Jump to content

ସାଗରିକା ଘୋଷ

ଉଇକିପିଡ଼ିଆ‌ରୁ
ସାଗରିକା ଘୋଷ
Member of Parliament, Rajya Sabha
Assumed office
3 April 2024
ପୂର୍ବ ଅଧିକାରୀAbir Biswas
ନିର୍ବାଚନ ମଣ୍ଡଳୀWest Bengal
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-11-08) ୮ ନଭେମ୍ବର ୧୯୬୪ (ବୟସ ୬୧)
New Delhi, India
ରାଜନୀତିକ ଦଳTrinamool Congress (since 2024)
ବୋଉChitralekha Ghose
ବାପାBhaskar Ghose
ସମ୍ପର୍କୀୟDilip Sardesai (father-in-law)
Arundhati Ghose (aunt)
Ruma Pal (aunt)
Sanjay Ghose (cousin)
ଶିକ୍ଷାSt. Stephen's College, Delhi (BA)
Magdalen College, Oxford (BA)
St Antony's College, Oxford (MPhil)
ବୃତ୍ତି

ସାଗରିକା ଘୋଷ (ବଙ୍ଗଳା ଉଚ୍ଚାରଣ: [ʃagorika ɡʱoʃ]; ଜନ୍ମ ୮ ନଭେମ୍ବର ୧୯୬୪) ଜଣେ ଭାରତୀୟ ସାଂସଦ, ସାମ୍ବାଦିକା, ସ୍ତମ୍ଭକାର ଏବଂ ଲେଖିକା।[] ସେ ୧୯୯୧ ମସିହାରୁ ସାମ୍ବାଦିକତାରେ କାର୍ଯ୍ୟରତ ଅଛନ୍ତି ଏବଂ ଦ ଟାଇମସ ଅଫ ଇଣ୍ଡିଆ, ଆଉଟଲୁକ ଏବଂ ଦ ଇଣ୍ଡିଆନ ଏକ୍‌ସପ୍ରେସ୍‌ ସହ କାମ କରିଛନ୍ତି। ସେ BBC World ର ‘Question Time India’ କାର୍ଯ୍ୟକ୍ରମରେ ପ୍ରାଇମ୍ ଟାଇମ୍ ଆଙ୍କର୍ ଥିଲେ ଏବଂ ସି ଏନ୍ ଏନ୍-ଆଇ ବି ଏନ୍ ରେ ମଧ୍ୟ ପ୍ରାଇମ୍ ଟାଇମ୍ ଆଙ୍କର୍ ସହ ଉପ-ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ।

ଘୋଷ ସାମ୍ବାଦିକତାରେ ଅନେକ ସମ୍ମାନ ଅର୍ଜନ କରିଛନ୍ତି ଏବଂ ସେ ଦୁଇଟି ଉପନ୍ୟାସ ରଚନା କରିଥିବା ସହିତ ଇନ୍ଦିରା ଗାନ୍ଧୀ ଙ୍କ ଜୀବନୀ- Indira: India's Prime Minister ର ଲେଖିକା। ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ସେ The Times of India ର କନସଲ୍ଟିଙ୍ଗ ଏଡିଟର୍ ଭାବେ କାମ କରିଥିଲେ।[] ୨୦୨୨ ମସିହାରେ ସେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନୀ ପ୍ରକାଶ କରିଥିଲେ।[]

ଶିକ୍ଷା

[ସମ୍ପାଦନା]

ଘୋଷ ଦିଲ୍ଲୀର Delhi Public School, R. K. Puram ରେ ପାଠପଢ଼ା କରିଥିଲେ ଏବଂ St. Stephen's College, Delhi ରୁ ଇତିହାସରେ ବି.ଏ. ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୭ ମସିହାରେ ସେ Rhodes Scholarship ପାଇଥିଲେ। ସେ Magdalen College, Oxford ରୁ ଆଧୁନିକ ଇତିହାସରେ ବି.ଏ. ଏବଂ St Antony's College, Oxford ରୁ ଏମ୍.ଫିଲ୍. ଡିଗ୍ରୀ ଅର୍ଜନ କରିଥିଲେ।

କାର୍ଯ୍ୟଜୀବନ

[ସମ୍ପାଦନା]

୧୯୯୧ ରୁ ସେ The Times of India, Outlook ପତ୍ରିକା ଏବଂ The Indian Express ରେ ସାମ୍ବାଦିକା ଭାବେ କାର୍ଯ୍ୟ କରିଛନ୍ତି। ସେ CNN-IBN ରେ ଉପ-ସମ୍ପାଦିକା ଏବଂ ପ୍ରାଇମ୍ ଟାଇମ୍ ଆଙ୍କର୍ ଥିଲେ। ୨୦୧୪ ଜୁଲାଇ ମାସରେ ସେ ଏହି ଚ୍ୟାନେଲରୁ ପଦତ୍ୟାଗ କରିଥିଲେ।[]

୨୦୦୪ ମସିହାରେ ସେ ‘Question Time India’ କାର୍ଯ୍ୟକ୍ରମର ପ୍ରଥମ ମହିଳା ସଂଚାଳିକା ହେବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ଲେଖା ଓ ପ୍ରସାରଣ ତାଙ୍କୁ ଲୋକପ୍ରିୟ କରିଥିଲା, ଯଦିଓ ଡାହାଣପନ୍ଥୀ ଦର୍ଶକମାନଙ୍କ ତରଫରୁ କିଛି ସମାଲୋଚନା ମଧ୍ୟ ମିଳିଥିଲା।

୨୦୧୩ ମସିହାରେ ସେ ଅରବିନ୍ଦ କେଜ୍ରିୱାଲ (ଆମ ଆଦମୀ ପାର୍ଟି) ସହ ଟ୍ୱିଟର୍ ସାକ୍ଷାତ୍କାର କରିଥିଲେ, ଯାହା ନିର୍ବାଚନ ପୂର୍ବରୁ ଜଣେ ଭାରତୀୟ ରାଜନେତାଙ୍କ ସୋସିଆଲ୍ ମିଡିଆ ସାକ୍ଷାତ୍କାରର ପ୍ରଥମ ଉଦାହରଣ ଥିଲା।[] ୫ ଜୁଲାଇ ୨୦୧୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିସ (ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ) ଦ୍ୱାରା CNN-IBN ଅଧିଗ୍ରହଣ ପରେ ସେ ପଦତ୍ୟାଗ କରିଥିଲେ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

୨୦୧୩ ମସିହାରେ ତାଙ୍କ କାର୍ଯ୍ୟକ୍ରମ ‘Question Time Didi’ (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ ଛାତ୍ରଛାତ୍ରୀମାନଙ୍କ ଆଲୋଚନା) ‘Best Public Debate Show’ ପାଇଁ NT ପୁରସ୍କାର ଅର୍ଜନ କରିଥିଲା। ୨୦୦୯ ମସିହାରେ ସେ GR8-ITA ‘Excellence in Journalism’ ପୁରସ୍କାର ପାଇଥିଲେ। ୨୦୦୫ ମସିହାରେ FICCI Ladies Organisation ତରଫରୁ ‘Excellence in Journalism (Aparajita Award)’ ରେ ସମ୍ମାନିତ ହୋଇଥିଲେ।

୨୦୧୨ ମସିହାରେ ସେଇଣ୍ଟ ଷ୍ଟିଫେନ୍‌ସ କଲେଜ ତରଫରୁ ‘CF Andrews Distinguished Alumnus Award’ ପାଇଥିଲେ। ୨୦୧୩ ମସିହାରେ ଇଣ୍ଡିଆନ ଟେଲିଭିଜନ ଅକାଦମି (ITA) ତରଫରୁ ‘Best Anchor Award’ ଅର୍ଜନ କରିଥିଲେ।[] ୨୦୧୪ ମସିହାରେ ‘The Rhodes Project’ ତାଙ୍କୁ ୧୩ ଜଣ ପ୍ରସିଦ୍ଧ ମହିଳା ରୋଡସ୍ ସ୍କଲାରମାନଙ୍କ ତାଲିକାରେ ସମ୍ମିଳିତ କରିଥିଲା। ୨୦୧୭ ମସିହାରେ ସେ C.H. Mohammed Koya National Award (ସାମ୍ବାଦିକତା) ପାଇଥିଲେ।[]

  1. Ghose, Sagarika. "Strategy to breach BJP-mukt South India can't rely on Hindu card, Modi". The Times of India. ISSN 0971-8257. Retrieved 2026-03-04.
  2. Ghose, Sagarika. "Chanakya's not 21st century: Misuse of power in Karnataka cannot be justified as an ancient art of politics". The Times of India. ISSN 0971-8257. Retrieved 2026-03-04.
  3. "A deep dive research into Vajpayee's life - The Sunday Guardian Live". The Sunday Guardian Live (in ଆମେରିକୀୟ ଇଂରାଜୀ). 2022-01-01. Archived from the original on 2022-01-08. Retrieved 2026-03-04.
  4. Correspondent, D. C. (2014-07-05). "Rajdeep Sardesai, Sagarika Ghose quit CNN-IBN, Network 18 | Rajdeep Sardesai, Sagarika Ghose quit CNN-IBN, Network 18". www.deccanchronicle.com (in ଇଂରାଜୀ). Retrieved 2026-03-04.
  5. "In first Twitter interview, Kejriwal says no free power if AAP wins in Delhi". IBNLive. 2013-11-01. Archived from the original on 2013-11-03. Retrieved 2026-03-04.
  6. Choudhary, Ashish K. Mishra,Vidhi (2014-07-04). "Rajdeep Sardesai, Sagarika Ghose quit Network18". mint (in ଇଂରାଜୀ). Retrieved 2026-03-04.{{cite web}}: CS1 maint: multiple names: authors list (link)
  7. "ITA Awards: CNN-IBN best English news channel, Sagarika Ghose best anchor". IBNLive. 2013-10-23. Archived from the original on 2013-10-28. Retrieved 2026-03-04.
  8. "Vice President giving away the C.H. Mohammed Koya National Journalism Award 2016 - BureaucracyBuzz.com". BureaucracyBuzz.com (in ଆମେରିକୀୟ ଇଂରାଜୀ). 2017-01-21. Archived from the original on 2018-09-10. Retrieved 2026-03-04.