Jump to content

ସରସ୍ୱତୀ ମହଲ ଲାଇବ୍ରେରୀ

ଉଇକିପିଡ଼ିଆ‌ରୁ
(ସରସ୍ଵତୀ ମହଲ ଲାଇବ୍ରେରୀରୁ ଲେଉଟି ଆସିଛି)
Entrance of the Sarasvati Mahal Library, Tanjore, Tamil Nadu, India.

ସରସ୍ୱତୀ ମହଲ ଲାଇବ୍ରେରୀ ଭାରତୀୟ ରାଜ୍ୟ ତାମିଲନାଡୁର ଥଞ୍ଝାଭୁର ସହରରେ ଅବସ୍ଥିତ । ଏହା ଏସିଆ ମହାଦେଶର ଏକ ଅପ୍ରଚୀନତମ ଲାଇବ୍ରେରୀ । ଏଠାରେ ବିରଳ ଓ ବହୁ ମୂଲ୍ଯବାନ ପାଣ୍ଡୁଲିପି ଅନେକ ସଂଖ୍ୟାରେ ରହିଛି । ଏଠାରେ ତାଳପତ୍ର ଲେଖା ସମୂହ ମଧ୍ୟ ସଂରକ୍ଷିତ ଭାବରେ ରହିଛି । ସେ ସବୁ ବହୁ ପ୍ରାଚୀନ ତାମିଲ , ହିନ୍ଦୀ , ସଂସ୍କୃତ , ତେଲୁଗୁ ଓ ଇଂରାଜୀ ଭାଷାରେ ରହିଛି । ଭାରତର ଅନନ୍ୟ କିଛି ଭାଷାର ହସ୍ତଲିଖିତ ଦସ୍ତାବିଜ ସମୂହ ମଧ୍ୟ ଏଠାରେ ସଂରକ୍ଷିତ । ଏଠାରେ ସମୁଦାୟ 60,000 ସେହି ଧାରଣର ବିରଳ ପୁସ୍ତିକା ରହିଛି । ଏଠି ମଧ୍ୟରୁ ସର୍ବସାଧାରଣଙ୍କ ଦେଖିବା ପାଇଁ କିଛି ରଖାଯାଇଛି । ଏଥିରେ ଥିବା ସମସ୍ତ ପୁସ୍ତକ ତଥା ହସ୍ତଲିପି , ତାଳପତ୍ରର ଲେଖନର ତାଲିକା ତାହାର ନିଜ ୱେବରେ ଉପଲକ୍ଧ । ପୂର୍ବରୁ ଅନୁମତି ନେଇ ଲାଇବ୍ରେରୀରେ ଥିବା ପୁରାତନ ଦଲିଲ ଓ ପୁସ୍ତକ ଜନସାଧାରଣ ଦେଖିପାରନ୍ତି । .[]

ଇତିହାସ 

[ସମ୍ପାଦନା]

ଥଞ୍ଜାଭୁର ଥିତ ସରସ୍ୱତୀ ଲାଇବ୍ରେରୀ 1535ରୁ 1675 ମସିହାରେ ଶାସନ କରିଥିନା ନାୟକ ରାଜାମାନେ ନିଜସ୍ୱ ବ୍ୟବହାର ପାଇଁ ଏହାକୁ ଆରମ୍ଭ କରିଥିଲେ । 1675 ମସିହାରେ ମରଠା ଶାସକ ଏହି ରାଜ୍ୟକୁ ନିଜ କଁଯାକୁ ନେଇଯାଇଥିଲେ । କିନ୍ତୁ ସେମାନେ ମଧ୍ୟ ଲାଇବ୍ରେରୀର ଉନ୍ନତି କରିଥିଲେ । 1709 ମସିହାରୁ 1832 ମସିହା ଯାଏ ଶାସନ କରିଥିନା ମରାଠା ରାଜା ସେରଫୋ ଜୀ ନିଜେ ବହୁ ବିଷୟରେ ଜଣେ  ବିଦ୍ୱାନ ଥିଲେ । ସେ ଜର୍ମାନ , ଫ୍ରେଞ୍ଚ , ଇଟାଲିୟାନ , ଲାଟିନ ଓ ଇଂରାଜୀ ଭାଷା ଭଲ ଭାବରେ ଜାଣିଥିଲେ । ସେ ଲାଇବ୍ରେରୀର ବହୁଳ ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ଲାଇବ୍ରେରୀ ପାଇଁ ସେ ଅନେକ ପଣ୍ଡିତଙ୍କୁ ନିଯୁକ୍ତ କରି ବିରଳ ପୋଥି ସବୁ ସଂଗ୍ରହ ଓ ରକ୍ଷଣ ଦିଗରେ ଉଦ୍ୟମ କରିଥିଲେ । ଉତ୍ତର ଭାରତ ଓ ଭାରତର ଦୂର ପ୍ରାନ୍ତରୁ ମଧ୍ୟ ବହୁ ପୁସ୍ତକ , ହସ୍ତଲିଖିତ ପାଣ୍ଡୁଲିପି ସବୁ ତାଙ୍କ ସମୟରେ ସଂରୁହିତ ହେଇଥିଲା । 

1918 ମସିହାରୁ ଏହି ଲାଇନରେଡ଼ି ତାମିଲନାଡୁ ରାଜ୍ୟ ଅଧୀନରେ ରହିଥିଲା । ଏହାର ନାମ " ଥଞ୍ଜାଭୁର ମହାରାଜା ସରଫୋଜୀ ଲାଇବ୍ରେରୀ " ରଖାଯାଇଛି । 

ପରବର୍ତ୍ତୀ ଉଦ୍ୟମ 

[ସମ୍ପାଦନା]
Painting outside the Sarasvati Mahal Library.

ଏହି ଲାଇବ୍ରେରୀ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ମୁକ୍ତ । ବର୍ତ୍ତମାନ ମଧ୍ୟ ଆହୁରି ପୁରାତନ ପୁସ୍ତକ , ଦଲିଲ , ପାଣ୍ଡୁଲିପି ସଂଗ୍ରହ କାର୍ଯ୍ୟ କରାଯାଉଛି । 1998 ମସିହାରେ ଏହି ଲାଇବ୍ରେରୀ କମ୍ପ୍ୟୁଟରୀକରଣ କରାଯାଇ ସବୁ ପୁସ୍ତକ ଓ ଅନ୍ୟ ମୂଲ୍ଯବାନ ଲେଖା ଗୁଡିକୁ ସାରଣୀ କରଣ କାର୍ଯ୍ୟ ହେବା ସହ ଅତି ପୁରାତନ ହସ୍ତ ଲେଖା ଦଲିଲ ସାନୁହକୁ ମିକ୍ରୋଫିଲ୍ମରେ ରଖାଯାଇଛି । ସମସ୍ତ ଲେଖାକୁ ଡିଜିଟାଲ ମାଧ୍ୟମରେ ରଖିବା ପ୍ରକ୍ରିୟା ଚାଲିଛି । .[]

ଲାଇବ୍ରେରୀରେ ଥିବା କିଛି ବିରଳ ପୁସ୍ତକ ଓ ଅନନ୍ୟ ଦ୍ରବ୍ୟରର ତାଲିକା 

[ସମ୍ପାଦନା]
  • Dr. Samuel Johnson's dictionary published in 1784
  • The pictorial Bible printed in Amsterdam in the year 1791
  • The Madras Alamnac printed in 1807
  • Lavoisier's Traité Élémentaire de Chimie ("Elements of Chemistry")
  • The notes of Bishop Heber on Raja Serfoji II
  • The correspondence letters of William Torin of London who purchased a lot of books for Raja Serfoji II and the Saraswathi Mahal Library
  • The Globe used by the raja.
  • Ancient maps of the world
  • Town planning documents of Thanjavur including the underground drainage system, the fresh water supply ducting system
  • Pictorial charts of the theory of evolution of man as evinced by Charles Le Brun[][]

ଲାଇବ୍ରେରୀ ସଂଗ୍ରହାଳୟ 

[ସମ୍ପାଦନା]

ଥଞ୍ଜାଭୁର ରାଜମହଳ ଭିତରେ ଥିବା ସରସ୍ୱତୀ ଲାଇବ୍ରେରୀରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି । ଏଠାରେ ବିରଳ ପୁସ୍ତକ ସହ ପେଣ୍ଟିଙ୍ଗ , କାଷ୍ଠା ନିର୍ମିତ ପୁରାତନ ଦ୍ରବ୍ୟ ମରାଠା ରାଜାମାନଙ୍କ ତୈଳ ଚିତ୍ର ସହ ବିନ୍ନ ଭିନ୍ନ ପ୍ରାଚୀନ ମାନଚିତ୍ର ସବୁ ରହିଛି । ପଠନ ପାଇଁ ସ୍ୱତନ୍ତ୍ର ସୁବିଧା ଥାଇ କକ୍ଷ୍ୟ ମାନ ରହିଛି । 

ଆଧାର 

[ସମ୍ପାଦନା]
  1. See official website of the library, under External links, for details of holdings and access.
  2. "ଆର୍କାଇଭ୍ କପି". Archived from the original on 2010-12-28. Retrieved 2016-12-18. {{cite web}}: Cite has empty unknown parameter: |1= (help)
  3. Information provided by Mr. P.Perumal, Conservator- Saraswathi Mahal Library, Thanjavur, TN., India
  4. Mr.P.Perumal, Conservator & Senior Librarian, Saraswathi Mahal library, Thanjavur, Tamil Nadu, India.

ବାହାର ଲିଙ୍କ 

[ସମ୍ପାଦନା]