ସତୀକାନ୍ତ ଘୋଷ

ଉଇକିପିଡ଼ିଆ‌ରୁ
ସତୀକାନ୍ତ ଘୋଷ
Born
ସତୀକାନ୍ତ ଘୋଷ
Died୯ ଜାନୁଆରୀ ୨୦୨୧(୨୦୨୧-୦୧-୦୯)
Nationality ଭାରତୀୟ
Known forଆନ୍ତର୍ଜାତୀୟ ଧାବକ ଓ ଡାକ୍ତର
Spouseବୀଣା
Childrenଶୁଭକାନ୍ତ

ସତୀକାନ୍ତ ଘୋଷ, ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀୟ ଧାବକ ଥିଲେ । ସେ ୧୯୫୪ ମସିହାରେ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ।

ଜୀବନୀ[ସମ୍ପାଦନା]

ସତୀକାନ୍ତ କଟକର ମୂଳ ବାସିନ୍ଦା ଥିଲେ । ୧୯୫୪ ମସିହାରେ ସେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ମଧ୍ୟ କୌଣସି ପଦକ ଜିତି ପାରିନଥିଲେ । କିନ୍ତୁ ୧୯୬୩ ଏସୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିଲେ । ଡାକ୍ତରୀ ପାଠ ପଢ଼ିବା ପାଇଁ ସେ ଲଣ୍ଡନ ଯିବାପରେ କ୍ରୀଡ଼ାଠାରୁ ଦୂରେଇ ଯାଇଥିଲେ । ୧୯୬୭ ମସିହାରେ ସେ ରାଉରକେଲାର ଇସ୍ପାତ ଜେନେରାଲ ଚିକିତ୍ସାଳୟଠାରେ ଯୋଗ ଦେଇଥିଲେ । ୧୯୯୧ରେ ତାଙ୍କ ପତ୍ନୀ ଡାକ୍ତର ବୀଣାଙ୍କର ଓ ୨୦୦୫ରେ ତାଙ୍କର ଏକମାତ୍ର ପୁତ୍ର ଓ ଅସ୍ଥୀଶଲ୍ୟ ଡାକ୍ତର ଶୁଭକାନ୍ତଙ୍କର ପରଲୋକ ଘଟିଥିଲା । ସତୀକାନ୍ତ ତାଙ୍କ ନିଜର ଓ ପତ୍ନୀ ବୀଣାଙ୍କର ଆଜୀବନ ଅର୍ଜିତ ଧନ ଓ ଘରକୁ ଏକ କର୍କଟ ଚିକିତ୍ସାଳୟ ନିର୍ମାଣ ପାଇଁ ଦାନ କରିଥିଲେ ।[୧][୨]

୨୦୨୧ ମସିହା ଜାନୁଆରୀ ୯ ତାରିଖରେ ସତୀକାନ୍ତଙ୍କର ପରଲୋକ ଘଟିଥିଲା ।[୩]

ଆଧାର[ସମ୍ପାଦନା]

  1. "Charity's other name". www.newindianexpress.com. The New Indian Express. Archived from the original on 12 January 2021. Retrieved 12 January 2021.
  2. "Surgeon who donated life's savings for cancer hospital". www.orissapost.com. Orissa Post. Archived from the original on 12 January 2021. Retrieved 12 January 2021.
  3. "sambad.in/state/first-international-runner-of-odisha-dies-611919/". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 12 January 2021. Retrieved 12 January 2021.