ସାନଫିଲିପ୍ପୋ ସିଣ୍ଡ୍ରୋମ
Sanfilippo syndrome | |
![]() 12-year-old girl with MPS III type A | |
ଉଚ୍ଚାରଣ |
|
---|---|
ବିଭାଗ | Pediatrics, medical genetics |
ଲକ୍ଷଣ | Intellectual disability, delayed speech, behavior problems, poor social interaction, sleep problems[୧] |
ଆକ୍ରାନ୍ତ ସମୟ | Birth; symptom onset early childhood[୧] |
କାରଣ | Genetic disease[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | MPS urine, blood enzyme activity, genetic testing[୨] |
ସଠିକ ରୋଗ ନିର୍ଣ୍ଣୟ | Batten disease, mucolipidoses, mannosidosis,[୨] autism[୩] |
ଚିକିତ୍ସା | Supportive care[୨] |
Prognosis | Life expectancy 15 to 20 yr old[୨] |
ପୁନଃପୌନିକ | 1 in 70,000[୧] |
ସାନଫିଲିପ୍ପୋ ସିଣ୍ଡ୍ରୋମ, ମ୍ୟୁକୋପଲିସାକାରାଇଡୋସିସ୍ ପ୍ରକାର III ( MPS III ) ମଧ୍ୟ କୁହାଯାଏ, ହେଉଛି ଏକ ପ୍ରଗତିଶୀଳ ବ୍ୟାଧି ଯାହା ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ପ୍ରଭାବିତ କରିଥାଏ ।[୧] ଜନ୍ମ ସମୟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ପିଲାଦିନରୁ ଆରମ୍ଭ ହୁଏ ।[୧] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ବକ୍ତବ୍ୟ ଏବଂ ଆଚରଣ ସମସ୍ୟା ଅନ୍ତର୍ଭୂକ୍ତ ହୁଏ ଏବଂ ପରେ ବୌଦ୍ଧିକ ଅକ୍ଷମତା ବଢ଼ିଯାଏ ।[୧] ଶୋଇବା ସମସ୍ୟା ମଧ୍ୟ ପ୍ରାୟ ରହେ ।[୧] ପରବର୍ତ୍ତୀ ପର୍ଯ୍ୟାୟରେ, ବାତ ଏବଂ ଚଳପ୍ରଚଳରେ ବ୍ୟାଘାତ ହୋଇପାରେ ।[୧]
ଗ୍ଲାଇକୋସାମିନୋଗ୍ଲାଇକାନ୍ସ (GAGs) ନାମକ ବୃହତ ଅଣୁଗୁଡ଼ିକର ଭାଙ୍ଗିବାରେ ଜଡିତ ଏନଜାଇମ୍ ପାଇଁ ନିର୍ଦ୍ଦିଷ୍ଟ ଜିନରେ ପରିବର୍ତ୍ତନ ହେତୁ ଏହା ଘଟିଥାଏ, ବିଶେଷ ଭାବରେ ହେପାରିନ୍ ସଲଫେଟ ।[୧] ଏହା ଲାଇସୋସୋମ ଭିତରେ ଏହି ଅଣୁଗୁଡ଼ିକର ନିର୍ମାଣ ହୁଏ ।[୧] ଏହା ଏକ ଅଟୋସୋମାଲ ରିସେସ୍ସିଭ ଆକାରରେ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିଥାଏ ।[୧] ଏହା ଏକ ପ୍ରକାର ମ୍ୟୁକୋପଲିସାକାରିଡୋସେସ ଏବଂ ଏକ ପ୍ରକାର ଲାଇସୋସୋମାଲ୍ ଷ୍ଟୋରେଜ ବ୍ୟାଧି ।[୧] [୨] ମୂତ୍ରରେ ଥିବା ମ୍ୟୁକୋପଲିସାକାରାଇଡେସ, ରକ୍ତ ଏନଜାଇମ୍ କାର୍ଯ୍ୟକଳାପ ଏବଂ ଜେନେଟିକ୍ ପରୀକ୍ଷଣ ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୨]
ଏହାର ଚିକିତ୍ସା ହେଉଛି ସହାୟକ ଯତ୍ନ ।[୨] ଜିନ୍ ଥେରାପି, ଷ୍ଟେମ୍ ସେଲ୍ ଥେରାପି ଏବଂ ଏନଜାଇମ୍ ରିପ୍ଲେସମେଣ୍ଟ ଥେରାପି ସହିତ ଅନେକ ପଦକ୍ଷେପ ଅଧ୍ୟୟନ କରାଯାଉଛି ।[୨] ଆୟୁଷ ପ୍ରାୟ ୧୫ରୁ ୨୦ ବର୍ଷ ବୟସ ।[୨] ୭୦,୦୦୦ ନବଜାତ ଶିଶୁମାନଙ୍କ ମଧ୍ୟରୁ ଏହା ପ୍ରାୟ ଜଣକୁ ପ୍ରଭାବିତ କରେ ।[୧] ଏହି ରୋଗ ପ୍ରଥମେ ୧୯୬୩ରେ ସିଲଭେଷ୍ଟର ସାନଫିଲିପ୍ପୋ ଦ୍ୱାରା ବର୍ଣ୍ଣନା କରାଯାଇଥିଲା । [୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Mucopolysaccharidosis type III: MedlinePlus Genetics". medlineplus.gov (in ଇଂରାଜୀ). Archived from the original on 17 May 2022. Retrieved 25 July 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Sencen, Lisa. "Mucopolysaccharidosis Type III". NORD (National Organization for Rare Disorders). Archived from the original on 4 May 2022. Retrieved 25 July 2022.
- ↑ Wolfenden, C.; Wittkowski, A.; Hare, D. J. (November 2017). "Symptoms of Autism Spectrum Disorder (ASD) in Individuals with Mucopolysaccharide Disease Type III (Sanfilippo Syndrome): A Systematic Review". Journal of Autism and Developmental Disorders. 47 (11): 3620–3633. doi:10.1007/s10803-017-3262-6.
- ↑ Boelens, Jaap Jan; Wynn, Robert (10 October 2013). Stem Cell Therapy in Lysosomal Storage Diseases (in ଇଂରାଜୀ). Springer Science & Business Media. p. 44. ISBN 978-1-4614-8357-1. Archived from the original on 2 August 2022. Retrieved 25 July 2022.