ସର୍ବ ମିତ୍ର ସିକ୍ରି
ସର୍ବ ମିତ୍ର ସିକ୍ରି (26 ଏପ୍ରିଲ 1908 – 24 ସେପ୍ଟେମ୍ବର 1992) ଜଣେ ଭାରତୀୟ ଆଇନଜୀବୀ ଓ ନ୍ୟାୟାଧୀଶ ଥିଲେ, ଯିଏ ଭାରତର ୧୩ତମ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟଭାର ସଂପାଦନ କରିଥିଲେ ।[୧] ସେ ପୂର୍ବରୁ ପଞ୍ଜାବର ପ୍ରଥମ ଅଧିବକ୍ତା-ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ ଏବଂ ପରେ ସେ ଭାରତର ସୁପ୍ରିମକୋର୍ଟର ପ୍ରଥମ ନ୍ୟାୟାଧୀଶ ହେଲେ, ଯାହାଙ୍କୁ ସିଧାସଳଖ ବାର୍ରୁ ନିଯୁକ୍ତ କରାଯାଇଥିଲା । ଏହାସହିତ, ସେ ବାର୍ରୁ ସିଧାସଳଖ ଭାବେ ମୁଖ୍ୟ ନ୍ୟାୟାଧୀଶ ହୋଇଥିବା ମାତ୍ର ଦୁଇଜଣଙ୍କ ମଧ୍ୟରୁ ପ୍ରଥମ ଥିଲେ ।
ଜୀବନୀ
[ସମ୍ପାଦନା]ସିକ୍ରିଙ୍କ ଜନ୍ମ ୨୬ ଏପ୍ରିଲ ୧୯୦୮ରେ ଲାହୋରରେ ହୋଇଥିଲା ।ସେ ଚିକିତ୍ସା ଶାସ୍ତ୍ର ପଢ଼ିବାକୁ ଲଣ୍ଡନକୁ ଯାଇଥିଲେ, କିନ୍ତୁ ପରେ ବିଷୟ ପରିବର୍ତ୍ତନ କରି ଆଇନ ପାଠ ପଢ଼ିଲେ ଏବଂ କ୍ୟାମ୍ବ୍ରିଜ୍ର ଟ୍ରିନିଟି କଲେଜରେ ଅଧ୍ୟୟନ କରିଥିଲେ।[୧] ୧୯୩୦ରେ ଲାହୋରକୁ ଫେରିବା ପୂର୍ବରୁ ସେ ଲଣ୍ଡନର ଲିଙ୍କନ୍ସ ଇନ୍ରେ ବାରିଷ୍ଟର୍-ଏଟ୍-ଲ’ ଭାବେ କାମ କରିଥିଲେ ।ସେ ତାଙ୍କ ଆଇନ ପେଶାର ଆରମ୍ଭ କଲେ ଜଗନ୍ନାଥ ଅଗ୍ରୱାଲଙ୍କ ଚେମ୍ବରସ୍ରେ, ଯିଏ ଲାହୋର ହାଇକୋର୍ଟରେ ଏକ ପ୍ରମୁଖ ଅଧିବକ୍ତା ଥିଲେ ଏବଂ ଫୌଜଦାରୀ ଓ ଦିୱାନୀ ଆଇନରେ ପ୍ରାକଟିସ୍ କରୁଥିଲେ। ସ୍ୱାଧୀନତା ପରେ, ୧୯୪୯ରେ ସେ ପଞ୍ଜାବର ସହକାରୀ ଆଡ୍ଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହେଲେ ଏବଂ ୧୯୫୧ରେ ପଞ୍ଜାବର ଅଡ୍ଭୋକେଟ୍ ଜେନେରାଲ୍ ହେଲେ । ଏହି ପଦବୀ ସେ ୧୯୬୪ରେ ସୁପ୍ରିମକୋର୍ଟରେ ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇବା ପର୍ଯ୍ୟନ୍ତ ଅବିରତ ଭାବେ ଧାରଣ କରିଥିଲେ ।[୨]
ଗୁରୁତ୍ୱପୂର୍ଣ୍ଣ ରାୟ
[ସମ୍ପାଦନା]I.C. Golaknath and Ors. v. State of Punjab and Anrs. ମାମଲାରେ ସେ 6:5 ର ଲଘୁ ଅଧିକାଂଶର ଅଂଶ ଥିଲେ । ଏହି ରାୟରେ ଅଦାଲତ ପୂର୍ବରୁ ଦେଇଥିବା ସିଦ୍ଧାନ୍ତକୁ ପଲଟାଇଦେଲା, ଯେଉଁଥିରେ ସଂସଦକୁ ସଂବିଧାନର ସମସ୍ତ ଅଂଶ—ବିଶେଷକରି ମୂଳଭୂତ ଅଧିକାର (Part III)—ସଂଶୋଧନ କରିବାର ପୂର୍ଣ୍ଣ ଶକ୍ତି ଥିବା ମାନ୍ୟତା ହୋଇଥିଲା ।ଏହି ରାୟ ଅନୁସାରେ ସଂସଦଙ୍କ ପାଖରେ ମୂଳଭୂତ ଅଧିକାରକୁ ସୀମିତ କରିବା କିମ୍ବା କମାଇବାର କୌଣସି ଶକ୍ତି ରହିଲା ନାହିଁ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Justice S.M. Sikri | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-04.
- ↑ "Eastern Book Company - Practical Lawyer". www.ebc-india.com. Retrieved 2025-12-04.
- ↑ "I. C. Golaknath and Others v. State of Punjab and Anothers", Wikipedia (in ଇଂରାଜୀ), 2025-11-06, retrieved 2025-12-04
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |