ପୁରୀ ବେଳାଭୂମି

Coordinates: 19°49′N 85°50′E / 19.81°N 85.83°E / 19.81; 85.83
ଉଇକିପିଡ଼ିଆ‌ରୁ
(ସମୁଦ୍ର କୂଳ, ପୁରୀରୁ ଲେଉଟି ଆସିଛି)
ପୁରୀ ସମୁଦ୍ର କୂଳ

19°49′N 85°50′E / 19.81°N 85.83°E / 19.81; 85.83

ପୁରୀ ବେଳାଭୂମି ଓଡ଼ିଶାର ପୁରୀଠାରେ ଥିବା ବଙ୍ଗୋପ ସାଗର ତଟବର୍ତ୍ତୀ ଗୋଟିଏ ବିସ୍ତୃତ ବେଳାଭୂମି [୧]। ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗଦ୍ୱାରା ଚିହ୍ନିତ ଏକ ପର୍ଯ୍ୟଟନ ସ୍ଥଳୀ । ଏହାର ମରାମତି ଓ ପରିଚାଳନା ଭାର ପୁରୀ ନଗରପାଳିକା (ପିଏମସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପରେ ନ୍ୟସ୍ତ । ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ତୀର୍ଥଯାତ୍ରୀମାନେ ଏଠାରେ ସ୍ନାନ ନିମନ୍ତେ ଆସିଥାନ୍ତି ।[୨]

ଅବସ୍ଥିତି[ସମ୍ପାଦନା]

ପୁରୀ ବେଳାଭୂମି ପୁରୀ ସହରରେ ଚକ୍ରତୀର୍ଥ ରୋଡ଼ ଧାରରେ ଅବସ୍ଥିତ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୬୦ କିମି ଦୂର ଏବଂ କୋଣାର୍କଠାରୁ ୩୫ କିମି ଦୂରରେ ଅବସ୍ଥିତ ।

ଯାତାୟତ ସୁବିଧା[ସମ୍ପାଦନା]

ପୁରୀ ବେଳାଭୂମିଠାରୁ ନିକଟବର୍ତ୍ତୀ ଷ୍ଟେସନ ପୁରୀ ରେଳ ଷ୍ଟେସନ ୨ କିମି ଏବଂ ନିକଟବର୍ତ୍ତୀ ବିମାନବନ୍ଦର ଭୁବନେଶ୍ୱର ୬୫ କିମି ଦୂର । ଏହା ବ୍ୟତୀତ ଜଗନ୍ନାଥ ସଡ଼କ (ଜାତୀୟ ରାଜପଥ ୩୧୬) ଯାତାୟତ ନିମନ୍ତେ ବ୍ୟବହୃତ ହୋଇଥାଏ ।

ମୁଖ୍ୟ ଆକର୍ଷଣ[ସମ୍ପାଦନା]

  • ସୁଦର୍ଶନ ପଟ୍ଟନାୟକ ତଥା ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କଦ୍ୱାରା ବାଲୁକା ଶିଳ୍ପକଳା ପ୍ରଦର୍ଶନ
  • ପର୍ଯ୍ୟଟକମାନଙ୍କ ସୂର୍ଯ୍ୟସ୍ନାନ ଏବଂ ସମୁଦ୍ର ମନୋରଞ୍ଜନ ସ୍ନାନ।
  • ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କଦ୍ୱାରା ଶୁଖିଲା ଘାସ ଓ ନଡ଼ାରେ ତିଆରି ତିନିକୋଣିଆ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଏଠାରେ ବସି ଦର୍ଶକଗଣ ବେଳାଭୂମି ଉପଭୋଗ କରିଥାନ୍ତି ।
  • ବେଳାଭୂମିରେ ରଖାଯାଇଥିବା କାଠରେ ତିଆରି ଡଙ୍ଗା ଦର୍ଶକମାନଙ୍କୁ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ସମୁଦ୍ର ମଝିକୁ ନେବପାଇଁ ବ୍ୟବହୃତ ହୋଇଥାଏ ।
  • ଚକ୍ରତୀର୍ଥ ଦିଗରେ ଥିବା ଚରାବାଲିରେ ପର୍ଯ୍ୟଟକମାନେ ଚାଲିଚାଲି ବୁଲିଥାନ୍ତି ।
  • ବାର୍ଷିକ ପୁରୀ ବେଳାଭୂମି ମହୋତ୍ସବ ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ।
  • ବତୀଘର।
  • ବେଳାଭୂମି ଉପରେ ଥିବା ଅସ୍ଥାୟୀ ଦୋକାନ ବଜାର।
  • ଏହା ମନ ଶାନ୍ୱୀ ପାଇ ଏକ ଭଲ ସ୍ଥାନ ।

ଛବି ସଙ୍କଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Visit Puri Beach Odisha | ArrestedWorld". arrestedworld.com (in ଆମେରିକୀୟ ଇଂରାଜୀ). Archived from the original on 2021-08-26. Retrieved 2021-08-26.
  2. "Puri beach". Orissa tourism. Retrieved 16 August 2015.