ସିଙ୍ଗଡ଼ା

ଉଇକିପିଡ଼ିଆ‌ରୁ
(ସମୋସା ବା ସିଙ୍ଗଡାରୁ ଲେଉଟି ଆସିଛି)
Samosa
Samosas with chutney and green chillies
ଅନ୍ୟ ନାମSamsa, somsa, somosa, somucha, sambosak, sambusa, sambuksa, samsa, singada, samuza, sambosa, somasi, somaas[ଆଧାର ଲୋଡ଼ା]
ପ୍ରକାରpastry
ପରଷାEntrée, snack
ଅଞ୍ଚଳ ବା ରାଜ୍ୟSoutheast Asia, Central Asia, Middle East, Horn of Africa, North Africa, Pakistan, India, Portugal
ପରଷିବା ଉତ୍ତାପHot with chutney or mint sauce (raita)
ମୁଖ୍ୟ ଉପାଦାନMaida, potatoes, peas, onions, spices, chili peppers (especially green chili), cheese, paneer (lamb, beef or chicken)
ପ୍ରକାର ଭେଦChamuça, Shingara

ସିଙ୍ଗଡ଼ା (ସମୋସା ବା ସାମୂସା ନାମରେ ମଧ୍ୟ ଜଣା) ଏକ ପୁର ଦିଆ ହେଇଥିବା ଓ ତେଲରେ ଛଣାଯାଇଥିବା ଖାଦ୍ୟ । ଏଥିରେ ଭିତରେ ପୁର ସାଧାରଣତଃ ମସଲାଯୁକ୍ତ ଭଜା ହେଇଥିବା ଆଲୁ , ପିଆଜ , ବାଦାମ ଆଦି ସହ ସ୍ଥଳ ବିଶେଷରେ କିମା କରାଯାଇଥିବା ମାଂସ ମଧ୍ୟ ଦିଆଯାଇଥାଏ । ସିଙ୍ଗଡ଼ା ସାଧାରଣତଃ ତ୍ରିକୋଣୀୟ ଆକୃତିର ହେଇଥାଏ । ଚତୁର୍ସ୍କୋଣୀୟ ବା ବହୁ କୋଣୀୟ ସିଙ୍ଗଡ଼ା ମଧ୍ୟ ଦେଖା ଯାଏ । ଭାରତରେ ସାଧାରଣତଃ ନିରାମିଷ ସିଙ୍ଗଡ଼ାର ପ୍ରଚାଳନ ହୁଏ । ଏହି ସିଙ୍ଗଡ଼ାକୁ ବିଭିନ୍ନ ପ୍ରକାର ଚଟଣି ସହ ଖିଆ ଯାଇଥାଏ । ସାରା ଭାରତର ସମସ୍ତ ରାଜ୍ୟ ସହ ଏସିଆର ବିଭିନ୍ନ ଦେଶ ତଥା ପୃଥିବୀର ଅନ୍ୟ ଦେଶମାନଙ୍କରେ ସିଙ୍ଗଡ଼ାର ବିଭିନ୍ନ ପ୍ରକାରଭେଦ ସହ ପ୍ରଚବଥପତଳନ ରହିଛି ।  

ନାମ ପ୍ରକାରଭେଦ [ସମ୍ପାଦନା]

ପଞ୍ଜାବୀରେ: ਸਮੋਸਾ smosa, ସଂସ୍କୃତ: शृङ्गाटकं śr̥ṅgāṭakaṁ, ବଙ୍ଗାଳୀ i: িসনগাড়া, Singara, ହିନ୍ଦୀ : समोसा, Manipuri: Singhara, ନେପାଲୀ समोसा,

 ଆରବ ଭାଷାରେ sambūsak, ସିଂହଳୀ සමොසා, ହେବରୁ : סמבוסק‎‎ sambusak, ଗୁଜୁରାତି : સમોસા samosa, କାନାଡା : ಸಮೋಸಾ samosa, ମାଲୟାଲମ : സമോസ, ମରାଠୀ : सामोसा, ପାର୍ସି : سمبوسه‎‎, ତାମିଲ : சமோசா, ତେଲୁଗୁ : సమోసా, ଉର୍ଦୁ : سموسه‎ samosa, samsa (pronounced [ˈsamsə]), Sylheti: ছমছা

ଉଜବେକ 'somsa', [sɒmsa], Uyghur: سامسا‎, [sɑmsɑ́]) and Turkey (Turkish: samsa böreği), sambusa, ତାଜାକ (Tajik: самбӯса)), sanbusé (Persian: سنبوسه‎‎; among Iranians), samosha (Burmese: စမူဆာ, IPA:

ପୂର୍ବ ଭାରତ ରାଜ୍ୟ ମାନଙ୍କରେ ସାଧାରଣତଃ ସିଙ୍ଗଡା କହିଲେ ସମସ୍ତେ ବୁଝୁଥିବା ସିଙ୍ଗଡ଼ାକୁ ବଙ୍ଗଳାରେ  সিঙাড়া shingara, Sylheti: in ଆସାମୀରେ সিঙারা shingara sing-ra , ଓଡ଼ିଆରେ ସିଙ୍ଗଡା କୁହାଯାଇଥାଏ । .

ବ୍ୟୁପତ୍ତି ତଥ୍ୟ [ସମ୍ପାଦନା]

ସମୋସା ନାମଟି ପାର୍ସି ଭାଷାର sanbosag (Persian: سنبوساگ‎ ‎).[୧] ନାମରୁ ଆସିଥିବାର ଜଣା ଯାଏ । ମଧ୍ୟ ପ୍ରାଚ୍ଯ ଆରବ ଭାଷାରେ ଏହା  sambusaj ନାମରେ ଉଲ୍ଲିଖିତ ଥିବାର ଜଣା ପଡେ । .[୨][ଆଧାର ଲୋଡ଼ା]

History[ସମ୍ପାଦନା]

ସିଙ୍ଗଡ଼ା ତିଆରି ହଉଥିବା ଏକ ପ୍ରାଚୀନ ଅଙ୍କିତ ଚିତ୍ର 

== ଭାରତୀୟ ଉପମହାଦେଶରେ ସିଙ୍ଗଡ଼ାର ପ୍ରଚଳନ କାଳ ==  ୧୩ ଶ , ବା ୧୪ ଶ ଶତାବ୍ଦୀ ବେଳେ ଭାରତରେ ସିଙ୍ଗଡ଼ାର ପ୍ରଚଳନ ଥିବା କଥା ୧୨୫୩ରେ ପରିବ୍ରାଜକ ଅମିର ଖୁସ୍ରୁଙ୍କ ଲେଖାରୁ ଜଣାପଡେ ।୧୬ ଶ ଶତାବ୍ଦୀରେ ମୋଗଲ ମାନଙ୍କ ଆଇନ-ଇ-ଅକବରୀରେ ମଧ୍ୟ ସିଙ୍ଗଡ଼ା ବିଷୟରେ ପ୍ରମାଣ ମିଳେ ।  

ଅଞ୍ଚଳିକ ବିବିଧତା [ସମ୍ପାଦନା]

ବିଭିନ୍ନ ଅଞ୍ଚଳରେ ସିଙ୍ଗଡ଼ାର ପ୍ରସ୍ତୁତି ବିଧି ଭିନ୍ନ ପ୍ରକାର ହେଇଥାଏ । 

ଦକ୍ଷିଣ ଏସିଆ [ସମ୍ପାଦନା]

ଭାରତ [ସମ୍ପାଦନା]

ରାୟପୁର ସହର ରାସ୍ତାରେ ରେଷ୍ଟୁରାଣ୍ଟରେ ଛଣା ହେଇଥିବା ସିଙ୍ଗଡ଼ା
ମୁମ୍ବାଇ ସହରରେ ସିଙ୍ଗଡ଼ା ପାଭ (ସିଙ୍ଗଡ଼ା ଭିତରେ ମିଷ୍ଠାନ୍ନଯୁକ୍ତ ପାଉଁରୁଟି ଭଜା ଥାଇ )
ବର୍ମୀୟ ସିଙ୍ଗଡ଼ା, ଭାରତୀୟ ସିଙ୍ଗଡ଼ାଠାରୁ କ୍ଷୁଦ୍ରକାୟ , କିନ୍ତୁ ସମ ତ୍ରିକୋଣୀୟ ଆକାର ବିଶିଷ୍ଟ 
ଭେଜିଟେବୁଲ ସିଙ୍ଗଡ଼ା

ହାଇଦ୍ରାବାଦ ସହରରେ ଛୋଟ ଆକାରର ସିଙ୍ଗଡ଼ା ଗୁଣ୍ଡ କରା ହେଇଥିବା ମାଂସର ପୁର ସହିତ ପ୍ରସ୍ତୁତ ହୁଏ ଯାହାକୁ 'ଲୁଖମି' କୁହାଯାଇଥାଏ । 

ବାଂଲାଦେଶୀ ସିଙ୍ଗଡ଼ା[ସମ୍ପାଦନା]

ବାଂଲାଦେଶରେ ସାଧାରଣ ଆଲୁ । ପିଆଜ ଦିଅ ସିଙ୍ଗଡ଼ା ସହ ଗୋମାଂସ ଲିଭରଯୁକ୍ତ ସିଙ୍ଗଡ଼ା ଯାହାକୁ ସୋମୁଚା କୁହା ଯାଏ , ସବୁ ପ୍ରଚାଳନ ହୁଏ । 

ନେପାଲୀ ସିଙ୍ଗଡ଼ା[ସମ୍ପାଦନା]

ନେପାଳୀୟ ସିଙ୍ଗଡ଼ାର ପ୍ରସ୍ତୁତି ବିଧି ଭାରତୀୟଙ୍କ ସହ ସମାନ । 

ପାକିସ୍ଥାନୀ ସିଙ୍ଗଡ଼ା[ସମ୍ପାଦନା]

ପାକିସ୍ତାନରେ ପାରିବା ଦିଅ ସିଙ୍ଗଡ଼ା ସହ ମାଂସଯୁକ୍ତ ସିଙ୍ଗଡ଼ାର ପ୍ରଚଳନ ଅଛି । ପାକିସ୍ତାନୀ ସିଙ୍ଗଡ଼ାରେ ସାଧାରଣତଃ ମସଲାର ବହୁଳ ବ୍ୟବହାର ହେଇ ତାହା ପାଟିକୁ ସୁଆଦ ହେଇଥାଏ । 

ମାଲଦ୍ୱୀପ ସିଙ୍ଗଡ଼ା[ସମ୍ପାଦନା]

ମାଳଦ୍ୱୀପ ସିଙ୍ଗଡ଼ାକୁ 'ବାଜିୟା' କୁହା ଯାଏ ଓ ଏହା ଭିତରେ ରନ୍ଧା ଯାଇଥିବା ସାମୁଦ୍ରିକ ମାଛର ପୁର ଦିଆ ଯାଇଥାଏ । 

କେନ୍ଦ୍ର ଏସିଆ ସିଙ୍ଗଡ଼ା[ସମ୍ପାଦନା]

ବିଘୁର ପ୍ରକାର ସିଙ୍ଗଡ଼ା

ରୁଷୀଆ ମହାଦେଶୀୟ  ଦେଶ ମାନଙ୍କରେ ବିଭିନ୍ନ ପ୍ରକାର ଭେଦ ସହ ସିଙ୍ଗଡ଼ାର ବହୁଳ ପ୍ରଚାଳନ ରହିଛି । ତେବେ ସେଠାରେ ସ୍ୱତନ୍ତ୍ରତା ଏହା ଯେ ସେଠାରେ ସିଙ୍ଗଡ଼ାକୁ ତେଲରେ ଛଣା ନ ଯାଇ ତାକୁ ବେକିଙ୍ଗ କରା ଯାଇଥାଏ । 

ଦକ୍ଷିଣ ପୂର୍ବ ଏସିଆ ସିଙ୍ଗଡ଼ା[ସମ୍ପାଦନା]

ବର୍ମା ସିଙ୍ଗଡ଼ା[ସମ୍ପାଦନା]

ବର୍ମା ଦେଶରେ ସାମୋସା ବହୁତ ଲୋକ ପ୍ରିୟ ଖାଦ୍ୟ ଭାବରେ ନିଆ ଯାଇଥାଏ । 

ଛଣା ଯିବା ପାଇଁ କଟା ଯାଇଥିବା ସିଙ୍ଗଡ଼ାଖଣ୍ଡ , କାଜକିସ୍ଥାନରେ ।

ଇଣ୍ଡୋନେସିଆ ସିଙ୍ଗଡ଼ା[ସମ୍ପାଦନା]

ଇଣ୍ଡୋନେସିଆ ସିଙ୍ଗଡ଼ାରେ ସାଧାରଣତଃ ଅଣ୍ଡାର ପ୍ରୟୋଗ ହେଇଥାଏ । 

ଆଫ୍ରିକୀୟ ସିଙ୍ଗଡ଼ା[ସମ୍ପାଦନା]

ସୋମାଲିରେ ଛଣା ଯାଉଥିବା ସିଙ୍ଗଡ଼ା

ଆଫ୍ରିକୀୟ ଦେଶ ମାନଙ୍କରେ ପର୍ବ ପର୍ବାଣି ବେଳେ ସିଙ୍ଗଡ଼ାର ବେଶୀ ବ୍ୟବହାର ଦେଖାଯାଏ । 


ଇସ୍ରାଏଲର ସିଙ୍ଗଡ଼ା[ସମ୍ପାଦନା]

ଇସ୍ରାଏଲରେ ସିଙ୍ଗଡ଼ାଗୋଲାକାର ଆକାରର ଥିବାର ଦେଖାଯାଏ । 

ପର୍ତୁଗୀଜ ଅଞ୍ଚଳର ସିଙ୍ଗଡ଼ା[ସମ୍ପାଦନା]

ଗୋଆର ଛାମୁକାଶ

ପୂର୍ବ ଇଂରେଜ ଉପନିବେଶୀୟ ଦେଶରେ ସିଙ୍ଗଡ଼ା[ସମ୍ପାଦନା]

ୱେଷ୍ଟ ଇଣ୍ଡିଜ ଦେଶ ସମୂହରେ ମଧ୍ୟ ସିଙ୍ଗଡ଼ାର ପ୍ରଚଳନ ରହିଛି । 

ଆଧାର [ସମ୍ପାଦନା]

  1. Lovely triangles Archived 2009-01-08 at the Wayback Machine. "Hindustan Times", 23 August 2008.
  2. Rodinson, Maxime, Arthur Arberry, and Charles Perry.

ବାହାର ଲିଙ୍କ[ସମ୍ପାଦନା]