ସର୍ବେଶ୍ୱର ଦାଶ
ଦେଖଣା
ସର୍ବେଶ୍ୱର ଦାଶ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୨ ଜାନୁଆରୀ ୧୯୨୫ ଶ୍ରୀରାମଚନ୍ଦ୍ରପୁର ଶାସନ, ପୁରୀ ଜିଲ୍ଲା |
| ମୃତ୍ୟୁ | ୪ ଅକ୍ଟୋବର ୨୦୦୯ (ବୟସ ୮୪) |
| ଭାଷା | ଓଡ଼ିଆ |
| ସାହିତ୍ୟ କୃତି | ଋଗବେଦରେ ନାଟକୀୟତା ବୈଦିକ ପ୍ରବନ୍ଧାବଳୀ ବେଦ ବୈଭବ ବେଦରୁ ଆଧୁନିକ |
| ଜୀବନସାଥୀ | ବସନ୍ତ କୁମାରୀ ଦେବୀ |
| ପିତାମାତା | ଗୋପିନାଥ ଦାଶ, ସୁଲକ୍ଷଣା ଦେବୀ |
ସର୍ବେଶ୍ୱର ଦାଶ ଜଣେ ଓଡ଼ିଆ-ଭାଷୀ ଶିକ୍ଷାବିତ୍, ବେଦ ବିଶାରଦ ତଥା ଗାନ୍ଧିବାଦି ବ୍ୟକ୍ତିତ୍ୱ । ୨୦୦୯ରେ ତାଙ୍କ ସାହିତ୍ୟିକ କୃତି ପାଇଁ ତାଙ୍କୁ ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସର୍ବେଶ୍ୱର ୧୯୨୫ ମସିହାରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ, ବଙ୍ଗଳା, ସଂସ୍କୃତ, ଇଂରାଜୀ ଓ ମାର୍କିନ ସାହିତ୍ୟରେ ସେ ଥିଲେ ଧୂରୀଣ । ଚନ୍ଦ୍ରକଳା ନାଟିକାର ସମ୍ପାଦନା ତାଙ୍କର ଏକ ଉଲ୍ଲେଖନୀୟ କୃତି । ଉଚ୍ଚକୋଟୀର ଗବେଷଣା ଓ ମାନବିକ ମୂଲ୍ୟବୋଧ ତାଙ୍କ ରଚନାବଳୀର ବିଶେଷତ୍ୱ ।[୧] ଓଡ଼ିଆ ଲେଖିକା ତଥା ଅନୁବାଦିକା ବସନ୍ତ କୁମାରୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କରି ସହଧର୍ମିଣିଙ୍କର ୧୯୯୯ରେ ମୃତ୍ୟୁ ହୋଇ ହୋଇଯାଇଛି ।
ରଚନାବଳୀ
[ସମ୍ପାଦନା]- ଋଗବେଦରେ ନାଟକୀୟତା
- ବୈଦିକ ପ୍ରବନ୍ଧାବଳୀ
- ବେଦ ବୈଭବ
- ବେଦପ୍ରସୂନ
- ବେଦରୁ ଆଧୁନିକ
- ଶ୍ରୀଜଗନ୍ନାଥ ରହସ୍ୟ
- ଭଲଗା ନଦୀର ଦେଶେ
- ସ୍ୱେଚ୍ଛାକୃତ କାର୍ଯ୍ୟ ଓ ଗାନ୍ଧୀବାଦୀ ଆଭିମୁଖ୍ୟ
- ଗୋପୀନାଥ ରଚନାବଳୀ (ସମ୍ପାଦନା)
- Death and two voices of Whitman
- Bharat and Aristotle
- Songs of Salabeg
- Lalbahadur Shastry
- Utkalamani Gopabandhu
- ଶିବକଳ୍ପ ବ୍ରହ୍ମର୍ଷି (ଯୁଗ୍ମ : ବସନ୍ତ କୁମାରୀ ଦେବୀ)
- ମୋ କାହାଣୀ (ଆତ୍ମଜୀବନୀ)
- ଭାରତୀୟ ଓ ପାଶ୍ଚାତ୍ୟ ସାହିତ୍ୟ-ସମୀକ୍ଷାର ଧାରା
- ସପ୍ତପର୍ଣ୍ଣା (ଗଳ୍ପ)
୮୪ ବର୍ଷ ବୟସରେ ୩ ଅକ୍ଟୋବର ୨୦୦୯ ଦିନ ସେ ପରଲୋକ ଗମନ କରିଥିଲେ । [୨]
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୮୮. ISBN 81-7400-331-2.
- ↑ "Sarbeswar Das passes away". The Times of India. 2009-10-04. ISSN 0971-8257. Retrieved 2025-04-09.