ସର୍ବେଶ୍ୱର ଦାସ
ଦେଖଣା
ସର୍ବେଶ୍ୱର ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ ଜିଲ୍ଲା | ୨୧ ସେପ୍ଟେମ୍ବର ୧୯୧୮
ମୃତ୍ୟୁ | ୨୧ ଅକ୍ଟୋବର ୧୯୯୬ | (ବୟସ ୭୮)
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ସାହିତ୍ୟ ସନ୍ଦର୍ଶନ ନାଟକ ବିଚାର ସରଳ ଗୀତାବୋଧ |
ସର୍ବେଶ୍ୱର ଦାସ ଜଣେ ଓଡ଼ିଆ-ଭାଷୀ ସମୋଲୋଚକ, ପ୍ରାବନ୍ଧିକ ଓ ଜୀବନୀ ଲେଖକ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସର୍ବେଶ୍ୱର କଟକ ଜିଲ୍ଲାରେ ୧୯୧୮ ମସିହାରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ । ଅଧ୍ୟାପନା ବୃତ୍ତିରେ ନିୟୋଜିତ ଥିଲେ ମଧ୍ୟ ସାହିତ୍ୟ ସାଧନା ଥିଲା ତାଙ୍କ ଜୀବନର ବ୍ରତ । ରାଶି ରାଶି ପ୍ରବନ୍ଧ, ଆଲୋଚନା, ଜୀବନୀ, ସମ୍ପାଦନା ଓ ସଂକଳନ ତାଙ୍କ କୃତିତ୍ୱର ଅନ୍ତର୍ଭୁକ୍ତ । ମାର୍ଜିତ ଭାଷା ଓ ମନୋରମ ଗଦ୍ୟଶୈଳୀ ତାଙ୍କର ପ୍ରତ୍ଯେକ ରଚନାର ବୈଶିଷ୍ଟ୍ୟ ।[୧]ଯୁଗସ୍ରଷ୍ଟା ଫକୀରମୋହନ ଗ୍ରନ୍ଥରେ ଲେଖକ ବ୍ୟାସକବିଙ୍କୁ ଆଧୁନିକ ଯୁଗ ସ୍ରଷ୍ଟା ଭାବେ ଗ୍ରହଣ କରିଛନ୍ତି ନିଜର ଅକାଟ୍ୟ ଯୁକ୍ତି ପ୍ରଦର୍ଶନ କରି । ସେହିପରି ଓଡ଼ିଆ ନାଟ୍ୟ ସାହିତ୍ୟ ସମ୍ପର୍କରେ ସେ କେତୋଟି ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟନ କରିଥିଲେ ।[୨][୩]
୭୮ ବର୍ଷ ବୟସରେ ୨୧ ଅକ୍ଟୋବର ୧୯୯୬ ଦିନ ସେ ପରଲୋକ ଗମନ କରିଥିଲେ ।
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ ଓ ସମାଲୋଚନା
[ସମ୍ପାଦନା]- ଯୁଗସ୍ରଷ୍ଟା ଫକୀରମୋହନ
- କାବ୍ୟ ବିଚାର
- ସରଳ ଗୀତାବୋଧ
- ନାଟକ ବିଚାର
- ଓଡ଼ିଆ ନାଟ୍ୟ ସାହିତ୍ୟ
- ନାଟକ ଓ ନାଟ୍ୟକଳା
- ମହାକବି ସାରଳା ଦାସ
- ମହାପୁରୁଷ ଜଗନ୍ନାଥ ଦାସ ଓ ଭାଗବତ ସମୀକ୍ଷା
- ମହାପୁରୁଷ ଅଚ୍ୟୁତାନନ୍ଦ ଦାସ
- ସାହିତ୍ୟ ସନ୍ଦର୍ଶନ
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୩୨୦, ୪୮୫, ୮୬୦. ISBN 81-7400-331-2.
- ↑ Dr.Baijayanti Nayak (2021-02-05), ଓଡ଼ିଆ ନବନାଟ୍ଯ ଆନ୍ଦୋଳନ Odia Nabanatya Andolona, retrieved 2025-04-09
- ↑ ସର୍ବେଶ୍ୱର ଦାସ; Sarbeswar Das (1981). ଓଡ଼ିଆ ନାଟ୍ୟ ସାହିତ୍ୟ.