Jump to content

ସଲବାକ୍ଟମ/ଡର୍ଲୋବ୍ୟାକ୍ଟମ

ଉଇକିପିଡ଼ିଆ‌ରୁ
ସଲବାକ୍ଟମ/ଡର୍ଲୋବ୍ୟାକ୍ଟମ
Combination of
SulbactamBeta-lactam antibacterial, beta-lactamase inhibitor
DurlobactamBeta-lactamase inhibitor
Clinical data
Trade namesXacduro
data
Routes of
administration
Intravenous
Legal status
Legal status

ସଲବାକ୍ଟମ/ଡର୍ଲୋବ୍ୟାକ୍ଟମ (ଇଂରାଜୀ ଭାଷାରେ Sulbactam/durlobactam), ବିକ୍ରୟ ନାମ ଜାକଡୁରୋ, ହେଉଛି ଏକ ସହ-ପ୍ୟାକେଜ୍ ଔଷଧ ଯାହା ଏସିନେଟୋବ୍ୟାକ୍ଟର ବାଉମାନନି-କାଲକୋଏସେଟିକ୍ସ କମ୍ପ୍ଲେକ୍ସଦ୍ୱାରା ପ୍ରସ୍ତୁତ ଜୀବାଣୁ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାକୁ ୩ ଘଣ୍ଟାରୁ ଅଧିକ ସମୟ ଧରି ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହି ରୋଗ ପାଇଁ ଅନ୍ୟ ପ୍ରାଥମିକ ଚିକିତ୍ସା ହେଉଛି କୋଲିଷ୍ଟିନ[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ତରଳ ଝାଡ଼ା ଏବଂ କମ ରକ୍ତ ପୋଟାସିଅମ ହୋଇପାରେ ।[] | ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ଲୋଷ୍ଟ୍ରିଡିଓଡେସ ଡିଫାଇସିଲ୍ଆ ସୋସିଏଟେଡ୍ ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ ।[] ଏଥିରେ ସଲବାକ୍ଟାମ, ଏକ ବିଟା-ଲାକ୍ଟାମ ଆଣ୍ଟିବ୍ୟାକ୍ଟେରିଆଲ ଓ ବିଟା-ଲାକ୍ଟାମେଜ ଇନହିବିଟର ଥାଏ ଏବଂ ଡର୍ଲୋବ୍ୟାକ୍ଟମ୍ ନାମକ ଏକ ବିଟା-ଲାକ୍ଟାମେଜ ଇନହିବିଟର ଥାଏ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଲବାକ୍ଟମ/ଡର୍ଲୋବ୍ୟାକ୍ଟମ ଅନୁମୋଦିତ ହୋଇଥିଲା ।[] ଅଗଷ୍ଟ ୨୦୨୩ ସୁଦ୍ଧା ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନ ଥିଲା, କିନ୍ତୁ ୨୦୨୩ ମସିହା ପରେ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା ।[]

  1. "Xacduro- sulbactam and durlobactam kit". DailyMed. 2 June 2023. Archived from the original on 18 August 2023. Retrieved 25 June 2023.
  2. 1 2 3 4 5 6 Research, Center for Drug Evaluation and (24 May 2023). "FDA Approves New Treatment for Pneumonia Caused by Certain Difficult-to-Treat Bacteria". FDA (in ଇଂରାଜୀ). Archived from the original on 7 July 2023. Retrieved 15 August 2023.
  3. Research, Center for Drug Evaluation and (24 May 2023). "FDA Approves New Treatment for Pneumonia Caused by Certain Difficult-to-Treat Bacteria". FDA (in ଇଂରାଜୀ). Archived from the original on 7 July 2023. Retrieved 15 August 2023.
  4. "ID Update". Sanford Guide Web Edition (in ଇଂରାଜୀ). Archived from the original on 30 June 2023. Retrieved 15 August 2023.