ସନ୍ଧ୍ୟା ବାଉରି
ସନ୍ଧ୍ୟା ବାଉରି | |
|---|---|
| ସାଂସଦ: ୧୧ଶ ଲୋକ ସଭା, ୧୩ଶ ଲୋକ ସଭା | |
| କାର୍ଯ୍ୟକାଳ ୧୯୯୬–୨୦୦୪ | |
| ପର ଅଧିକାରୀ | ସୁସ୍ମିତା ବାଉରି |
| ନିର୍ବାଚନ ମଣ୍ଡଳୀ | ବିଷ୍ଣୁପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨ ସେପ୍ଟେମ୍ବର ୧୯୫୧ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
| ଜୀବନ ସାଥୀ | ନିମାଇ ଚରଣ ବାଉରି |
| ପେଷା | ରାଜନୀତିଜ୍ଞ, ସମାଜସେବୀ, କୃଷିବିତ୍ |
ସନ୍ଧ୍ୟା ବାଉରି (ଜନ୍ମ: ୨ ସେପ୍ଟେମ୍ବର ୧୯୫୧) ଜଣେ ଭାରତୀୟ ରାଜନୀତିଜ୍ଞ ଓ ସମାଜସେବୀ । ସେ ପଶ୍ଚିମ ବଙ୍ଗ ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ବିଷ୍ଣୁପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୧୯୫୧ ମସିହାର ସେପ୍ଟେମ୍ବର ୨ ତାରିଖରେ ପଶ୍ଚିମ ବଙ୍ଗର ବାଙ୍କୁରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୨୮ ଫେବୃଆରୀ ୧୯୭୨ରେ ନିମାଇ ଚରଣ ବାଉରିଙ୍କୁ ବିବାହ କରିଥିଲେ । ତାଙ୍କ ଚାରି ଝିଅଙ୍କ ମଧ୍ୟରୁ ସୁମିତ୍ରା ବାଉରି ଜଣେ ରାଜନୀତିଜ୍ଞ ଅଟନ୍ତି, ଯିଏକି ଭାରତୀୟ ସଂସଦର ତଳ ସଦନ ଲୋକ ସଭାକୁ ଜଣେ ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।[୧]
ଶିକ୍ଷା ଓ ରାଜନୈତିକ ଜୀବନ
[ସମ୍ପାଦନା]ସେ ଅଣ-ସ୍ନାତକ ଅଟନ୍ତି ଏବଂ ପଶ୍ଚିମ ବଙ୍ଗର ବାଙ୍କୁରା ଖ୍ରୀଷ୍ଟିଆନ କଲେଜରେ ସେ ଅଧ୍ୟୟନ କରୁଥିଲେ । ସେ ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ, ପ୍ରଥମ ଥର ପାଇଁ ସାଂସଦ ଭାବରେ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୯୮ ଓ ୧୯୯୯ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ, ସେ ଯଥାକ୍ରମେ ୧୨ଶ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- 1 2 3 "Biographical Sketch Member of Parliament 13th Lok Sabha". Retrieved 8 March 2014.