ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ

ଉଇକିପିଡ଼ିଆ‌ରୁ
Normal-pressure hydrocephalus
Malresorptive hydrocephalus, adult hydrocephalus syndrome[୧]
Evan's index is the ratio of maximum width of the frontal horns to the maximum width of the inner table of the cranium. An Evan's index more than 0.31 indicates hydrocephalus.[୨]
ବିଭାଗNeurology
ଲକ୍ଷଣUrinary incontinence, dementia, trouble walking[୧]
ଆକ୍ରାନ୍ତ ସମୟElderly[୩]
କାରଣUnknown, subarachnoid hemorrhage, head trauma, prior infection, tumor, complications of surgery[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom, supported by medical imaging and improvement after lumbar puncture[୧]
ସଠିକ ରୋଗ ନିର୍ଣ୍ଣୟParkinson disease, Alzheimer disease[୩]
ଚିକିତ୍ସାSurgery[୩]
Prognosis80% improve post surgery[୧]
ପୁନଃପୌନିକ~1.5% (> 65 years old)[୧]

ସାଧାରଣ ଚାପ ବିଶିଷ୍ଟ ହାଇଡ୍ରୋସେଫାଲସ ( NPH ) ରୋଗରେ ମସ୍ତିଷ୍କର ଭେଣ୍ଟ୍ରିକ୍ଲରେ ଥିବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍‌ରେ (CSF) ସାଧାରଣ ଚାପ ଥାଏ । [୪] ଲକ୍ଷଣଗୁଡିକ ମଧ୍ୟରେ ଅନିଚ୍ଛାକୃତ ମୂତ୍ରତ୍ୟାଗ, ଡିମେନ୍ସିଆ ଏବଂ ଚାଲିବା ସମସ୍ୟା ଦେଖାଯାଏ । [୫] ଏକ ପ୍ରଶସ୍ତ ଭିତ୍ତିକ ଚାଲି ଦେଖାଯାଏ । [୧] ବାରମ୍ବାର ମୂତ୍ରତ୍ୟାଗ ଭଳି ସମସ୍ୟା ଆରମ୍ଭ ହୋଇପାରେ । [୧] ଚିକିତ୍ସା ବିନା ଲକ୍ଷଣଗୁଡ଼ିକ ସମୟ ସହିତ ଖରାପ ଦିଗକୁ ଗତି କରିଥାଏ । [୬]

ଏହାର କାରଣ ଅଜ୍ଞାତ ଥିବାବେଳେ ଏହା ସବାରାକ୍‌ନଏଡ ରକ୍ତସ୍ରାବ, ମୁଣ୍ଡ ଆଘାତ, ପୂର୍ବତନ ସଂକ୍ରମଣ, ଅର୍ବୁଦ କିମ୍ବା ଅସ୍ତ୍ରୋପଚାରର ଜଟିଳତା ହେତୁ ମଧ୍ୟ ହୋଇପାରେ ।[୬] ଆରାକ୍‌ନଏଡ୍ ଗ୍ରାନୁଲେସନ୍ ପର୍ଯ୍ୟାପ୍ତ ସିଏସଏଫ ଅବଶୋଷଣ କରି ନପାରିବାରୁ ଏହା ହେଉଥିବା ବିଶ୍ୱାସ କରାଯାଏ । [୪] ଏହା ଏକ ପ୍ରକାର କମ୍ୟୁନିକେଟିଙ୍ଗ ହାଇଡ୍ରୋସେଫାଲସ । [୫] ଲକ୍ଷଣ ଦେଖି, ମେଡିକାଲ ଇମେଜିଙ୍ଗ ଓ ଲମ୍ବର ପଙ୍କଚର ପରେ ଲକ୍ଷଣଗୁଡ଼ିକର ଉନ୍ନତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] ପାର୍କିନ୍‌ସନ୍ ରୋଗ ଏବଂ ଆଲଜିମର ରୋଗର ଲକ୍ଷଣ‌ଗୁଡ଼ିକ ସମାନ ଭାବରେ ଉପସ୍ଥାପିତ ହୋଇପାରେ ।[୩]

ଅସ୍ତ୍ରୋପଚାରଦ୍ୱାରା ଅତିରିକ୍ତ ସିଏସଏଫ ନିଷ୍କାସନ କରିବା ପାଇଁ ଏକ ଭେଣ୍ଟ୍ରିକୁଲୋପେରିଟୋନିଆଲ ସଣ୍ଟ ଦିଆଯାଏ । [୬] ଯେଉଁମାନେ ଅସ୍ତ୍ରୋପଚାର ସମ୍ଭବ ନୁହେଁ ତାଙ୍କର ବାରମ୍ବାର ଲମ୍ବର ପଙ୍କଚର୍ କରାଯାଏ ଏବଂ ଆସେଟାଜୋଲାମାଇଡ୍ ଦିଆଯାଏ । [୫] ଅସ୍ତ୍ରୋପଚାର ପରେ ଉନ୍ନତିର ସମ୍ଭାବନା ୮୦% ଥାଏ ।[୧]

ଏହି ରୋଗ ସାଧାରଣତଃ ବୟସ୍କମାନଙ୍କଠାରେ ଦେଖାଯାଏ । [୬] ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ୭୦ ଦଶକରେ ଥିବା ଲୋକଙ୍କ ମଧ୍ୟରୁ 0.୨% ଏବଂ 80 ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ୫.୯୦% ପ୍ରଭାବିତ ହୋଇଥାଆନ୍ତି । [୫] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି | [୧] ଏହା ଡିମେନ୍ସିଆର ପ୍ରାୟ ୬% ରୋଗର ପ୍ରତିନିଧିତ୍ୱ କରେ । [୧] ଏହି ରୋଗ ପ୍ରଥମେ ସଲୋମନ ହକିମ ଏବଂ ଆଡାମସ୍ ପ୍ରଥମେ ୧୯୬୫ ମସିହାର ବର୍ଣ୍ଣନା କରିଥିଲେ । [୭] [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ M Das, J; Biagioni, MC (January 2021). "Normal Pressure Hydrocephalus". PMID 31194404. {{cite journal}}: Cite journal requires |journal= (help)
  2. Ishii, Mitsuaki; Kawamata, Toshio; Akiguchi, Ichiro; Yagi, Hideo; Watanabe, Yuko; Watanabe, Toshiyuki; Mashimo, Hideaki (2010). "Parkinsonian Symptomatology May Correlate with CT Findings before and after Shunting in Idiopathic Normal Pressure Hydrocephalus". Parkinson's Disease. 2010: 1–7. doi:10.4061/2010/201089. ISSN 2042-0080. PMC 2951141. PMID 20948890.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ "Normal Pressure Hydrocephalus Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 1 March 2021. Retrieved 4 March 2021.
  4. ୪.୦ ୪.୧ ୪.୨ Dening, Tom; Thomas, Alan; Taylor, John Paul; Stewart, Robert (2020). Oxford Textbook of Old Age Psychiatry (in ଇଂରାଜୀ). Oxford University Press. p. 527. ISBN 978-0-19-880729-2. Archived from the original on 2021-08-28. Retrieved 2021-03-04.
  5. ୫.୦ ୫.୧ ୫.୨ ୫.୩ M Das, J; Biagioni, MC (January 2021). "Normal Pressure Hydrocephalus". PMID 31194404. {{cite journal}}: Cite journal requires |journal= (help)
  6. ୬.୦ ୬.୧ ୬.୨ ୬.୩ "Normal Pressure Hydrocephalus Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 1 March 2021. Retrieved 4 March 2021.
  7. Adams RD, Fisher CM, Hakim S, Ojemann RG, Sweet WH (July 1965). "Symptomatic Occult Hydrocephalus with Normal Cerebrospinal-Fluid Pressure". The New England Journal of Medicine. 273 (3): 117–26. doi:10.1056/NEJM196507152730301. PMID 14303656.