ସରସ୍ୱତୀ ମହଲ ଲାଇବ୍ରେରୀ

ଉଇକିପିଡ଼ିଆ‌ରୁ
(ସରସ୍ବତୀ ମହଲ ଲାଇବ୍ରେରୀରୁ ଲେଉଟି ଆସିଛି)
Entrance of the Sarasvati Mahal Library, Tanjore, Tamil Nadu, India.

ସରସ୍ୱତୀ ମହଲ ଲାଇବ୍ରେରୀ ଭାରତୀୟ ରାଜ୍ୟ ତାମିଲନାଡୁର ଥଞ୍ଝାଭୁର ସହରରେ ଅବସ୍ଥିତ । ଏହା ଏସିଆ ମହାଦେଶର ଏକ ଅପ୍ରଚୀନତମ ଲାଇବ୍ରେରୀ । ଏଠାରେ ବିରଳ ଓ ବହୁ ମୂଲ୍ଯବାନ ପାଣ୍ଡୁଲିପି ଅନେକ ସଂଖ୍ୟାରେ ରହିଛି । ଏଠାରେ ତାଳପତ୍ର ଲେଖା ସମୂହ ମଧ୍ୟ ସଂରକ୍ଷିତ ଭାବରେ ରହିଛି । ସେ ସବୁ ବହୁ ପ୍ରାଚୀନ ତାମିଲ , ହିନ୍ଦୀ , ସଂସ୍କୃତ , ତେଲୁଗୁ ଓ ଇଂରାଜୀ ଭାଷାରେ ରହିଛି । ଭାରତର ଅନନ୍ୟ କିଛି ଭାଷାର ହସ୍ତଲିଖିତ ଦସ୍ତାବିଜ ସମୂହ ମଧ୍ୟ ଏଠାରେ ସଂରକ୍ଷିତ । ଏଠାରେ ସମୁଦାୟ 60,000 ସେହି ଧାରଣର ବିରଳ ପୁସ୍ତିକା ରହିଛି । ଏଠି ମଧ୍ୟରୁ ସର୍ବସାଧାରଣଙ୍କ ଦେଖିବା ପାଇଁ କିଛି ରଖାଯାଇଛି । ଏଥିରେ ଥିବା ସମସ୍ତ ପୁସ୍ତକ ତଥା ହସ୍ତଲିପି , ତାଳପତ୍ରର ଲେଖନର ତାଲିକା ତାହାର ନିଜ ୱେବରେ ଉପଲକ୍ଧ । ପୂର୍ବରୁ ଅନୁମତି ନେଇ ଲାଇବ୍ରେରୀରେ ଥିବା ପୁରାତନ ଦଲିଲ ଓ ପୁସ୍ତକ ଜନସାଧାରଣ ଦେଖିପାରନ୍ତି । .[୧]

ଇତିହାସ [ସମ୍ପାଦନା]

ଥଞ୍ଜାଭୁର ଥିତ ସରସ୍ୱତୀ ଲାଇବ୍ରେରୀ 1535ରୁ 1675 ମସିହାରେ ଶାସନ କରିଥିନା ନାୟକ ରାଜାମାନେ ନିଜସ୍ୱ ବ୍ୟବହାର ପାଇଁ ଏହାକୁ ଆରମ୍ଭ କରିଥିଲେ । 1675 ମସିହାରେ ମରଠା ଶାସକ ଏହି ରାଜ୍ୟକୁ ନିଜ କଁଯାକୁ ନେଇଯାଇଥିଲେ । କିନ୍ତୁ ସେମାନେ ମଧ୍ୟ ଲାଇବ୍ରେରୀର ଉନ୍ନତି କରିଥିଲେ । 1709 ମସିହାରୁ 1832 ମସିହା ଯାଏ ଶାସନ କରିଥିନା ମରାଠା ରାଜା ସେରଫୋ ଜୀ ନିଜେ ବହୁ ବିଷୟରେ ଜଣେ  ବିଦ୍ୱାନ ଥିଲେ । ସେ ଜର୍ମାନ , ଫ୍ରେଞ୍ଚ , ଇଟାଲିୟାନ , ଲାଟିନ ଓ ଇଂରାଜୀ ଭାଷା ଭଲ ଭାବରେ ଜାଣିଥିଲେ । ସେ ଲାଇବ୍ରେରୀର ବହୁଳ ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ଲାଇବ୍ରେରୀ ପାଇଁ ସେ ଅନେକ ପଣ୍ଡିତଙ୍କୁ ନିଯୁକ୍ତ କରି ବିରଳ ପୋଥି ସବୁ ସଂଗ୍ରହ ଓ ରକ୍ଷଣ ଦିଗରେ ଉଦ୍ୟମ କରିଥିଲେ । ଉତ୍ତର ଭାରତ ଓ ଭାରତର ଦୂର ପ୍ରାନ୍ତରୁ ମଧ୍ୟ ବହୁ ପୁସ୍ତକ , ହସ୍ତଲିଖିତ ପାଣ୍ଡୁଲିପି ସବୁ ତାଙ୍କ ସମୟରେ ସଂରୁହିତ ହେଇଥିଲା । 

1918 ମସିହାରୁ ଏହି ଲାଇନରେଡ଼ି ତାମିଲନାଡୁ ରାଜ୍ୟ ଅଧୀନରେ ରହିଥିଲା । ଏହାର ନାମ " ଥଞ୍ଜାଭୁର ମହାରାଜା ସରଫୋଜୀ ଲାଇବ୍ରେରୀ " ରଖାଯାଇଛି । 

ପରବର୍ତ୍ତୀ ଉଦ୍ୟମ [ସମ୍ପାଦନା]

Painting outside the Sarasvati Mahal Library.

ଏହି ଲାଇବ୍ରେରୀ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ମୁକ୍ତ । ବର୍ତ୍ତମାନ ମଧ୍ୟ ଆହୁରି ପୁରାତନ ପୁସ୍ତକ , ଦଲିଲ , ପାଣ୍ଡୁଲିପି ସଂଗ୍ରହ କାର୍ଯ୍ୟ କରାଯାଉଛି । 1998 ମସିହାରେ ଏହି ଲାଇବ୍ରେରୀ କମ୍ପ୍ୟୁଟରୀକରଣ କରାଯାଇ ସବୁ ପୁସ୍ତକ ଓ ଅନ୍ୟ ମୂଲ୍ଯବାନ ଲେଖା ଗୁଡିକୁ ସାରଣୀ କରଣ କାର୍ଯ୍ୟ ହେବା ସହ ଅତି ପୁରାତନ ହସ୍ତ ଲେଖା ଦଲିଲ ସାନୁହକୁ ମିକ୍ରୋଫିଲ୍ମରେ ରଖାଯାଇଛି । ସମସ୍ତ ଲେଖାକୁ ଡିଜିଟାଲ ମାଧ୍ୟମରେ ରଖିବା ପ୍ରକ୍ରିୟା ଚାଲିଛି । .[୨]

ଲାଇବ୍ରେରୀରେ ଥିବା କିଛି ବିରଳ ପୁସ୍ତକ ଓ ଅନନ୍ୟ ଦ୍ରବ୍ୟରର ତାଲିକା [ସମ୍ପାଦନା]

  • Dr. Samuel Johnson's dictionary published in 1784
  • The pictorial Bible printed in Amsterdam in the year 1791
  • The Madras Alamnac printed in 1807
  • Lavoisier's Traité Élémentaire de Chimie ("Elements of Chemistry")
  • The notes of Bishop Heber on Raja Serfoji II
  • The correspondence letters of William Torin of London who purchased a lot of books for Raja Serfoji II and the Saraswathi Mahal Library
  • The Globe used by the raja.
  • Ancient maps of the world
  • Town planning documents of Thanjavur including the underground drainage system, the fresh water supply ducting system
  • Pictorial charts of the theory of evolution of man as evinced by Charles Le Brun[୩][୪]

ଲାଇବ୍ରେରୀ ସଂଗ୍ରହାଳୟ [ସମ୍ପାଦନା]

ଥଞ୍ଜାଭୁର ରାଜମହଳ ଭିତରେ ଥିବା ସରସ୍ୱତୀ ଲାଇବ୍ରେରୀରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି । ଏଠାରେ ବିରଳ ପୁସ୍ତକ ସହ ପେଣ୍ଟିଙ୍ଗ , କାଷ୍ଠା ନିର୍ମିତ ପୁରାତନ ଦ୍ରବ୍ୟ ମରାଠା ରାଜାମାନଙ୍କ ତୈଳ ଚିତ୍ର ସହ ବିନ୍ନ ଭିନ୍ନ ପ୍ରାଚୀନ ମାନଚିତ୍ର ସବୁ ରହିଛି । ପଠନ ପାଇଁ ସ୍ୱତନ୍ତ୍ର ସୁବିଧା ଥାଇ କକ୍ଷ୍ୟ ମାନ ରହିଛି । 

ଆଧାର [ସମ୍ପାଦନା]

  1. See official website of the library, under External links, for details of holdings and access.
  2. "ଆର୍କାଇଭ୍ କପି". Archived from the original on 2010-12-28. Retrieved 2016-12-18. {{cite web}}: Cite has empty unknown parameter: |1= (help)
  3. Information provided by Mr. P.Perumal, Conservator- Saraswathi Mahal Library, Thanjavur, TN., India
  4. Mr.P.Perumal, Conservator & Senior Librarian, Saraswathi Mahal library, Thanjavur, Tamil Nadu, India.

ବାହାର ଲିଙ୍କ [ସମ୍ପାଦନା]