ସବିତା କୁମାରୀ ପଣ୍ଡା

ଉଇକିପିଡ଼ିଆ ରୁ
Jump to navigation Jump to search

ସବିତା କୁମାରୀ ପଣ୍ଡା କୌଣସି ପ୍ରକାର ଅାନୁଷ୍ଠାନିକ ପ୍ରଶିକ୍ଷଣ ନେଇ ନ ଥିବା ପର୍ବତ ଅାରୋହିଣୀ। ସେ ହିମାଳୟ ପର୍ବତମାଳାର ଦ୍ୱିତୀୟ ସର୍ବୋଚ୍ଚ ଗିରିଶୃଙ୍ଗ କାମେଟ୍ ଉପରେ ବିଜୟ ହାସଲ କରିଥିଲେ। ତାଙ୍କର ଏହି ସଫଳତା ପରବର୍ତ୍ତୀ ସମୟରେ ପ୍ରଥମ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ତଥା ଏକାଧିକ ଏଭରେଷ୍ଟ ବିଜୟୀଙ୍କୁ ପ୍ରେରଣା ପ୍ରଦାନ କରିଥିଲା। ସବିତା କୁମାରୀ ପଣ୍ଡାଙ୍କ ଜନ୍ମ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଗାଁରେ। ସେ ସମୁଦ୍ରକୂଳିଅା ଝିଅ ନାମରେ ପରିଚିତ।

ପର୍ବତାରୋହଣ ଯାତ୍ରା:[୧][ସମ୍ପାଦନା]

ସବିତା କୁମାରୀ ପଣ୍ଡା ପର୍ବତାରୋହଣ ପାଇଁ କୌଣସି ପ୍ରକାରର ପ୍ରଶିକ୍ଷଣ ଲାଭ କରି ନାହାନ୍ତି। ସ୍କୁଲ୍ ସମୟରୁ ସବିତାଙ୍କର ଖେଳାଖେଳି ପ୍ରତି ରୁଚି ରହିଥିଲା।  ସେଥିପାଇଁ ପର୍ବତାରୋହଣ ଅଭିଯାନର ସୁଯୋଗ ତାଙ୍କୁ ଅକସ୍ମାତ୍ ମିଳିଥିଲା। କ୍ରୀଡ଼ା ନିର୍ଦ୍ଦେଶାଳୟ ପକ୍ଷରୁ ମନୋନୀତ ହୋଇ ସେ ୧୯୯୮ ଫେବ୍ରୁଅାରିରେ ଚଣ୍ଡିଗଡ଼ ରାଷ୍ଟ୍ରୀୟ ଦୁଃସାହସିକ କ୍ରୀଡ଼ା ଉତ୍ସବରେ ଭାଗ ନେଇଥିଲେ ଏବଂ ମନାଲିରେ ସ୍ନୋ-ସ୍କିରେ ଶ୍ରେଷ୍ଠ ପୁରସ୍କାର ମଧ୍ୟ ହାସଲ କରିଥିଲେ। ଏହି ସଫଳତା ହିଁ ସବିତାଙ୍କୁ କାମେଟ୍ ଅଭିଯାନ ଅାଡକୁ ଅଗ୍ରସର କରିଥିଲା। 

ପର୍ବତାରୋହଣରେ ତାଙ୍କର କୌଣସି ଅାନୁଷ୍ଠାନିକ ପ୍ରଶିକ୍ଷଣ ନ ଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଇଣ୍ଡିଅାନ୍ ମାଉଣ୍ଟେନିଅରିଂ ଫେଡେରେସନ୍ (ଅାଇ.ଏମ୍. ଏଫ୍) ତାଙ୍କୁ ଏହି ଯାତ୍ରା ପାଇଁ ପ୍ରଥମେ ଅନୁମତି ପ୍ରଦାନ କରି ନ ଥିଲେ। ମାତ୍ର ହରିଅାଣା ସରକାରଙ୍କ ପକ୍ଷରୁ ଅାୟୋଜିତ ଦୁଃସାହସିକ କ୍ରୀଡା ଉତ୍ସବ ଦାୟିତ୍ୱରେ ଥିବା ରାଜୀବ ମିତା ସବିତାଙ୍କୁ ଅାଗକୁ ଯିବାରେ ସହଯୋଗ କରିଥିଲେ। ସେଠାରେ ସେ ନିୟମିତ ଯୋଗ ଓ ପ୍ରାଣାୟମ୍ ଅଭ୍ୟାସ କରୁଥିଲେ। ଅାନୁଷ୍ଠାନିକ ଭାବେ କୌଣସି ପ୍ରଶିକ୍ଷଣ ଗ୍ରହଣ ନ କରିଥିବା ସତ୍ତ୍ୱେ ସବିତାଙ୍କର ଗୋଡହାତ ଫୁଲିଯିବା, ମୁଣ୍ଡ ବୁଲାଇବା, ରକ୍ତବାନ୍ତି ହେବା ତଥା ପାଗଳ ପରି ଲାଗିବା ଭଳି କିଛି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା। ଏହି ସବୁ ଲକ୍ଷଣକୁ ହାଇ ଅଲ୍ଟିଚୁ୍ୟଡ୍ ବୋଲି କୁହାଯାଏ। ସବିତା ଶାରୀରିକ ସ୍ତରରେ ଯେପରି ସୁସ୍ଥ ଥିଲେ ସେହିପରି ମାନସିକ ସ୍ତରରେ ମଧ୍ୟ ଦୃଢ଼ ଥିଲେ। ସେ ଥିଲେ ଖୁବ୍ ଲକ୍ଷ୍ୟନିଷ୍ଠ ସେଥିପାଇଁ ବାରଜଣିଅା କାମେଟ୍ ଅଭିଯାତ୍ରୀ ଦଳରୁ ଯେଉଁ ପାଞ୍ଚ ଜଣ ଶେଷରେ ପହଞ୍ଚି ଥିଲେ ସେମାନଙ୍କ ମଧ୍ୟରେ ସବିତା ମଧ୍ୟ ଥିଲେ ଜଣେ। 

କେନ୍ଦ୍ରୀୟ ହିମାଳୟର କାନ୍ସ୍କର ପର୍ବତଶ୍ରେଣୀର ଉଚ୍ଚତମ ଗିରିଶୃଙ୍ଗ ହେଉଛି କାମେଟ୍। ଏହି ଗିରିଶୃଙ୍ଗ ହିମାଳୟ ପର୍ବତମାଳାର ଦ୍ୱିତୀୟ ସର୍ବୋଚ୍ଚ ଗିରିଶୃଙ୍ଗ। ୧୯୮୮ ମସିହାରେ କାମେଟ୍ ଅଭିଯାନରେ ଅଗ୍ରସର ହୋଇଥିବା ଏହି ଅଭିଯାତ୍ରୀ ଜଣକ ଜୁଲାଇ ୧୪ ତାରିଖରେ ୭୭୫୬ ମିଟର ଉଚ୍ଚ ଗିରିଶୃଙ୍ଗ ଉପରେ ବିଜୟ ହାସଲ କରିଥିଲେ। ସବିତାଙ୍କ ପୂର୍ବରୁ ଓଡ଼ିଶାର ବା ଭାରତର କୌଣସି ମହିଳା ଅଭିଯାତ୍ରୀ ବିନା ଅାନୁଷ୍ଠାନିକ ପ୍ରଶିକ୍ଷଣରେ  ଏପରି ଏକ ଦୁଃସାହସିକ ଅଭିଯାନର ବିଜୟ ହାସଲ କରି ନ ଥିଲେ। ସବିତାଙ୍କର ଏହି ସଫଳତା କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଭାରତ ପାଇଁ ଥିଲା ଏକ ଗର୍ବର ବିଷୟ। 

ବିଶ୍ୱର ଦ୍ୱିତୀୟ ସର୍ବୋଚ୍ଚ ଗିରିଶୃଙ୍ଗ ଉପରେ ବିଜୟ ହାସଲ କରିଥିଲେ ମଧ୍ୟ ଏପଯର୍ୟନ୍ତ ସବିତାଙ୍କର ଏଭରେଷ୍ଟ ବିଜୟର ସ୍ୱପ୍ନ ପୂରଣ ହୋଇପାରି ନାହିଁ। ୨୦୦୩ ନେହେରୁ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମାଉଣ୍ଟେନିଅରିଂ ପକ୍ଷରୁ ଏହି ସୁଯୋଗ ମିଳିଥିଲା ମାତ୍ର ସେମାନେ ଏଥିପାଇଁ ୧୭ ଲକ୍ଷ ଟଙ୍କା ଚାହିଁଥିଲେ। ଏତେ ଗୁଡ଼ିଏ ସମ୍ବଳ ସବିତାଙ୍କ ପାଖରେ ନ ଥିବାରୁ ଏଭରେଷ୍ଟର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି। 

ପ୍ରଶିକ୍ଷଣ ଶିକ୍ଷା:[ସମ୍ପାଦନା]

ସବିତା ପର୍ବତାରୋହଣରେ ବେସିକ୍ କୋର୍ସ ଓ ଅାଡ୍ଭାନ୍ସ କୋର୍ସ ମଧ୍ୟ କରିଛନ୍ତି। ରୁଷିକେଶରୁ ରୁଦ୍ରପ୍ରୟାଗ ପର୍ଯ୍ୟନ୍ତ ପର୍ବତାରୋହଣ ସହିତ ନେପାଳର ପୋଖରାଠାରେ ୧୨୦୦୦ ଫୁଟ୍ ଉଚ୍ଚତାରେ ଟ୍ରେନିଂ ଏବଂ ରକ୍ କ୍ଲାଇମିଂ ପ୍ରଶିକ୍ଷଣ ଶିକ୍ଷା ଗ୍ରହଣ କରିଛନ୍ତି।

ସମ୍ମାନ:[ସମ୍ପାଦନା]

୧୯୯୮ରେ ସ୍ନୋ-ସ୍କିରେ ଶ୍ରେଷ୍ଠ ପୁରସ୍କାର

ଚଣ୍ଡିଗଡ଼ସ୍ଥିତ ନ୍ୟାସନାଲ୍ ଅାଡଭେଞ୍ଚର କ୍ଳବ୍ (ଇଣ୍ଡିଅା) ପକ୍ଷରୁ ୧୯୯୯ର ଅଦମ୍ୟ ସାହସ ପୁରସ୍କାରରେ ସମ୍ବର୍ଦ୍ଧିତ[୨]

ଆଧାର[ସମ୍ପାଦନା]

  1. ଦ ସନ୍‌ଡେ ଇଣ୍ଡିଆନ୍‌ ୨୦୧୨ ଅଗଷ୍ଟ ୫
  2. ଦ ସନ୍‌ଡେ ଇଣ୍ଡିଆନ୍‌ ୨୦୧୨ ଅଗଷ୍ଟ ୫