ତବସ୍ତ୍ର ଭିତରେ ମହିଳାମାନେ ପିନ୍ଧୁଥିବା ଏକ ଶୋଷଣକାରୀ ବସ୍ତୁ ।

ମେନ୍‌ଷ୍ଟ୍ରୁଆଲ୍ ପ୍ୟାଡ୍ ଏକ ପ୍ରକାର ନାରୀ ସ୍ୱାସ୍ଥ୍ୟବିଧି ଉତ୍ପାଦ ଓ ଏହା ଶରୀର ବାହାରେ ପିନ୍ଧାଯାଏ । ତେବେ ସମାନ ଧରଣର ଉତ୍ପାଦ ଯଥା ଟାମ୍ପୁନମେନ୍‌ଷ୍ଟ୍ରୁଆଲ୍ କପ୍ ଆଦି ଯୋନି ଭିତରେ ପିନ୍ଧାଯାଇଥାଏ । ଋତୁସ୍ରାବର ଆବୃତି ଉପରେ ଜଣେ ନାରୀର ପ୍ୟାଡ୍ ବ୍ୟବହାରର ଆବୃତି ମଧ୍ୟ ବଦଳିଥାଏ ।

ଶୈଳୀ, ତିଆରି ହେଉଥିବା ଦେଶ ଓ ବ୍ରାଣ୍ଡ ଅନୁସାରେ ମେନ୍‌ଷ୍ଟ୍ରୁଆଲ୍ ପ୍ୟାଡ୍‌ଗୁଡ଼ିକ ବିଭିନ୍ନ ଧରଣର ପଦାର୍ଥରୁ ତିଆରି । କୋଟେକ୍ସ, ଅଲୱେଜ, ଇକୁଏଟଷ୍ଟେଫ୍ରି ଆଦି କେତେକ ଆମେରିକୀୟ ବ୍ରାଣ୍ଡ । ଲିଲ-ଲେଟ୍ସ କେତେକ ଇଂରାଜୀଭାଷୀ ଦେଶରେ ମିଳିଥାଏ ।

ଏହି ପ୍ୟାଡ୍‌ଗୁଡ଼ିକୁ ପରିସ୍ରାଜନିତ ଅସମୟିତା ରୋଗୀମାନେ ପିନ୍ଧୁଥିବା ଅସମୟିତା ପ୍ୟାଡ୍ ବୋଲି ଭାବି ଦ୍ୱନ୍ଦରେ ପଡ଼ିବା ଅନୁଚିତ । ମେନ୍‌ଷ୍ଟ୍ରୁଆଲ୍ ପ୍ୟାଡ୍‌ଗୁଡ଼ିକ କେବେ କେବେ ଏହି କାରଣ ପାଇଁ ମଧ୍ୟ ପିନ୍ଧାଯାଇଥାଏ ।

ଇତିହାସ[ସମ୍ପାଦନା]

ଋତୁସ୍ରାବ ସମୟରେ ମହିଳାମାନେ ସାନିଟାରି ନ୍ୟାପ୍‌କିନ୍‌ ବ୍ୟବହାର କରିବାର ଚିନ୍ତାଧାରା ପ୍ରଥମେ ଦଶମ ଶତାବ୍ଦୀରେ ଅାସିଲା।[୧] ପ୍ରଥମେ ମହିଳାମାନେ ଶରୀରରୁ ଋତୁସ୍ରାବ ସମୟରେ ନିଗର୍ତ ହେଉଥିବା ରକ୍ତକୁ ରୋକିବା ପାଇଁ କପଡ଼ା ବ୍ୟବହାର କରୁଥିଲେ ବେନ୍‌ ଫ୍ରାଙ୍କ୍‌ଲିନ୍‌ ଇନ୍‌ଭେନସନ୍‌ ପ୍ରଥେମ କ୍ଷତାକ୍ତ େସୖନିକମାନଙ୍କ ରକ୍ତ ରୋକିବା ପାଇଁ ଫୋପାଡ଼ିବା ଉପେଯାଗୀ ପ୍ୟାଡ ବାହାରକଲେ। ପରବର୍ତ୍ତୀ ମୁହୁର୍ତ୍ତରେ ମହିଳାମାନଙ୍କ କ୍ଷେତ୍ରରେ ଏହା ଉପେଯାଗ ହୋଇପାରିଲା।

ସାଧାରଣ[ସମ୍ପାଦନା]

ରକ୍ତପାତ ସମ୍ୟୟେର ମହିଳାମାନଙ୍କ ପାଇଁ ସାନିଟାରି ନ୍ୟାପକିନ ନିହାତି ଦରକାରୀ ହୋଇଥାଏ । ଯଦି ହଠାତ କାହା ପାଖରେ ସାନିଟାରି ନ୍ୟାପକିନ ତତ୍‌କ୍ଷଣାତ ଉପଲବ୍ଧ ହେଉନାହିଁ, ସେମାନେ ଟଏଲେଟ୍‌ ପେପର୍‌ ମଧ୍ୟ ବ୍ୟବହାର କରିଥାନ୍ତି । ଏହାର ଭିନ୍ନ ବ୍ରାଣ୍ଡ୍‌ ରହିଛି ଜେପରି କାେଟେକ୍ସ, ଅଲୱେଜ, ଷ୍ଟେଫ୍ରି ଇତ୍ୟାଦି।

  • ମେନ୍ସୁରାଲ୍ ପ୍ୟାଡ୍ର ପ୍ରକାର: ଏହିମେନ୍ସୁରାଲ୍ ପ୍ୟାଡ୍ ବିଭିନ୍ନ ପ୍ରକାରର ରହିଛି। ଏହାକୁ ଥରେ ବ୍ୟବହାର କରିବା ପାରେ ଫୋପଡ଼ା ଯାଇଥାଏ। ସଗୁଡ଼ିକ ହଲା।
  • ପ୍ୟାଣ୍ଟି ଲାଇନର୍: ସାଧାରଣ ରକ୍ତସ୍ରାବ ରୋକିବାପାଇଁ ଏହି ଧରଣରମେନ୍ସୁରାଲ୍ ପ୍ୟାଡ୍ ବ୍ୟବହାର କରାଯାଇଥାଏ।
  • ଅଲଟ୍ରା ଥିନ୍: ଅନ୍ୟ ସମସ୍ତମେନ୍ସୁରାଲ୍ ପ୍ୟାଡ୍ ଅାେପକ୍ଷା ଏହା ଅାରାମ ଦାୟକ। ଏହା ସବର୍ବହୁଳ ବ୍ୟବହୃତ ସାନିଟାରି ନାପ୍କିନ୍।
  • ରେଗୁଲାର: ଏହା ହଉଛି ମଧ୍ୟମ ଧରଣର ସାନିଟାରି ନାପ୍କିନ୍।
  • ମ୍ୟାକ୍ସି/ସୁପର: ଯଉଁ ମହିଳାମାନଙ୍କର ଖୁବ୍ ଅଧିକ ପରିମାଣେର ରକ୍ତସ୍ରାବ ହଉଥାଏ ସେମାନେ ଏଏହିପରି ସାନିଟାରି ନାପ୍କିନ୍ ବ୍ୟବହାର କରିଥାନ୍ତି।
  • ଓଭର ନାଇଟ: ଏହି ଧରଣର ନାପ୍କିନ୍ ଖୁବ୍ ବଡ଼ େହାଇଥାଏ। ରାତ୍ର ସମୟେର ବ୍ୟବହାର ପାଇଁ ଏହା ଉତ୍ତମ େହାଇଥାଏ।
  • ମାଟର୍ନିଟି: ଏହି ସାନିଟାରି ନାପ୍କିନ୍ ମ୍ୟାକ୍ସି/ସୁପରଠାରୁ ଠିେକ ବଡ଼ େହାଇଥାଏ। ଏହା ୟୁରିନ୍କୁ ବି ଅାୟତ୍ତ କରିପାେର।
  • କପଡ଼ା ମେନ୍‌ଷ୍ଟ୍ରୁଆଲ୍ ପ୍ୟାଡ୍: କେତେକ ମହିଳା ଧୋଇ ହୋଇ ପାରୁଥିବା କପଡ଼ା ମେନ୍‌ଷ୍ଟ୍ରୁଆଲ୍ ପ୍ୟାଡ୍ ବ୍ୟବହାର କରିଥାନ୍ତି। ଏହି ଧରଣର ନାପ୍କିନ୍କୁ ଠିକରେ ରହିବା ପାଇଁ କଡ଼ରେ ଓ୍ବିଙ୍ଗ୍ସ କରାଯାଇଥାଏ। ୟାକୁ କେହି କେହି ‘ମାମା କ୍ଲଥ୍’ ବୋଲି ବି କହିଥାନ୍ତି।

ବ୍ୟବହାର[ସମ୍ପାଦନା]

ଏହାକୁ ଶିଶୁମାନଙ୍କ ଡାଇପର୍‌ ପରି ବ୍ୟବହାର କରାଯାଏ । ଏହା ଅଧିକାଂଶ ମହିଳାଙ୍କ ବ୍ୟାଗ୍‌ ବା ପର୍ସରେ ରହିଥାଏ । ବ୍ୟବହାର ପରେ ସଚେତନ ମହିଳାମାନେ ଏହାକୁ କାଗଜରେ ଗୁଡ଼ାଇ ଫୋପାଡ଼ି ଥାଅାନ୍ ତି। ଉନ୍ନତ ଦେଶମାନଙ୍କରେ ସବର୍ସାଧାରଣ ଶୌଚାଳୟରେ ମଧ୍ୟ ମେନ୍‌ଷ୍ଟ୍ରୁଆଲ୍‌ ପ୍ୟାଡ୍‌ ଉପଲବ୍ଧ ହୋଇଥାଏ । ଏବେ ଭାରତରେ ମଧ୍ୟ ସାନିଟାରି ନ୍ୟାପ୍‌କିନ୍୍‌କୁ ନେଇ ସଚେତନତା ବୃଦ୍ଧି ପାଉଛି ।

ଆଧାର[ସମ୍ପାଦନା]

  1. "What did American and European women use for menstruation in the past? at MUM". www.mum.org.