ସଲମାନ ଖାଁ

ଉଇକିପିଡ଼ିଆ‌ରୁ
(ସଲମାନ ଖାନରୁ ଲେଉଟି ଆସିଛି)
ସଲମାନ ଖାନ
ସଲମାନ ଖାନ
Khan at a promotional event for [Bajrangi Bhaijaan]] in 2015
Born
Abdul Rashid Salim Salman Khan

(1965-12-27) ୨୭ ଡିସେମ୍ବର ୧୯୬୫ (ବୟସ ୫୮)
Nationalityଭାରତୀୟ
Occupation(s)Actor, Film producer, Television personality, Singer,Philanthropist [୧]
Years active୧୯୮୮–ବତ୍ତମାନ
Parent(s)ସଲୀମ୍ ଖାନ୍ (Father)
ସୁସିଳା ଚରକ(ମାଆ)
RelativesSee Khan family

ସଲମାନ ଖାନ (ଜନ୍ମ ୨୭ ଡିସେମ୍ବର ୧୯୬୫) ଜଣେ ବଲିଉଡ଼ ଅଭିନେତା ଓ ନିର୍ଦ୍ଦେଶକ | ତାଙ୍କ ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ | ନିଜ ପ୍ରଶଂସକମାନଙ୍କ ମଧ୍ୟରେ ସେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ଦକ୍ଷିଣ ଏସିଆ ଛଡ଼ା ସମଗ୍ର ପୃଥିବୀରେ ତାଙ୍କ ପ୍ରଶଂସକ ରହିଛନ୍ତି |

ସେ ୧୯୮୮ରେ "ବିୱି ହୋ ତୋ ଐସି" ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ତେବେ ତା ପର ବର୍ଷର ସୁରଜ ବଡଜାତ୍ୟାଙ୍କ ମୈନେ ପ୍ୟାର କିୟା ଚଳଚ୍ଚିତ୍ର ହିଁ ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା | ତା ପରେ "ହମ୍ ଆପକେ ହୈଁ କୌନ୍" (୧୯୯୪), "କରନ୍ ଅର୍ଜୁନ୍" (୧୯୯୫), "ବିୱି ନଂ ୧" (୧୯୯୯), "ହମ୍ ସାଥ୍ ସାଥ୍ ହୈଁ" (୧୯୯୯) ପରି ହିଟ୍ ଫିଲ୍ମ ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ | "କୁଛ୍ କୁଛ୍ ହୋତା ହୈ" ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା | କିଛି ବର୍ଷର ଅବନତି ପରେ ପୁଣି ୨୦୧୦ରେ ସେ "ଦବଙ୍ଗ" ଚଳଚ୍ଚିତ୍ରରୁ ନିଜ ପୂର୍ବ ଖ୍ୟାତି ଫେରିପାଇଲେ | ଏହା ପରେ "ବଡ଼ିଗାର୍ଡ଼" (୨୦୧୧), "ଏକ୍ ଥା ଟାଇଗର୍" (୨୦୧୨), "କିକ୍" (୨୦୧୪) , "ବଜରଙ୍ଗୀ ଭାଇଜାନ୍" (୨୦୧୫) ,"ପ୍ରେମ୍ ରତନ୍ ଧନ୍ ପାୟୋ" (୨୦୧୫) , "ସୁଲତାନ୍" (୨୦୧୬) ପରି ସୁପରହିଟ୍ ଫିଲ୍ମ ଦେଇସାରିଲେଣି | ଫିଲ୍ମ ଜଗତକୁ ତାଙ୍କ ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି |

ଅଭିନେତା ହେବା ଛଡ଼ା ସେ ମଧ୍ୟ ଜଣେ ମାନବତାବାଦୀ ଓ ପରୋପକାରୀ ବ୍ୟକ୍ତି | ତାଙ୍କ ସଙ୍ଗଠନ "ବିଇଙ୍ଗ ହ୍ୟୁମାନ" ମାଧ୍ୟମରେ ସେ ଅନେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିଆସିଛନ୍ତି |

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସଲମାନଙ୍କ ବାପା ସଲିମ ଖାନ୍ ଓ ମାଆ ସୁଶୀଳା ଚରକ (ପରେ ସଲମା ଖାନ) | ତାଙ୍କ ପିତାଙ୍କ ବଂଶଧର ଆଫଗାନିସ୍ତାନରୁ ଇନ୍ଦୋରକୁ ଚାଲିଆସିଥିଲେ | ତାଙ୍କ ମାଆ ଜଣେ ହିନ୍ଦୁ ଥିଲେ | ସଲମାନ ନିଜକୁ ଉଭୟ ମୁସଲିମ ଓ ହିନ୍ଦୁ ବୋଲି କହନ୍ତି |

ତାଙ୍କ ସାବତ ମାଆ ହେଲେନ | ତାଙ୍କର ଦୁଇ ଭାଇ: ଅରବାଜ ଖାନ ଓ ସୋହେଲ ଖାନ ଏବଂ ଦୁଇ ଭ‍ଉଣୀ ଆଲଭିରା ଖାନ ଅଗ୍ନିହୋତ୍ରି ଓ ଅର୍ପିତା ଖାନ (ପୋଷ୍ୟ) |

ସଲମାନ ନିଜ ଭାଇମାନଙ୍କ ସହ ସେଣ ଷ୍ଟାନଶିଲସ ହାଇସ୍କୁଲରେ ପାଠ ପଢ଼ିଥିଲେ | ତାଙ୍କ କଲେଜର ନାଁ ଏଲଫିନଷ୍ଟୋନ କଲେଜ |

କ୍ୟାରିୟର[ସମ୍ପାଦନା]

ମାନବତାବାଦୀ କାର୍ଯ୍ୟ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସଲ୍ଲୁଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ, ବାନ୍ଦ୍ରା, ମୁମ୍ବାଇ | ତାଙ୍କ ଶରୀର ଅତି ସୁଗଠିତ: ଛାତି ୪୨ ଇଞ୍ଚ, ହାତ ୧୭ ଇଞ୍ଚ ଓ ଅଣ୍ଟା ୩୦ ଇଞ୍ଚ |

ସେ ଏଯାଏଁ ବିବାହ କରି ନାହାନ୍ତି | ୧୯୯୯ରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଡେଟ୍ କରୁଥିଲେ | ପରେ ସେ କ୍ୟାଟ୍ରିନା କୈଫଙ୍କୁ ଦୀର୍ଘ ସମୟ ଧରି ଡେଟ୍ କରିଥିଲେ | ଏ ନେଇ ଅନେକ ଗୁଜବ ପରେ ୨୦୧୧ରେ ଗୋଟେ ସାକ୍ଷାତ୍‌କାରରେ କ୍ୟାଟ୍ ତାଙ୍କ ଭିତରେ ଥିବା ସମ୍ପର୍କ (ଯାହା ୨୦୧୦ରେ ତୁଟି ଯାଇଥିଲା)ର ପୁଷ୍ଟି କରିଥିଲେ | ସଙ୍ଗୀତା ବିଜଲାନୀ ଓ ସୋମୀ ଅଲୀ ମଧ୍ୟ ଭିନ୍ନ ଭିନ୍ନ ସମୟରେ ସଲ୍ଲୁଙ୍କ ସହ ଡେଟରେ ଥିଲେ |

ପ୍ରସିଦ୍ଧି[ସମ୍ପାଦନା]

୨୦୦୪ରେ ଆମେରିକାର ପିପୁଲ ମାଗାଜିନ୍ଦ୍ୱାରା ପୃଥିବୀର ୭ମ ସବୁଠୁ ଭଲ ଦେଖାଯାଉଥିବା ପୁରୁଷ ରୂପେ ବଛାଯାଇଥିଲା |

ଆଧାର[ସମ୍ପାଦନା]

  1. "Salman Khan to Amitabh Bachchan: philanthropic Bollywood". 9 May 2013.
  2. "Salman Khan on Bodyguard's success: 'It's no big deal. You can't go mad about these things.'". India Today. 9 September 2011. Retrieved 27 July 2012.