Jump to content

ସରୋଜ ଖାପର୍ଦେ

ଉଇକିପିଡ଼ିଆ‌ରୁ
ସରୋଜ ଖାପର୍ଦେ
ବ୍ୟକ୍ତିଗତ ସବିଶେଷ
ଜନ୍ମ1941
ରାଜନୀତିକ ଦଳIndian National Congress party

ସରୋଜ ଖାପର୍ଦେେ ମହାରାଷ୍ଟ୍ରର ଜଣେ ଭାରତୀୟ ରାଜନୀତିଜ୍ଞ। ଖାପର୍ଦେ ରାଜ୍ୟ ସଭାରେ ପାଞ୍ଚ ଥର ପର୍ଯ୍ୟନ୍ତ ସଦସ୍ୟ ଭାବେ କାର୍ଯ୍ୟ କରିଥିବା ଦ୍ୱିତୀୟ ସର୍ବାଧିକ ସମୟର ସାଂସଦ ଥିଲେ। ଏହି କ୍ଷେତ୍ରରେ ସେ ନଜମା ହେପତୁଲାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ଛଅଟି ମିଆଦ ସେବା କରିଥିଲେ। ସେ ଇନ୍ଦିରା ଗାନ୍ଧୀଙ୍କ ନିକଟ ସହଯୋଗୀ ଥିଲେ ଏବଂ ଇନ୍ଦିରା ଗାନ୍ଧୀଙ୍କ ସମସ୍ତ ସରକାରୀ ଯାତ୍ରାରେ ସାଥୀ ହୋଇଥିଲେ।[]

ଜୀବନୀ ଓ ରାଜନୀତିକ କାର୍ଯ୍ୟଜୀବନ

[ସମ୍ପାଦନା]

ଖାପର୍ଦେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟା ଥିଲେ। ସେ ରାଜ୍ୟ ସଭାରେ 1972–1974, 1976–1982, 1982–1988, 1988–1994 ଓ 1994–2000 ମଧ୍ୟରେ ପାଞ୍ଚଟି ମିଆଦରେ ସେବା କରିଥିଲେ । 1986 ରୁ 1989 ପର୍ଯ୍ୟନ୍ତ ସେ ଭାରତ ସରକାରର କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବସ୍ତ୍ର ମନ୍ତ୍ରଣାଳୟର ଦାୟିତ୍ୱ ପାଳନ କରିଥିଲେ। 1994 ରୁ 2000 ପର୍ଯ୍ୟନ୍ତ ସେ ରାଜ୍ୟ ସଭାର ଉପ-ସଭାପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ସମିତିର ଅଧ୍ୟକ୍ଷତା କରିଥିଲେ। 1982–1984 ମଧ୍ୟରେ ସେ ହାଉସ୍ କମିଟିର ଅଧ୍ୟକ୍ଷା ଥିଲେ। 1996–1998 ମଧ୍ୟରେ ସେ ସରକାରୀ ଆଶ୍ୱାସନ ସମିତିର ଅଧ୍ୟକ୍ଷା ଏବଂ 1996 ଓ 1998–2000 ମଧ୍ୟରେ ଉପନିୟମ ସମିତିର ଅଧ୍ୟକ୍ଷା ଥିଲେ।

ଖାପର୍ଦେ ରାଜ୍ୟ ସଭାରେ ୨୮ଟି ବ୍ୟକ୍ତିଗତ ସଦସ୍ୟ ବିଲ୍ ପ୍ରସ୍ତୁତ କରିଥିଲେ, ତନ୍ମଧ୍ୟରୁ କିଛି ତଥ୍ୟ ନିମ୍ନୋକ୍ତ ପ୍ରକାରେ ଅଟେ।

୧୯୯୬ ମସିହାରେ ସେ “ଗୃହିଣୀମାନଙ୍କ (ଗୃହକାର୍ଯ୍ୟରୁ ବାଧ୍ୟତାମୂଳକ ସାପ୍ତାହିକ ଛୁଟି) ବିଲ୍” ପ୍ରସ୍ତୁତ କରିଥିଲେ। ଏହି ବିଲ୍ ଅନୁଯାୟୀ, କୌଣସି ପ୍ରଥା, ପରମ୍ପରା କିମ୍ବା ରୀତିନୀତି ଥିଲେ ମଧ୍ୟ, ପରିବାରର ସଦସ୍ୟମାନେ, ବିଶେଷତଃ ପରିବାରମୁଖ୍ୟ, ପ୍ରତ୍ୟେକ ଗୃହିଣୀଙ୍କୁ ସପ୍ତାହର ଗୋଟିଏ ଦିନ ଗୃହକାର୍ଯ୍ୟରୁ ଛୁଟି ନିବାଚନ କରିବାକୁ କହିବେ, ଯାହାଦ୍ୱାରା ସେ ବିଶ୍ରାମ ନେବେ ଓ ନିଜ ଇଚ୍ଛାନୁଯାୟୀ ଦିନଟି ଉପଭୋଗ କରିପାରିବେ। ଏହି ଦିନରେ ତାଙ୍କ ସମସ୍ତ ଗୃହଦାୟିତ୍ୱ ଅନ୍ୟ ସଦସ୍ୟମାନଙ୍କ ଉପରେ ରହିବ। ବିଲ୍‌ରେ ନିୟମ ଉଲ୍ଲଂଘନ କରିଥିବା ପରିବାର ସଦସ୍ୟଙ୍କୁ ସର୍ବାଧିକ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ପ୍ରସ୍ତାବ ଥିଲା। କିନ୍ତୁ ସାଧାରଣ ଲୋକଙ୍କ ଆଲୋଚନା ଓ ଭାରତୀୟ ପରିବାର ପରିବେଶରେ ଏହାକୁ ପ୍ରାୟୋଗିକ ଭାବେ ଲାଗୁ କରିବା କଷ୍ଟକର ବୋଲି ମନେ ହେବାରୁ ବିଲ୍‌ଟି ପାସ୍ ହୋଇପାରିନଥିଲା।[]

୧୯୮୭ ମସିହାରେ ସେ ରାଜ୍ୟ ସଭାରେ “Indian Medical Council Act, 1956” ସଂଶୋଧନ ପାଇଁ ଏକ ବିଲ୍ ପ୍ରସ୍ତୁତ କରିଥିଲେ। ଏହାର ଉଦ୍ଦେଶ୍ୟ ଦେଶରେ ଚିକିତ୍ସା ଶିକ୍ଷାର ମାନଦଣ୍ଡରେ ଏକରୂପତା ଆଣିବା ଓ ମେଡିକାଲ୍ କଲେଜଗୁଡ଼ିକର ଭର୍ତ୍ତି, ପାଠ୍ୟକ୍ରମ ଓ ସ୍ଥାପନା ଉପରେ କେନ୍ଦ୍ର ସରକାର କିମ୍ବା ମେଡିକାଲ୍ କାଉନ୍ସିଲ୍‌ର ନିୟନ୍ତ୍ରଣ ସୁନିଶ୍ଚିତ କରିବା ଥିଲା। ବିଲ୍‌ରେ ଭାରତରେ ଚିକିତ୍ସା ପେଶାର ନିୟମନ ପ୍ରସ୍ତାବ ରହିଥିଲା।[]

୧୯୯୫ ମସିହାରେ ସେ “ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬” ସଂଶୋଧନ ପାଇଁ ଏକ ବିଲ୍ ପ୍ରସ୍ତୁତ କରିଥିଲେ, ଯାହା ପରେ ସଂସଦ ଦ୍ୱାରା ଗ୍ରହଣ କରାଯାଇଥିଲା।

  1. Banerjee, Mamata; Sengupta, Nandini (2012-03-01). Mamata Banerjee: My Unforgettable Memories (in ଇଂରାଜୀ). Roli Books Private Limited. ISBN 978-93-5194-013-5.
  2. "Manupatra Articles". www.manupatrafast.com. Archived from the original on 2017-07-29. Retrieved 2026-03-05.
  3. Chopra, Joginder Kumar (1993-01-01). Women in the Indian Parliament: A Critical Study of Their Role (in ଇଂରାଜୀ). Mittal Publications. ISBN 978-81-7099-513-5.