Jump to content

ସର୍ଦ୍ଦାର ପାପାରାୟୁଡୁ (୧୯୮୦ର ତେଲୁଗୁ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ସର୍ଦ୍ଦାର ପାପାରାୟୁଡୁ
ନିର୍ଦ୍ଦେଶକDasari Narayana Rao
ପ୍ରଯୋଜକKranthi Kumar
ସଂଳାପDasari Narayana Rao
କଳାକାରN. T. Rama Rao
Sridevi
Sharada
ସଙ୍ଗୀତChakravarthy
ଚିତ୍ରଗ୍ରହଣS. Venkataratnam
ସମ୍ପାଦକG. G. Krishna Rao
Production
company
Sri Annapoorna International
ବିତରକShayikrishna
ମୁକ୍ତିଲାଭ ତାରିଖ
୩୦ ଅକ୍ଟୋବର ୧୯୮୦
କଥାଚିତ୍ରର ସମୟ
151 minutes
ଦେଶIndia
ଭାଷାTelugu
NT Rama Rao

ସର୍ଦ୍ଦାର ପାପାରାୟୁଡୁ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଭାରତୀୟ ତେଲୁଗୁ ଭାଷାର ଐତିହାସିକ କାଳ୍ପନିକ ଚଳଚ୍ଚିତ୍ର । ଦାସରୀ ନାରାୟଣ ରାଓ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ଚକ୍ରବର୍ତୀଙ୍କ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[] ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ କ୍ରାନ୍ତିକୁମାର ।[] ଏହି ଫିଲ୍ମର ବାଣିଜ୍ୟିକ ସଫଳତା ଯୋଗୁଁ ୧୯୮୫ରେ ଏହାକୁ ହିନ୍ଦୀରେ "ସରଫରୋଶ" ନାମରେ ପୁନର୍ନିର୍ମାଣ କରାଯାଇଥିଲା ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏନ୍‌.ଟି.ରାମା ରାଓ ଓ ଶ୍ରୀଦେବୀ । ଏତଦ୍‌ ବ୍ୟତୀତ ଚଳଚ୍ଚିତ୍ରରେ ଶାରଦା, ରାଓ ଗୋପଲ ରାଓ, ମୋହନ ବାବୁ, ଆଲ୍ଲୁରି ରାମଲିଙ୍ଗାୟା ତଥା ଅନ୍ୟମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

[ସମ୍ପାଦନା]

ରାମୁ ଜଣେ ସତ୍ୟନିଷ୍ଠ ପୁଲିସ ଅଫିସର, ଯିଏ ଭ୍ରଷ୍ଟ ରାଜନେତା ଧର୍ମରାଜୁଙ୍କ ଝିଅ ବିଜୟାଙ୍କୁ ଭଲପାଉଛି । ଧର୍ମରାଜୁ ଯଦିଓ ସାଧାରଣ ଲୋକଙ୍କ ମଧ୍ୟରେ ଭଲ ଲୋକଭଳି ଭାବମୂର୍ତ୍ତି ରଖୁଥିଲେ, ସେ ଗୁପ୍ତରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହନ୍ତି । ତାଙ୍କ ସହଯୋଗୀ ସତ୍ୟ ମୂର୍ତ୍ତି ଏବଂ ନ୍ୟାୟପତିଙ୍କ ସହ ମିଳି ସେ ବ୍ରିଟିଶମାନଙ୍କ ସହ ସଡ଼ଯନ୍ତ୍ର କରି ଗରିବମାନଙ୍କୁ ଶୋଷଣ କରୁଥିଲେ । କିଛି ବର୍ଷ ପୂର୍ବେ, ଏହି ତିନି ଜଣ ମିଳି ରାଜା ବିଜୟରାଘବରାଜୁଙ୍କ ହତ୍ୟା ମାମଲାରେ ଜଣେ ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ପାପାରାୟୁଡୁଙ୍କୁ ଅନ୍ୟାୟଭାବେ ଫସାଇ ଦେଇଥିଲେ । ଏହାର ପରିଣାମରେ ପାପାରାୟୁଡୁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ରାମୁଙ୍କ ସହ ଦେଖାହେବା ସମୟରେ, ଧର୍ମରାଜୁ ପାପାରାୟୁଡୁଙ୍କ ସହ ରାମୁଙ୍କ ଅଦ୍ଭୁତ ସାଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଏ। ସମୟକ୍ରମେ ଏକଥା ଷ୍ପଷ୍ଟ ହୁଏ ଯେ ରାମୁ ବାସ୍ତବରେ ପାପାରାୟୁଡୁଙ୍କ ପୁଅ । ତାଙ୍କ ମା ସୀତା ହେଉଛନ୍ତି ପାପାରାୟୁଡୁଙ୍କ ସ୍ତ୍ରୀ । ପରିସ୍ଥିତି ଆଉ ଗମ୍ଭୀର ହୋଇଯାଏ ଯେତେବେଳେ ପାପାରାୟୁଡୁ କାରାଗାରରୁ ମୁକ୍ତିଲାଭ କରି ତାଙ୍କ ଉପରେ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ ଫେରନ୍ତି । ପାପାରାୟୁଡୁ ଏବଂ ରାମୁଙ୍କ ମଧ୍ୟରେ ଏକ ଦ୍ୱନ୍ଦ ଉପସ୍ଥିତ ହୁଏ, କାରଣ ପାପାରାୟୁଡୁ ଧର୍ମରାଜୁଙ୍କ ବିରୁଦ୍ଧରେ ନ୍ୟାୟ ଚାହୁଁଛନ୍ତି । ଶେଷର ନାଟକୀୟ ଯୁଦ୍ଧରେ, ପାପାରାୟୁଡୁ ନିଜ ପୁଅ ଏବଂ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ନିଜକୁ ବଳିଦାନ କରିଦେଇଥାନ୍ତି । ମୃତ୍ୟୁର ପୂର୍ବମୂହୂର୍ତ୍ତରେ ସେ ରାମୁଙ୍କୁ ଆଲିଙ୍ଗନ କରି ସେଥିରେ ସମ୍ମିଳିତ ହୋଇ ଶାନ୍ତିରେ ପ୍ରାଣ ତ୍ୟାଗ କରନ୍ତି ।

ଅଭିନୟରେ

[ସମ୍ପାଦନା]
  • ଏନ୍‍.ଟି. ରାମା ରାଓ – ସର୍ଦାର ପାପାରାୟୁଡୁ ଏବଂ ରାମ “ରାମୁ” ମୋହନ
  • ଶ୍ରୀଦେବୀ – ଭିଜୟା ଭୂମିକାରେ
  • ଶାରଦା – ସୀତା ଭୂମିକାରେ
  • ରାଓ ଗୋପାଳ ରାଓ – ଧର୍ମ ରାଓ ଭୂମିକାରେ
  • ସତ୍ୟନାରାୟଣ – ସତ୍ୟ ମୂର୍ତ୍ତି ଭୂମିକାରେ
  • ଅଲ୍ଲୁରି ରାମଲିଙ୍ଗୈୟା – ନ୍ୟାୟପତି ଭୂମିକାରେ
  • ମୋହନ ବାବୁ – ବ୍ରିଟିଶ ଅଧିକାରୀ ଭୂମିକାରେ
  • ଗୁମ୍ମାଡି – ବାବା ଭୂମିକାରେ
  • ପ୍ରଭାକର ରେଡ୍ଡି – ବିଜୟ ରାଘବ ରାଜୁ ଭୂମିକାରେ
  • ତ୍ୟାଗରାଜୁ – ବ୍ରିଟିଶ ଇନ୍ସପେକ୍ଟର ଭୂମିକାରେ
  • କେ.ଭି. ଚଳମ୍ – ରାଜୁ ଭୂମିକାରେ
  • ପି.ଜେ. ଶର୍ମା – ଆଇ.ଜି. ଭୂମିକାରେ
  • ଚଲପତି ରାଓ – ସର୍ଦାର ପାପାରାୟୁଡୁଙ୍କ ସହଚର ଭୂମିକାରେ
  • ପାଣ୍ଡରୀ ବାଇ – ସର୍ଦାର ପାପାରାୟୁଡୁଙ୍କ ମା’ ଭୂମିକାରେ
  • ଏସ୍. ୱାରଲକ୍ଷ୍ମୀ – ଉର୍ମିଲା ଦେବୀ ଭୂମିକାରେ
  • ଅଥିଲି ଲକ୍ଷ୍ମୀ – ଭିଜୟାଙ୍କ ମା’ ଭୂମିକାରେ
  • ଜ୍ୟୋତି ଲକ୍ଷ୍ମୀ – ଏକ ଆଇଟମ୍ ନୃତ୍ୟରେ

ବାଣିଜ୍ୟିକ ସଫଳତା

[ସମ୍ପାଦନା]

ସର୍ଦ୍ଦାର ପାପାରାୟୁଡୁ ଚଳଚ୍ଚିତ୍ରଟି ବ୍ୟାପାରିକ ଭାବରେ ଅତ୍ୟନ୍ତ ସଫଳ ହୋଇଥିଲା । ଦାସରୀ ନାରାୟଣରାଓଙ୍କ ଦ୍ୱାରା ଲିଖିତ ଶକ୍ତିଶାଳୀ ସମ୍ବାଦଗୁଡ଼ିକ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହୋଇଥିଲା, ଯାହାର ଫଳରେ ଫିଲ୍ମର ଧ୍ୱନିମାଳିକା (LP ରେକର୍ଡ ଏବଂ କ୍ୟାସେଟ) ଭଲଭାବେ ବିକ୍ରି ହୋଇଥିଲା । ଚଳଚ୍ଚିତ୍ରର ପୁନଃ-ରେକର୍ଡିଂ, ବିଶେଷକରି ସ୍ୱାଧୀନତା ପୂର୍ବକାଳୀନ ଦୃଶ୍ୟଗୁଡ଼ିକରେ, ବହୁତ ପ୍ରଶଂସା ଲାଭ କରିଥିଲା । ରାମାରାଓଙ୍କ ଦ୍ୱିତୀୟ ଭୂମିକାର ଅଭିନୟ ଉଚ୍ଚ ପ୍ରଶଂସିତ ହୋଇଥିଲା ଯେହେତୁ ଉଭୟ ଭୂମିକାର ଆଚରଣ ଓ ଅଭିନୟରେ ଢେର ଫରକ ଦେଖିବାକୁ ମିଳିଥିଲା ।[]

  1. "Hot-shot director Dasari dead". The Hindu (in Indian English). 2017-05-30. ISSN 0971-751X. Retrieved 2025-11-14.
  2. "Stalwart's death". The Hindu (in Indian English). 2003-05-19. ISSN 0971-751X. Retrieved 2025-11-14.
  3. "Filmfare Recommends: Top Films Of Jeetendra Where He Played A Double Role | Filmfare.com". www.filmfare.com (in ଇଂରାଜୀ). Retrieved 2025-11-14.
  4. "Sardar Paparayudu (1980) Review". Indiancine.ma. Retrieved 2025-11-14.