Jump to content

ସନ୍ଦୀପ ମେହେତା

ଉଇକିପିଡ଼ିଆ‌ରୁ

ସନ୍ଦୀପ ମେହେତା (ଜନ୍ମ: 11 ଜାନୁଆରୀ 1963) ଭାରତର ସୁପ୍ରିମ୍ କୋର୍ଟର ଜଣେ ନ୍ୟାୟଧୀଶ। ସେ ଗୌହାଟି ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏବଂ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟଧୀଶ।[]

କାର୍ଯ୍ୟଜୀବନ

[ସମ୍ପାଦନା]

ମେହେତା 8 ଅଗଷ୍ଟ 1986 ରେ ଅଧିବକ୍ତା ଭାବେ ନାମଲେଖା କରିଥିଲେ। ସେ ପ୍ରଧାନତଃ ଆପରାଧିକ ଏବଂ ସଂବିଧାନିକ ମାମଲାରେ ଅଭ୍ୟାସ କରୁଥିଲେ। 30 ମେ 2011 ରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ପଦୋନ୍ନତି ପାଇଥିଲେ।

15 ଫେବୃଆରୀ 2023 ରେ ସେ ଗୌହାଟି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ। 9 ନଭେମ୍ବର 2023 ରେ ସେ ଭାରତ ସୁପ୍ରିମ୍ କୋର୍ଟର ନ୍ୟାୟଧୀଶ ଭାବେ ନିଯୁକ୍ତ ହୋଇଥିଲେ।[]

  1. Roy, Debayan (2023-11-09). "Supreme Court at full sanctioned strength of 34 after three new judges take oath". Bar and Bench - Indian Legal news (in ଇଂରାଜୀ). Retrieved 2026-01-17.
  2. Roy, Debayan (2023-11-08). "Centre clears appointment of Justices Satish Chandra Sharma, Augustine George Masih and Sandeep Mehta as Supreme Court judges". Bar and Bench - Indian Legal news (in ଇଂରାଜୀ). Retrieved 2026-01-17.