ସତ୍ୟବତୀ ଦେବୀ
ସତ୍ୟବତୀ ଦେବୀ | |
|---|---|
| ଜନ୍ମ | 26 January 1906 |
| ମୃତ୍ୟୁ | 21 October 1945 (aged 39) |
| ଜାତୀୟତା | ଭାରତୀୟ |
| ପ୍ରସିଦ୍ଧି | ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ କର୍ମୀ |
ସତ୍ୟବତୀ ଦେବୀ (୨୬ ଜାନୁଆରୀ ୧୯୦୬ — ୨୧ ଅକ୍ଟୋବର ୧୯୪୫) ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ କର୍ମୀ ଥିଲେ। ସେ "ଭାରତର ଜୋଆନ ଅଫ ଆର୍କ" ନାମରେ ମଧ୍ୟ ପରିଚିତା ।
ପରିବାର
[ସମ୍ପାଦନା]ସେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କର ନାତୁଣୀ ଏବଂ ଅଧିବକ୍ତା ଧନୀ ରାମ ଓ ବେଦ କୁମାରୀଙ୍କର କନ୍ୟା ।[୧] ଦିଲ୍ଲୀ କ୍ଲଥ ମିଲ୍ସର ଏକ ଅଧିକାରୀଙ୍କ ସହ ତାଙ୍କରି ବିବାହ ହୋଇଥିଲା ।
ସ୍ଵାଧୀନତା ଆନ୍ଦୋଳନରେ ଭୂମିକା
[ସମ୍ପାଦନା]ଦିଲ୍ଲୀର ଜାତୀୟତାବାଦୀ ନାରୀମାନଙ୍କ ମଧ୍ୟରେ ସତ୍ୟବତୀ ଏକ ନେତୃତ୍ୱମୂଳକ ଭୂମିକା ନେଇଥିଲେ । ଅରୁଣା ଆସଫ ଅଲ୍ଲୀ କହିଥିଲେ ଯେ ସତ୍ୟବତୀ ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନରେ ଯୋଗଦେବାକୁ ପ୍ରେରିତ କରିଥିଲେ ।[୨] ସତ୍ୟବତୀ ଗ୍ୱାଳିଅର ଓ ଦିଲ୍ଲୀର କପଡ଼ା କାରଖାନାର କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ସେବା କାମ କରିଥିଲେ । ସେ କଂଗ୍ରେସ ମହିଳା ସମାଜ ଓ କଂଗ୍ରେସ ଦେଶ ସେବିକା ଦଳ ପ୍ରତିଷ୍ଠା କରିଥିଲେ ଏବଂ ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ର ସହସ୍ଥାପିକା ଥିଲେ। ସେ ସ୍ୱାଧୀନତାର ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଦିଲ୍ଲୀରେ କଂଗ୍ରେସର ନାରୀ ଶାଖାର ନେତୃତ୍ୱ ନେଇଥିଲେ । ସେ ଦିଲ୍ଲୀରେ ଲବଣ ଆଇନ ଭଙ୍ଗ କାର୍ଯ୍ୟକ୍ରମ ଏବଂ ଅବୈଧ ଲୁଣ ତିଆରି ଓ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ୧୯୩୨ ମସିହାରେ ଦୁଇ ବର୍ଷ ଜେଲ ଦଣ୍ଡ ଭଗ କରିଥିଲେ। ଜେଲରେ ଥିବାବେଳେ ସେ ପ୍ଲୁରେସି ଏବଂ ଟ୍ୟୁବରକୁଲୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ ।[୩] ଏତେ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ, ସେ ଜେଲରୁ ଛାଡ଼ପାଇଁ ଉତ୍ତମ ଆଚରଣ ଓ ରାଜନୈତିକ କାର୍ଯ୍ୟରୁ ବିରତ ରହିବା ଭଳି ସର୍ତ୍ତକୁ ଅସ୍ୱୀକାର କରିଥିଲେ । ଏହି ଅସୁସ୍ଥତା ଯୋଗୁଁ ୧୯୪୫ ମସିହାରେ ୩୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।
ରଚନାବଳୀ
[ସମ୍ପାଦନା]ଜେଲରେ ଥିବା ସ୍ୱାଧୀନତା ସଂଗ୍ରାମର ନାରୀ ଯୋଦ୍ଧାମାନେ କବିତା ଓ ଜାତୀୟତାବାଦୀ ପ୍ରଚାରପତ୍ର ରଚନା କରୁଥିଲେ, ଯାହା ଅତ୍ୟନ୍ତ ଗୋପନୀୟ ଭାବେ ବାହାରକୁ ପଠାଯାଉଥିଲା । ସତ୍ୟବତୀ ଦେବୀଙ୍କ ଲେଖା 'Bahin Satyavati Ka Jail Sandesh’ ‘ଭଉଣୀ ସତ୍ୟବତୀର ଜେଲ ସନ୍ଦେଶ’ ନାମକ ରଚନାର ଅଂଶ ଏପରି:[୪]
This is a message from your jailed sister
Sister Satyavati appeals to you
Do not slacken from your work
Jump, if required, into the burning flames
The sacred battle should be full of strength
Once you have stepped forward, never retreat
Die before the men in the battlefield
Do not fear bullets or sticks
Put your head forward before the men
Once lit, the fire should never go out
I have full faith now
Because the women have prepared themselves
ସମ୍ମାନ
[ସମ୍ପାଦନା]ଯଦିଓ ସେ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଅପରିଚିତ ନାୟିକା ବୋଲି ମନେକରାଯାଏ, ୧୯୭୨ ମସିହାରେ ଦିଲ୍ଲୀ ସରକାର ଦ୍ୱାରା ତାଙ୍କ ସମ୍ମାନରେ ସତ୍ୟବତୀ କଲେଜ (ଦିଲ୍ଲୀ ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠା କରାଯାଇଛି ।[୫]
ଆଧାର
[ସମ୍ପାଦନା]- ↑ Taneja, Anup (2005). Gandhi, Women, and the National Movement, 1920–47. Haranand Publications Pvt Ltd. p. 153. ISBN 9788124110768.
- ↑ Taneja, Anup (2005). Gandhi, Women, and the National Movement, 1920–47. Har-anand Publications Pvt Ltd. p. 154. ISBN 9788124110768.
- ↑ Geraldine Forbes (1999). Women in Modern India, Volume 4. Cambridge University Press. p. 148. ISBN 978-0521653770.
- ↑ "Amrit Mahotsav: रूढ़ियों और बेड़ियों को तोड़ने वाली 'तूफानी' बहन सत्यवती, जेल गईं पर नहीं हारी हिम्मत - Amrit Mahotsav special story of freedom fighter satywati role in freedom movement Jagran Speical". Jagran (in ହିନ୍ଦୀ). Retrieved 8 May 2025.
- ↑ "Toofani Satyawati" (PDF). /web.archive.org. Archived from the original (PDF) on 2 October 2015. Retrieved 8 May 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |