Jump to content

ସଞ୍ଜୀବ ଖାନ୍ନା

ଉଇକିପିଡ଼ିଆ‌ରୁ
ସଞ୍ଜୀବ ଖାନ୍ନା
Official portrait, 2024
୫୧ତମ ଭାରତର ମୁଖ୍ୟ ନ୍ୟାୟାଧୀଶ
କାର୍ଯ୍ୟକାଳ
11 November 2024 – 13 May 2025
Appointed byଦ୍ରୌପଦୀ ମୁର୍ମୁ
ପୂର୍ବ ଅଧିକାରୀDhananjaya Y. Chandrachud
ପର ଅଧିକାରୀଭୂଷଣ ରାମକୃଷ୍ଣ ଗୱାଇ
Judge of Supreme Court of India
କାର୍ଯ୍ୟକାଳ
18 January 2019 – 10 November 2024
Nominated byRanjan Gogoi
Appointed byରାମନାଥ କୋବିନ୍ଦ
Judge of Delhi High Court
କାର୍ଯ୍ୟକାଳ
24 June 2005 – 17 January 2019
Nominated byRamesh Chandra Lahoti
Appointed byଏ. ପି. ଜେ. ଅବଦୁଲ କଲାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-05-14) ୧୪ ମଇ ୧୯୬୦ (ବୟସ ୬୫)
New Delhi, India
ସମ୍ପର୍କHans Raj Khanna (uncle)
ସନ୍ତାନ2
ଶିକ୍ଷାନୁଷ୍ଠାନSt Stephen's College, Delhi, (BA)
Faculty of Law, Delhi, (LLB)

ସଞ୍ଜୀବ ଖାନ୍ନା (ଜନ୍ମ ୧୪ ମେ ୧୯୬୦) ଜଣେ ଅବସରପ୍ରାପ୍ତ ଭାରତୀୟ ବିଧିବିଶାରଦ ଯିଏ ୧୧ ନଭେମ୍ବର ୨୦୨୪ ରୁ ୧୩ ମେ ୨୦୨୫ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ମୁଖ୍ୟ ନ୍ୟାୟାଧୀଶ ଭାବରେ କାର୍ଯ୍ୟ କରିଛନ୍ତି ।[] ସେ ଜାତୀୟ ବିଧି ସେବା କର୍ତ୍ତୃପକ୍ଷର ଏକ୍ସ ଅଫିସିଓ ପ୍ୟାଟ୍ରନ-ଇନ-ଚିଫ ଏବଂ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟିର ଡି ଫ୍ୟାକ୍ଟୋ ଚାନ୍ସେଲର୍ ଥିଲେ ।[] ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ମଧ୍ୟ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୪ ମେ ୧୯୬୦ରେ ହୋଇଥିଲା ।[] ତାଙ୍କ ପିତା ନ୍ୟାୟମୂର୍ତ୍ତି ଦେବ ରାଜ୍ ଖାନ୍ନା ୧୯୮୫ରେ ଦିଲ୍ଲୀ ହାଇକୋର୍ଟର ନ୍ୟାୟାଧୀଶ ଭାବେ ଅବସରଗ୍ରହଣ କରିଥିଲେ, ଏବଂ ମାତା ସରୋଜ ଖାନ୍ନା ଲେଡି ଶ୍ରୀରାମ କଲେଜରେ ହିନ୍ଦୀ ଅଧ୍ୟାପକ ଭାବରେ କାମ କରୁଥିଲେ ।[] ଖାନ୍ନାଙ୍କ ଜ୍ୟେଷ୍ଠ କକା ହଂସରାଜ୍ ଖାନ୍ନା, ଭାରତୀୟ ସୁପ୍ରିମ କୋର୍ଟର ପୂର୍ବତନ ନ୍ୟାୟାଧୀଶ ଥିଲେ । ହଂସରାଜ୍ ୧୯୭୩ ରେ ଭାରତୀୟ ସଂବିଧାନର ମୌଳିକ ଗଠନ ସିଦ୍ଧାନ୍ତ ସମ୍ବନ୍ଧୀୟ ଏକ ବିଶେଷ ମାମଲାରେ ରାୟ ପ୍ରକାଶ କରିଥିଲେ ଏବଂ ୧୯୭୬ରେ ବିଖ୍ୟାତ ADM Jabalpur v. Shiv Kant Shukla (ହେବିଆସ୍ କର୍ପସ୍ କେଶ) ରେ ତାଙ୍କର ଏକମାତ୍ର ବିରୋଧୀ ମତ (ରାୟ) ଦେଇ ତତକାଳୀନ ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ । ଫଳରେ ପରବର୍ତ୍ତୀ ସମୟରେ ତାଙ୍କ ବରିଷ୍ଠତା ସତ୍ତ୍ଵେ ତାଙ୍କଠାରୁ କନିଷ୍ଠ ମିର୍ଜା ହମୀଦୁଲ୍ଲା ବେଗ (M. H. Beg)ଙ୍କୁ ମୁଖ୍ୟ ନ୍ୟାୟାଧୀଶ ପଦବୀ ପାଇଁ ପଦୋନ୍ନତି କରାଯାଇଥିବାର ପ୍ରତିବାଦରେ ୧୯୭୭ ଆରମ୍ଭରେ ସୁପ୍ରିମ କୋର୍ଟରୁ ପଦତ୍ୟାଗ କରିଥିଲେ ।[][][]

ଶିକ୍ଷା

[ସମ୍ପାଦନା]

ଖାନ୍ନା ୧୯୭୭ରେ ନୂତନ ଦିଲ୍ଲୀର ମଡର୍ନ ସ୍କୁଲରେ ଶିକ୍ଷା ସମାପ୍ତ କଲେ। ୧୯୮୦ରେ ସେ ସେଣ୍ଟ୍ ଷ୍ଟିଫେନ୍ସ କଲେଜ୍, ଦିଲ୍ଲୀରୁ କଳାରେ ସ୍ନାତକ ଡିଗ୍ରୀ ଲାଭ କଲେ । ପରେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଲ' ର କ୍ୟାମ୍ପସ୍ ଲ କେନ୍ଦ୍ରରେ ନ୍ୟାୟମୂର୍ତ୍ତି ଇନ୍ଦୁ ମଲହୋତ୍ରା ସହ ଗୋଟିଏ ବ୍ୟାଚରେ ଆଇନ ପଢ଼ିଥିଲେ ।[]

ପେଶାଜୀବନ

[ସମ୍ପାଦନା]

ଖାନ୍ନା ୧୯୮୩ରେ ଦିଲ୍ଲୀ ବାର୍ କାଉନ୍ସିଲ୍‌ରେ ଆଇନଜୀବୀ ଭାବରେ ନାମ ଲେଖାଇଥିଲେ। ୨୦୦୪ରେ ସେ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର ପାଇଁ ଷ୍ଟାଣ୍ଡିଂ କାଉନ୍ସିଲ୍ (ସିଭିଲ୍) ଭାବରେ କାର୍ଯ୍ୟ କଲେ । ତାହା ପୂର୍ବରୁ ସେ ଆୟକର ବିଭାଗର ସିନିଅର୍ ଷ୍ଟାଣ୍ଡିଂ କାଉନ୍ସିଲ୍ ଭାବରେ କାମ କରୁଥିଲେ । ୨୪ ଜୁନ୍ ୨୦୦୫ ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ନ୍ୟାୟାଧୀଶ ଭାବରେ ପଦୋନ୍ନତି ପାଇଲେ ଏବଂ ୨୦ ଫେବ୍ରୁଆରୀ ୨୦୦୬ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୧୮ ଜାନୁଆରୀ ୨୦୧୯ ରେ ସେ ସୁପ୍ରିମ କୋର୍ଟର ନ୍ୟାୟାଧୀଶ ଭାବରେ ପଦୋନ୍ନତି ପାଇଲେ । ଖାନ୍ନାଙ୍କ ପଦୋନ୍ନତି ସମୟରେ ତାଙ୍କଠାରୁ ୩୨ଜଣ ସିନିଅର୍ ହାଇକୋର୍ଟ ନ୍ୟାୟାଧୀଶ ଥିଲେ ।[] ଏହା ନେଇ ଦେଶରେ ଯଥେଷ୍ଟ ବିବାଦ ଉତ୍ପନ୍ନ ହେଲା; ତଥାପି ତାଙ୍କ ନିଯୁକ୍ତିକୁ ଭାରତ ସରକାର ଅନୁମୋଦନ କଲା ।

୧୧ ନଭେମ୍ବର ୨୦୨୪ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଅନୁଷ୍ଠାନରେ ଖାନ୍ନା ଭାରତର ୫୧ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କଲେ।[୧୦] ୧୩ ମେ ୨୦୨୫ରେ ଖାନ୍ନା CJI ପଦରୁ ଅବସରଗ୍ରହଣ କଲେ, ଏବଂ ତାଙ୍କ ପରେ ଭୁଷଣ ରାମକୃଷ୍ଣ ଗବାଇ ନୂତନ CJI ହେଲେ । ଅବସର ପରେ ସେ କୌଣସି ରାଜକୀୟ ପଦବୀ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କଲେ; ତଥାପି ସେ ବିଧି କ୍ଷେତ୍ରରେ ରହିବାକୁ ଇଚ୍ଛା ପ୍ରକାଶ କଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ମୁଖ୍ୟ ନ୍ୟାୟାଧୀଶ ଭାବେ ନ୍ୟାୟମୂର୍ତ୍ତି ସଞ୍ଜୀବ ଖାନ୍ନାଙ୍କୁ ଶପଥ ଦେଉଛନ୍ତି।

ଖାନ୍ନା ବିବାହିତ ଓ ତାଙ୍କ ଦୁଇ ସନ୍ତାନ ଅଛନ୍ତି।

  1. Mistry, Madhupriya. "ନୂଆ CJI ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା". odishareporter.in. Retrieved 2025-12-02.
  2. "Justice Sanjiv Khanna to take oath as Chief Justice of India on November 11, 2024". The Hindu (in Indian English). 2024-10-24. ISSN 0971-751X. Retrieved 2024-11-08.
  3. Deka, Kaushik (12 November 2024). "Family legacy to high-stakes verdicts: What to expect from CJI Sanjiv Khanna in six months". India Today. Retrieved 4 March 2025.
  4. "Sanjiv Khanna (51st CJ India) - Biography Points" (in ଆମେରିକୀୟ ଇଂରାଜୀ). 2024-11-13. Retrieved 2024-11-17.
  5. "CJ & Sitting Judges". Delhi High Court. Archived from the original on 16 August 2019. Retrieved 12 January 2019.
  6. "SC recommends names of Justices Maheshwari, Sanjiv Khanna as top court judges". Samanwaya Rautray. The Economic Times. 12 January 2019. Archived from the original on 12 January 2019. Retrieved 12 January 2019.
  7. "7 Next CJIs" (in ଇଂରାଜୀ). Supreme Court Observer. 23 November 2021. Archived from the original on 28 December 2021. Retrieved 24 November 2021.
  8. Mittal, Radhika (6 November 2024). "Sanjiv Khanna: The Future Chief Justice of India and His Journey to the Apex Court - Desi Kaanoon". Desi Kaanoon.
  9. Rajagopal, Krishnadas (2024-10-26). "Sanjiv Khanna: A servant of justice". The Hindu (in Indian English). ISSN 0971-751X. Archived from the original on 10 November 2024. Retrieved 2024-11-03.
  10. "Justice Sanjiv Khanna takes oath as 51st Chief Justice of India". The Indian Express (in ଇଂରାଜୀ). 2024-11-11. Archived from the original on 11 November 2024. Retrieved 2024-11-11.