ସାଂଖ୍ୟ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ସାଂଖ୍ୟ ଯୋଗ (ସଂସ୍କୃତ: सांख्ययोग, ରୋମନାଇଜ୍: Sāṃkhyayoga) ହେଉଛି ଭଗବଦ୍ ଗୀତାର ଅଠରଟି ଅଧ୍ୟାୟମଧ୍ୟରୁ ଦ୍ୱିତୀୟ ଅଧ୍ୟାୟ । ଏହି ଅଧ୍ୟାୟରେ ମୋଟ ୭୨ଟି ଶ୍ଲୋକ ରହିଛି । ଏହା ମହାଭାରତର ଷଷ୍ଠ ପର୍ବ ଭୀଷ୍ମ ପର୍ବର ୨୬ତମ ଅଧ୍ୟାୟ ଅଟେ।[୧] [୨]
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ । ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।
ମୂଳ ଭଗବଦ୍ ଗୀତାରେ କୌଣସି ଅଧ୍ୟାୟ ଶିରୋନାମାଯୁକ୍ତ ବିଭାଗ ନ ଥିଲା । କିନ୍ତୁ ପରେ କିଛି ସଂସ୍କୃତ ସଂସ୍କରଣରେ ଯେଉଁଠି ଗୀତାକୁ ମହାଭାରତରୁ ଅଲଗା କରି ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ପ୍ରସ୍ତୁତ କରାଗଲା, ସେଠାରେ ଏହି ଅଧ୍ୟାୟଗୁଡିକୁ ଶିରୋନାମ ଦିଆଯାଇଛି । ଉଦାହରଣସ୍ୱରୂପ, ସ୍ୱାମୀ ଚିଦ୍ଭବାନନ୍ଦ ପ୍ରତ୍ୟେକ ଅଧ୍ୟାୟକୁ ଏକ ସ୍ୱତନ୍ତ୍ର ଯୋଗ ଭାବେ ବର୍ଣ୍ଣନା କରିଛନ୍ତି, କାରଣ ପ୍ରତ୍ୟେକ ଅଧ୍ୟାୟ ଯୋଗର ଭଳି ମନ ଓ ଶରୀରକୁ ଶିକ୍ଷିତ କରେ । ସେ ଦ୍ଵିତୀୟ ଅଧ୍ୟାୟକୁ “ସାଂଖ୍ୟ ଯୋଗ” ବୋଲି ନାମ ଦେଇଛନ୍ତି ।[୩]
ବିଷୟ
[ସମ୍ପାଦନା]ସାଂଖ୍ୟ ଯୋଗରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କରି ତାଙ୍କ ନୀତିଗତ ଓ ଅସ୍ତିତ୍ୱଗତ ସନ୍ଦେହ ଦୂର କରନ୍ତି । ଅଧ୍ୟାୟର ଆରମ୍ଭରେ ଅର୍ଜୁନ ନିଜର ଦ୍ୱିଧା ଓ ଯୁଦ୍ଧ କରିବାରେ ଅନିଚ୍ଛା ପ୍ରକାଶ କରନ୍ତି; ଯାହା ଜୀବନର ସଂଘର୍ଷର ଏକ ଉପମା । ଶ୍ରୀକୃଷ୍ଣ ଉତ୍ତର ଦେଇ କହନ୍ତି ଯେ, ଦେହ ନଶ୍ୱର ହେଲେ ମଧ୍ୟ ଆତ୍ମା ଅମର ଓ ନିତ୍ୟ । ସେ କହନ୍ତି ଯେ, ଆତ୍ମା ଜନ୍ମ ଓ ମୃତ୍ୟୁରୁ ଉର୍ଦ୍ଦ୍ଵରେ; ତେଣୁ ଯେ ଦେହଗୁଡ଼ିକ ନଷ୍ଟ ହେବାକୁ ଯାଉଛି ସେଗୁଡ଼ିକ ପାଇଁ ଶୋକ କରିବା ଉଚିତ ନୁହେଁ ।
ଶ୍ରୀକୃଷ୍ଣ “ସାଂଖ୍ୟ” ବୋଲି ଜ୍ଞାନ ଓ ବିବେକର ଏକ ସୂତ୍ର ପ୍ରସ୍ତୁତ କରନ୍ତି ଓ ଅର୍ଜୁନଙ୍କୁ ଏକ ନିର୍ଲିପ୍ତ ଓ ସମତାପୂର୍ଣ୍ଣ ମନୋଭାବ ଗଢ଼ିବାକୁ ପ୍ରେରିତ କରନ୍ତି । ସେ କହନ୍ତି ଯେ, ସତ୍ୟ ଜ୍ଞାନ ହେଉଛି ସୁଖ–ଦୁଃଖ, ଜୟ–ପରାଜୟ ଭଳି ଦ୍ୱନ୍ଦ୍ୱଗୁଡ଼ିକୁ ଅତିକ୍ରମ କରି ରହିବା ତଥା ବାହ୍ୟ ପରିସ୍ଥିତିରେ ଅପ୍ରଭାବିତ ରହିବା ।ସେ ଆଧ୍ୟାତ୍ମିକ ସାକ୍ଷାତ୍କାର ପାଇଁ ଭିନ୍ନ ମାର୍ଗଗୁଡ଼ିକ ବିଷୟରେ କହନ୍ତି ; ଯେପରି କର୍ମ ଯୋଗ (ନିଷ୍କାମ କର୍ମର ଯୋଗ) ଓ ଜ୍ଞାନ ଯୋଗ (ଜ୍ଞାନ ଓ ବିବେକର ଯୋଗ) । ସେ ଜୋର ଦେଇ କହନ୍ତି ଯେ, ଫଳରେ ଆସକ୍ତି ବିନା କର୍ମ କରିବା ହେଉଛି ଆନ୍ତରିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତିର ମୂଳ ସୂତ୍ର ।
ଅର୍ଜୁନଙ୍କ ତ୍ୟାଗ ବିଷୟକ ସନ୍ଦେହରେ ଶ୍ରୀକୃଷ୍ଣ ସ୍ପଷ୍ଟ କରନ୍ତି ଯେ, ସତ୍ୟ ତ୍ୟାଗ ମାନେ କାର୍ଯ୍ୟ ଛାଡ଼ି ଦେବା ନୁହେଁ, ବରଂ ଆସକ୍ତି ଓ ଫଳଲୋଭର ତ୍ୟାଗ । ସେ ଶିଖାନ୍ତି ଯେ, ଯଦି ଆମେ ନିଜ କାର୍ଯ୍ୟକୁ ଭଗବାନଙ୍କ ଅର୍ପଣ ଭାବରେ କରିବା ସହିତ ଫଳରେ ନିରାସକ୍ତ ରହିବା, ତେବେ ସେହି କାର୍ଯ୍ୟ ଆମକୁ ମୋକ୍ଷ ପଥକୁ ନେଇଯାଏ । ସେ ଆତ୍ମସଂୟମ ଓ ଶିଷ୍ଟାଚାରର ଗୁରୁତ୍ୱ ବିଷୟରେ କହି, ମନକୁ ଏକ ଅଶାନ୍ତ ପବନ ସହିତ ତୁଳନା କରନ୍ତି ଯାହାକୁ ଅଭ୍ୟାସ ଓ ନିରାସକ୍ତି ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ । କୃଷ୍ଣ କହନ୍ତି, ଯିଏ ମନକୁ ଜିତିପାରେ, ସେ ସମସ୍ତ ପରିସ୍ଥିତିରେ ସମତା ଓ ଶାନ୍ତି ରଖିପାରେ । ଅଧ୍ୟାୟର ଶେଷରେ ଶ୍ରୀକୃଷ୍ଣ ଶ୍ରଦ୍ଧା ଓ ଶରଣାଗତିର ମହତ୍ତ୍ୱ ବିଷୟରେ କହନ୍ତି। ସେ ଅର୍ଜୁନଙ୍କୁ ଉପଦେଶ ଦିଅନ୍ତି ଯେ, ନିଜ ଇଚ୍ଛାକୁ ଦିବ୍ୟ ଇଚ୍ଛାରେ ଅର୍ପଣ କରି, ସମଗ୍ର ବ୍ରହ୍ମାଣ୍ଡୀୟ ବ୍ୟବସ୍ଥା ଉପରେ ଭରସା କର। ସେ କହନ୍ତି ଯେ, ସତ୍ୟ ଜ୍ଞାନ ଆତ୍ମସାକ୍ଷାତ୍କାର ଓ ଜନ୍ମ–ମୃତ୍ୟୁ ଚକ୍ରରୁ ମୁକ୍ତି ଦେଇଥାଏ ।
ସାଂଖ୍ୟ ଯୋଗ ହେଉଛି ଆତ୍ମାର ସ୍ୱରୂପ, ନିଷ୍କାମ କର୍ମର ମହତ୍ତ୍ୱ ଓ ଆଧ୍ୟାତ୍ମିକ ଜ୍ଞାନ ପଥ ବିଷୟକ ଏକ ଗଭୀର ଚର୍ଚ୍ଚା । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶିଖାନ୍ତି ଯେ, ଜୀବନର ଦ୍ୱନ୍ଦ୍ୱଗୁଡ଼ିକୁ ଅତିକ୍ରମ କର, ନିର୍ଲିପ୍ତ ରୁହ ଓ ଶିଷ୍ଟାଚାର ଓ ସମତା ସହିତ ଚାଲ ।[୪]
ଆଧାର
[ସମ୍ପାଦନା]- ↑ कृष्णद्वैयपायन (1897). महाभारत भीष्म पर्व.
- ↑ "Aristotle, Plato and Bhagvad Gita on the "Soul" In the Light Primarily of On the Soul, Phaedo and the Second Chapter of Bhagvad Gita | WorldCat.org". search.worldcat.org (in ଇଂରାଜୀ). Retrieved 2025-11-02.
- ↑ Chidbhavananda 1997, p. 33
- ↑ "Chapter 2: Sānkhya Yog - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-11-02.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |