Jump to content

ସମଲିଙ୍ଗୀ ପୁରୁଷ

ଉଇକିପିଡ଼ିଆ‌ରୁ
ଇନ୍ଦ୍ରଧନୁ ପତାକା (Rainbow flag) ସମଲିଙ୍ଗୀ ପୁରୁଷ (Gay) ସମ୍ପ୍ରଦାୟ ବା ବର୍ତ୍ତମାନର ସମଗ୍ର LGBTQ+ ସମୁଦାୟର ଏକ ମୁଖ୍ୟ ପ୍ରତୀକ । ଏହି ପତାକାର ପ୍ରତ୍ୟେକଟି ରଙ୍ଗ ବିଭିନ୍ନ ଭାବନା, ସମାନତା ଓ ସମାନ ଅଧିକାରର ସନ୍ଦେଶ ଦେଇଥାଏ ।

ସମଲିଙ୍ଗୀ ପୁରୁଷ (Gay) ଶବ୍ଦଟି ମୁଖ୍ୟତଃ ସମଲିଙ୍ଗୀ ବ୍ୟକ୍ତି କିମ୍ବା ସମଲିଙ୍ଗୀ ପ୍ରବୃତ୍ତିକୁ ବୁଝାଇଥାଏ । ଏହାର ଇଂରାଜୀ ପ୍ରତିଶବ୍ଦ ହେଉଛି Gay । ପୂର୍ବରୁ ଏହି ଇଂରାଜୀ ପ୍ରତିଶବ୍ଦଟିର ଅର୍ଥ “ଚିନ୍ତିମୁକ୍ତ”, “ଖୁସି”, କିମ୍ବା “ଉଜ୍ଜ୍ୱଳ ଏବଂ ଆକର୍ଷଣୀୟ” ଥିଲା । [୧] ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ସମଲିଙ୍ଗୀ ପୁରୁଷମାନଙ୍କ ପାଇଁ ଏହାର ସାମାନ୍ୟ ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ବେଶ୍ ପ୍ରଚଳିତ ହେଲା । [୨] ଆଜିକାଲି ଇଂରାଜୀ ଭାଷାରେ ଗେ ଶବ୍ଦଟି ସମଲିଙ୍ଗୀ ସମୁଦାୟ, ଜୀବନଶୈଳୀ ଓ ସଂସ୍କୃତିକୁ ବୁଝାଇବା ପାଇଁ ବ୍ୟବହୃତ ହେଉଛି । ୧୯୬୦ ଦଶକରେ ସମଲିଙ୍ଗୀ ପୁରୁଷମାନେ ନିଜର ଯୌନ ପ୍ରବୃତ୍ତିକୁ ପ୍ରକାଶ କରିବା ପାଇଁ ଏହି ଶବ୍ଦକୁ ପସନ୍ଦ କରିଥିଲେ । [୩] ଆଜିର ସମୟରେ ବିଭିନ୍ନ ପ୍ରମୁଖ LGBTQ+ ସଂଗଠନ ଏହି ଶବ୍ଦଟିକୁ ସମାନ ଲିଙ୍ଗ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟବହାର କରିବାକୁ ସୁପାରିଶ କରନ୍ତି, [୪] [୫] ଯଦିଓ ଏହା ମୁଖ୍ୟତଃ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ବ୍ୟବହୃତ ହୋଇଥାଏ ।

୧୯୮୦ ଦଶକ ପରଠାରୁ ବିଶ୍ୱର କେତେକ ଜାଗାରେ ଏହି ଶବ୍ଦ ଏକ ନୂଆ, ଅପମାନଜନକ, ନିନ୍ଦନୀୟ କିମ୍ବା ଆକ୍ଷେପମୂଳକ ଅର୍ଥରେ ବ୍ୟବହାର ହେବା ଆରମ୍ଭ ହେଲା । ବିଶେଷ କରି ନୂତନ ଯୁବ ପିଢ଼ିଙ୍କ ମଧ୍ୟରେ ଏହି ଶବ୍ଦଟିକୁ ନିନ୍ଦା ବା ଉପହାସ କରିବା ପାଇଁ (ଯେପରିକି ବେକାର, ମୂର୍ଖ, ଦୁର୍ବଳ, ଅପାରଗ ବା ବୋରସିଂ) ବ୍ୟବହାର କରାଗଲା । ଏହି ପ୍ରକାରର ବ୍ୟବହାର ପଛରେ ସମଲିଙ୍ଗୀମାନଙ୍କ ପ୍ରତି ଆକ୍ଷେପ କିମ୍ବା ହୀନ ଭାବନା ରହିଛି କି ନାହିଁ ସେ ନେଇ ବହୁ ବିତର୍କ ଓ ଗଭୀର ସମାଲୋଚନା ହୋଇଛି । [୬] [୭] ଏହା ଏକ ଅତ୍ୟନ୍ତ ଅପମାନଜନକ ଓ ସମଲିଙ୍ଗୀ-ବିରୋଧୀ ଆକ୍ଷେପ ହୋଇଥିବାରୁ କାହାକୁ ଅପମାନିତ କରିବା ପାଇଁ ଗେ ଶବ୍ଦର ବ୍ୟବହାରକୁ ସାମାଜିକ ଭାବେ ଅନୁଚିତ ମନେକରାଯାଏ ଏବଂ କେତେକ ସ୍ଥାନରେ ଏହା ଉପରେ ଆଇନଗତ କଟକଣା ମଧ୍ୟ ରହିଛି । [୮] [୯]

ସନ୍ଦର୍ଭ

[ସମ୍ପାଦନା]
  1. ↑ Hobson, Archie (2001). The Oxford Dictionary of Difficult Words (1st ed.). Oxford University Press. ISBN 978-0195146738.
  2. ↑ Harper, Douglas (2001–2013). "Gay". Online Etymology dictionary. Archived from the original on 19 February 2006. Retrieved 13 February 2006.
  3. ↑ "Gay". Oxford English Dictionary. Oxford University Press. Archived from the original on 21 May 2018. Retrieved 13 February 2018.
  4. ↑ "GLAAD Media Reference Guide - LGBTQ Terms". GLAAD (in ଇଂରାଜୀ). 2022-02-24. Archived from the original on 23 April 2022. Retrieved 2023-03-27.
  5. ↑ "Avoiding Heterosexual Bias in Language". American Psychological Association. Archived from the original on 21 March 2015. Retrieved 14 March 2015. (Reprinted from American Psychologist, Vol 46(9), Sep 1991, 973-974 Archived 3 June 2018 at the Wayback Machine.)
  6. ↑ Winterman, Denise (18 March 2008). "How 'gay' became children's insult of choice". BBC News. Archived from the original on 2 February 2014. Retrieved 29 May 2013.
  7. ↑ Christiansen, Jen (April 6, 2006). "Anti-gay abuse seen to pervade U.S. schools". Gay.com. Archived from the original on 1 March 2007. Retrieved 27 April 2026.
  8. ↑ "Harassment Prevention in 2026". www.workforcebulletin.com. 3 March 2026.
  9. ↑ "LILLIENDAHL v ICELAND". 8 September 2020.