ସମ୍ପଦାନନ୍ଦ ମିଶ୍ର

ଉଇକିପିଡ଼ିଆ‌ରୁ
ସମ୍ପଦାନନ୍ଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1971-11-17) ୧୭ ନଭେମ୍ବର ୧୯୭୧ (ବୟସ ୫୨)
ଓଡ଼ିଶା, ଭାରତ
ବୃତ୍ତିସଂସ୍କୃତ ପଣ୍ଡିତ, ସମ୍ପାଦକ ଏବଂ ଲେଖକ
ଭାଷାସଂସ୍କୃତ, ଓଡ଼ିଆ, ଇଂରାଜୀ
ଜାତୀୟତାଭାରତ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀସଂସ୍କୃତ, ଭାରତୀୟ ସାହିତ୍ୟ

ସମ୍ପଦାନନ୍ଦ ମିଶ୍ର‌ (ଜନ୍ମ ୧୮ ନଭେମ୍ବର ୧୯୭୧) ଓଡ଼ିଶାର ଜଣେ ସଂସ୍କୃତ ପଣ୍ଡିତ ଏବଂ ବ୍ୟାକରଣ ବିଶେଷଜ୍ଞ ।[୧] ୨୦୧୨ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଦ୍ୱାରା ତାଙ୍କୁ ସଂସ୍କୃତ ପାଇଁ "ମହର୍ଷି ବଦ୍ରାୟନ ବ୍ୟାସ ପୁରସ୍କାର" ପ୍ରଦାନ କରାଯାଇଥିଲା ।[୨]

ଶିକ୍ଷା[ସମ୍ପାଦନା]

ସମ୍ପଦାନନ୍ଦ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୩] [୪] ସେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଭି.କୁଟୁମ୍ବ ଶାସ୍ତ୍ରୀଙ୍କ ଅଧୀନରେ ସଂସ୍କୃତ ବ୍ୟାକରଣରେ ଏମ.ଫିଲ ଗ୍ରହଣ କରିଥିଲେ ଏବଂ ସଂସ୍କୃତ ଓ ମାନବ ଭାଷଅର ବିବର୍ତ୍ତନ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ସମାପ୍ତ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେପ୍ଟେମ୍ବର ୧୯୯୫ରୁ ମାର୍ଚ୍ଚ ୨୦୨୧ ମସିହା ପର୍ଯ୍ୟନ୍ତ ସମ୍ପଦାନନ୍ଦ ମିଶ୍ର ଶ୍ରୀ ଅରବିନ୍ଦ ଫାଉଣ୍ଡେସନ୍ ଫର ଇଣ୍ଡିଆନ୍ କଲଚର (SAFIC), ପୁଡୁଚେରୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ବନ୍ଦେ ମାତରମ ଲାଇବ୍ରେରୀ[ସମ୍ପାଦନା]

ହିନ୍ଦୁ ଜାତୀୟତାବାଦୀମାନେ ମର୍ଟି କ୍ଲାସିକାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ (MCLI) ବିରୋଧରେ ଆବେଦନ କରିବାର କିଛି ଦିନ ପରେ ସମ୍ପଦାନନ୍ଦ ମିଶ୍ର ସଂସ୍କୃତ ଗ୍ରନ୍ଥଗୁଡ଼ିକର ଅନୁବାଦରେ ଏକ ସ୍ୱଦେଶୀ ଉଦ୍ୟମର ଧାରଣା ଦେଇଥିଲେ; MCLIର କାର୍ଯ୍ୟଗୁଡ଼ିକ ଉଚ୍ଚମାନର ଥିଲେ ହେଁ ସାଂସ୍କୃତିକ ବୁଝାମଣାର ଅଭାବ ରହିଥିଲା ।[୫] ଏଣୁ ସେ ସଂସ୍କୃତରେ ଉପଲବ୍ଧ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରକୁ ଅନୁବାଦ କରିବା ପାଇଁ ଏକ ମୁକ୍ତ ଉତ୍ସ ପ୍ରୋଜେକ୍ଟ "ବନ୍ଦେ ମାତରମ ଲାଇବ୍ରେରୀ" ଟ୍ରଷ୍ଟର ସହ-ପ୍ରତିଷ୍ଠା କରିଥିଲେ । ବନ୍ଦେ ମାତରମ ଲାଇବ୍ରେରୀ ଅନୁବାଦ ସହିତ ଅନେକ ଧାର୍ମିକ ଗ୍ରନ୍ଥଖଣ୍ଡ ଏବଂ ଅଣ-ଧାର୍ମିକ ସଂସ୍କୃତ ଗ୍ରନ୍ଥ ପ୍ରକାଶ କରିବାକୁ ଯୋଜନା କରିଛି ।

ଆଧାର[ସମ୍ପାଦନା]

  1. Tripathi, Radha Vallabh, ed. (2012). संस्कृतविद्वत्परिचायिका – Inventory of Sanskrit Scholars (PDF). New Delhi, India: Rashtriya Sanskrit Sansthan. p. 161. ISBN 978-93-8611-185-2. Retrieved 19 July 2016.
  2. "President gives away Awards to Sanskrit, Persian, Arabic, Pali/Prakrit Scholars". Press Information Bureau. 19 June 2012. Retrieved 16 February 2020.
  3. Chari, Mridula (8 March 2016). "'Authentic' Vande Mataram Library aims to challenge Sheldon Pollock's 'foreign' one". Scroll.in. Retrieved 19 July 2016.
  4. "Dr. Sampadananda Mishra" (PDF). Sri Aurobindo Society. Retrieved 19 July 2016.
  5. Tripathi, Salil (24 March 2016). "A Library controversy". Mint. Retrieved 19 July 2016.