ସରସ୍ୱତୀ ସମ୍ମାନ

ଉଇକିପିଡ଼ିଆ‌ରୁ
(ସରସ୍ବତୀ ସମ୍ମାନରୁ ଲେଉଟି ଆସିଛି)

ସରସ୍ୱତୀ ସମ୍ମାନ, ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର ଭାରତୀୟ ସମ୍ବିଧାନର ସିଡୁଲ-୮ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ [୧]। ଏହା କେ.କେ. ବିର୍ଲା ଫାଉଣ୍ଡେସନଦ୍ୱାରା ୧୯୯୧ରେ ସ୍ଥାପିତ ହୋଇଥିଲା ।

ବିଜେତା[ସମ୍ପାଦନା]

  • ୧୯୯୧ - ହରିବଂଶ ରାୟ ବଚ୍ଚନ - ନିଜ ଆତ୍ମଜୀବନୀ ପାଇଁ
  • ୧୯୯୨ - ରମାକାନ୍ତ ରଥ - ଓଡ଼ିଆ କାବ୍ୟଗ୍ରନ୍ଥ "ଶ୍ରୀରାଧା" ପାଇଁ
  • ୧୯୯୩ - ବିଜୟ ତେନ୍ଦୁଲ୍‌କର
  • ୧୯୯୪ - ହର୍‌ବଜନ ସିଂ (କବି)
  • ୧୯୯୫ - ବାଲାମଣି ଆମ୍ମା - କବିତା ସଂକଳନ "ନିବେଦ୍ୟମ" ପାଇଁ
  • ୧୯୯୬ - ସମ୍‌ସୁର ରହମାନ ଫାରୁକି - "ଶେର-ଏ ଶୋର-ଅଙ୍ଗ୍ରେଜ" ପାଇଁ
  • ୧୯୯୭ - ମନୁଭାଇ ପଞ୍ଚୋଳି
  • ୧୯୯୮ - ଶଙ୍କର ଘୋଷ - "ଗନ୍ଧର୍ବ କବିତାଗୁଚ୍ଛ" ସଂକଳନ ପାଇଁ
  • ୧୯୯୯ - ଇନ୍ଦିରା ପାର୍ଥସାରଥୀ
  • ୨୦୦୦ - ମନୋଜ ଦାସ - "ଅମୃତ ଫଳ" ଉପନ୍ୟାସ ପାଇଁ
  • ୨୦୦୧ - ଦଲିପ କୌର - ଉପନ୍ୟାସ "କଥା କହୋ ଉର୍ବଶୀ"
  • ୨୦୦୨ - ମହେଶ ଏଲ୍‌କୁଞ୍ଚୱାର - ନାଟକ "ଯୁଗାନ୍ତ"
  • ୨୦୦୩ - ଗୋବିନ୍ଦ ଚନ୍ଦ୍ର ପାଣ୍ଡେ - ୧୬୩ଟି ସଂସ୍କୃତ କବିତା ବିଶିଷ୍ଟ ସଂକଳନ "ଭାଗୀରଥୀ" ପାଇଁ
  • ୨୦୦୪ - ସୁନୀଲ ଗଙ୍ଗୋପାଧ୍ୟାୟ - ଉପନ୍ୟାସ "ପ୍ରଥମ ଆଲୋ" ପାଇଁ
  • ୨୦୦୫ - କେ. ଆୟପ୍ପା ପନିକର - କବିତା ସଂକଳନ "ଆୟପ୍ପା ପାଣିକରୁଡେ କୃତିକାଳ" (Ayyappa Panikarude Kritikal)
  • ୨୦୦୬ - ଜଗନ୍ନାଥ ପ୍ରସାଦ ଦାସ - କବିତା ସଂକଳନ "ପରିକ୍ରମା" ପାଇଁ
  • ୨୦୦୭ - ନୈୟର ମାସୁଦ - କ୍ଷୁଦ୍ର ଗଳ୍ପ ସଂକଳନ "ତଊସ ଚମନ କି ମୈନା" (ମୟୂର ବଗିଚାର ବଣି)
  • ୨୦୦୮ - ଲକ୍ଷ୍ମୀ ନନ୍ଦନ ବୋରା - ଉପନ୍ୟାସ "କୟାକଳ୍ପ"
  • ୨୦୦୯ - ସୁର୍‌ଜିତ ପାତର - "ଲଫ୍‌ଜା ଦି ଦର୍ଘା" ପାଇଁ
  • ୨୦୧୦ - ଏସ. ଏଲ. ଭ୍ୟାରପ୍ପା - ଉପନ୍ୟାସ "ମନ୍ଦ୍ର" ପାଇଁ
  • ୨୦୧୧- ଏ. ଏ. ମନବାଲନ - "ଇରମ କଥୟମ ଇରମୟକଲୁ" ପାଇଁ

ଆଧାର[ସମ୍ପାଦନା]

  1. "Saraswati Samman for writer Bhyrappa". The Times of India, ପ୍ରଥମ ଅନୁଚ୍ଛେଦ. 6 April 2011.

ବାହାର ଆଧାର[ସମ୍ପାଦନା]