ଉଇକିପିଡ଼ିଆ:ପ୍ରେସ/ସମ୍ବାଦକୁ ଅଭିମତ

ଉଇକିପିଡ଼ିଆ‌ରୁ
(ସମ୍ବାଦକୁ ଅଭିମତରୁ ଲେଉଟି ଆସିଛି)

ଗତ ୨୭/୦୫/୨୦୧୪ ତାରିଖ ସମ୍ବାଦ ସମ୍ପାଦକୀୟ ପୃଷ୍ଠାରେ ଶ୍ରୀ ଗଗନେନ୍ଦ୍ର ନାଥ ଦାଶଙ୍କର "ଓଡ଼ିଆ ବିଶ୍ଵବିଦ୍ୟାଳୟର ଯଥାର୍ଥତା" ଶୀର୍ଷକରେ ସୁନ୍ଦର ଲେଖାଟିଏ ପଢ଼ିବାକୁ ମିଳିଲା । ସେଥିରେ ଶ୍ରୀ ଦାଶ ଓଡ଼ିଆ ଭାଷାର ବିକାଶ ଓ ଅଭିବୃଦ୍ଧି ପାଇଁ ଓଡ଼ିଆ ଭାଷାର ବ୍ୟବହାରୋପଯୋଗିତା କଥା ଲେଖିଛନ୍ତି ଓ ଇଣ୍ଟରନେଟରେ ଓଡ଼ିଆ ଉଇକିପିଡ଼ିଆ ପ୍ରସ୍ତୁତ ହେବା ଉପରେ ଗୁରୁତ୍ଵାରୋପ କରିଛନ୍ତି । ଏହି କ୍ରମରେ ଆମେ ଲେଖକ ଓ ବୃହତ୍ତର ପାଠକଗୋଷ୍ଠୀଙ୍କୁ ଜଣାଇବାକୁ ଚାହୁଁ ଯେ, ୩ ଜୁନ ୨୦୦୨ରେ ଆରମ୍ଭ ହେଇଥିବା ଓଡ଼ିଆ ଉଇକିପିଡ଼ିଆରେ ବର୍ତ୍ତମାନ ୮୦୦୦ରୁ ଅଧିକ ପ୍ରସଙ୍ଗ ରହିଛି । ପ୍ରତ୍ୟେକ ମାସ ୫ଲକ୍ଷରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଓଡ଼ିଆ ଉଇକିପିଡ଼ିଆର ୱେବସାଇଟକୁ ଆସିଥାଆନ୍ତି । ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରିବା ଅତ୍ୟନ୍ତ ସହଜ ଓ ଯେକୌଣସି ବ୍ୟକ୍ତି ଇଛାକଲେ ଏହା କରିପାରିବେ । ଭାରତ ତଥା ଭାରତ ବାହାରେ ବିଭିନ୍ନ ସ୍ଥାନରେ ରହୁଥିବା ଆଗ୍ରହୀ ସମ୍ପାଦକମାନଙ୍କଦ୍ଵାରା ଏହା ନିତ୍ୟ ସମ୍ପାଦିତ । ଓଡ଼ିଆ ଉଇକିପିଡ଼ିଆର ଅଭିବୃଦ୍ଧିପାଇଁ ଏହି ସମ୍ପାଦକମାନେ ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ସ୍ଥାନରେ କର୍ମଶାଳାମାନ ମଧ୍ୟ ଆୟୋଜନ କରିଥାନ୍ତି । ଏହି କର୍ମଶାଳା ମାଧ୍ୟମରେ ନୁତନ ସମ୍ପାଦକମାନେ ଆସି ଉଇକିପିଡ଼ିଆ ସହ ଯୋଡ଼ିହେଇଥାଆନ୍ତି ଓ ଓଡ଼ିଆ ଉଇକିପିଡ଼ିଆର ଅଭିବୃଦ୍ଧିରେ ସହାୟକ ହେଇଥାଆନ୍ତି । ଓଡ଼ିଆ ଉଇକିପିଡ଼ିଆ ବାବଦରେ ଏକ ଲେଖା ତା: ୯/୦୨/୨୦୧୪ ତାରିଖ ଦିନ ରବିବାର ସମ୍ବାଦରେ ମଧ୍ୟ ପ୍ରକାଶିତ ହେଇସାରିଛି । ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅଧିକ ଜାଣିବା ପାଇଁ https://or.wikipedia.org ବା ଫେସବୁକରେ https://www.facebook.com/groups/OdiaWiki/କୁ ଯାଆନ୍ତୁ ଅଥବା odiawiki@gmail.comରେ ଆମକୁ ଇ-ମେଲ କରନ୍ତୁ ।

ଓଡ଼ିଆ ଉଇକିପିଡ଼ିଆ ଗୋଷ୍ଠୀ