ସରସ୍ୱତୀ ରାଜମଣି
ସରସ୍ୱତୀ ରାଜମଣି | |
---|---|
ଜନ୍ମ | |
ମୃତ୍ୟୁ | ୧୩ ଜାନୁଆରୀ ୨୦୧୮ | (ବୟସ ୯୧)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଗୁପ୍ତଚର ଆଜାଦ ହିନ୍ଦ ଫୌଜ |
ସରସ୍ୱତୀ ରାଜମଣି ଭାରତୀୟ ଜାତୀୟ ସେନାର ଜଣେ ସଦସ୍ୟ ଥିଲେ । ସେ ପ୍ରଥମ ଭାରତୀୟ ମହିଳା ଗୁପ୍ତଚର ଭାବରେ ପରିଚିତ । ଆଜାଦ ହିନ୍ଦ ଫୌଜର ସାମରିକ ଗୁପ୍ତଚର ବିଭାଗରେ ସେ କାର୍ଯ୍ୟ କରିଥିଲେ । ମଣି ନାମରେ ସେ ବିଶେଷ ପରିଚିତ ଥିଲେ ।[୧] ସେ ନିକଟରେ ୟୁଟ୍ୟୁବରେ ଉପଲବ୍ଧ କୌଶିକ ଶ୍ରୀଧରଙ୍କ ନିର୍ଦ୍ଦେଶିତ 'ଭଏସ୍ ଅଫ୍ ଇଣ୍ଡିପେଣ୍ଡେଣ୍ଟ୍ ଇଣ୍ଡିଆନ୍' ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପିଲାଦିନ
[ସମ୍ପାଦନା]ରାଜମଣି ୧୧ ଜାନୁଆରୀ ୧୯୨୭ ମସିହାରେରେ ବୁର୍ମାର ୟାଂଗୋନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଏକ ସୁନା ଖଣିର ମାଲିକ ଥିଲେ ଏବଂ ୟାଂଗୋନର ଜଣେ ସବୁଠାରୁ ଧନୀ ଭାରତୀୟ ଥିଲେ । ତାଙ୍କ ପରିବାର ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ଦୃଢ ସମର୍ଥକ ଥିଲେ ଏବଂ ଏହି ଆନ୍ଦୋଳନରେ ମଧ୍ୟ ସହଯୋଗ କରିଥିଲେ ।[୨][୩]
୧୬ ବର୍ଷ ବୟସରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ସେ ତାଙ୍କର ସମସ୍ତ ଅଳଙ୍କାରକୁ ଆଜାଦ ହିନ୍ଦ ଫୌଜକୁ ଦାନ କରିଥିଲେ । ଜଣେ ଛୋଟ ଝିଅକୁ ନିଜର ସମସ୍ତ ଅଳଙ୍କାରକୁ ଅତି ସହଜରେ ଦାନ କରିଥିବାର ଦେଖିଲା ପରେ ହୃଦୟଙ୍ଗମ ହୋଇ ନେତାଜୀ ସୁନାକୁ ଫେରାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ରାଜମଣି ଏହାକୁ ସେନାମାନଙ୍କ ପାଇଁ ଦାନ କରିଛନ୍ତି ବୋଲି ଜିଦ ଧରିଥିଲେ । ତାଙ୍କ ନିଷ୍ଠାରେ ପ୍ରଭାବିତ ହୋଇ ସେ ତାଙ୍କ ନାମ ସରସ୍ୱତୀ ରଖିଲେ ।
୧୯୪୨ ମସିହାରେ, ରାଜମଣିଙ୍କୁ ଆଜାଦ ହିନ୍ଦ ଫୌଜର ଝାଂସୀ ରେଜିମେଣ୍ଟର ରାଣୀ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେ ସେନାର ସାମରିକ ଗୁପ୍ତଚର ବିଭାଗର ଅଂଶ ଥିଲେ ।[୪]
ପରବର୍ତ୍ତୀ ବର୍ଷଗୁଡିକ
[ସମ୍ପାଦନା]ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଜମଣିଙ୍କ ପରିବାର ସୁନା ଖଣି ସମେତ ସମସ୍ତ ସମ୍ପତ୍ତି ଛାଡି ଭାରତ ଫେରି ଆସିଥିଲେ । ୨୦୦୫ ମସିହାରେ, ଏକ ଖବରକାଗଜ ରିପୋର୍ଟ କରିଥିଲା ଯେ ସେ ଚେନ୍ନାଇରେ ରହୁଥିଲେ । ସେ ସାହାଯ୍ୟ ପାଇଁ ତାମିଲନାଡୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କୁ ୫ ଲକ୍ଷ ଟଙ୍କାର ଉପହାର ଏବଂ ଭଡା ମୁକ୍ତ ହାଉସିଂ ବୋର୍ଡ ଫ୍ଲାଟ ଆକାରରେ ସହାୟତା ପ୍ରଦାନ କରିଥିଲେ । ସେ ତାଙ୍କ ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି । ତାଙ୍କର ଆତ୍ମଜୀବନୀ "ହାର୍ ନେହି ମାନୁଙ୍ଗି" ନାମରେ ହିନ୍ଦୀରେ ଏକ ଧାରାବାହିକ ପ୍ରକାଶିତ ହୋଇଛି ।
ମୃତ୍ୟୁ
[ସମ୍ପାଦନା]ଜାନୁଆରୀ ୧୩, ୨୦୧୮ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ରାଜମଣିର ହୃଦଘାତରେ ମୃତ୍ୟୁ ହୋଇଥିଲା । ଚେନ୍ନାଇର ରୋୟାପେଟା, ପିଟର୍ସ କଲୋନୀରେ ତାଙ୍କର ଶେଷ ରୀତିନୀତି ପାଳନ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ The Samaja ePaper https://samajaepaper.in/imageview_63_12202521419924_4_83_02-02-2025_6_i_1_sf.html. Retrieved 6 February 2025.
{{cite web}}
: Missing or empty|title=
(help) - ↑ "An INA veteran lives in penury". The Hindu. Jun 17, 2005. Retrieved 30 November 2016.[dead link]
- ↑ "The forgotten spy". Reddif.com. August 26, 2005. Retrieved 30 November 2016.
- ↑ "Jaya dole for Netaji spy". The Telegraph. June 22, 2005. Archived from the original on 19 September 2016. Retrieved 30 November 2016.