Jump to content

ସଚ୍ଚିଦାନନ୍ଦ ଆଚ଼ାର୍ଯ୍ୟ

ଉଇକିପିଡ଼ିଆ‌ରୁ

ସଚ୍ଚିଦାନନ୍ଦ ଆଚ଼ାର୍ଯ୍ୟ (ଜନ୍ମ: ୧ ଅଗଷ୍ଟ, ୧୯୮୧) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ସଚ୍ଚିଦାନନ୍ଦ ଆଚାର୍ଯ୍ୟ ୧୯୪୫ ମସିହାରେ ବିହାରର ସିଂଘଭୂମି ଜିଲ୍ଲାର ଚାଇବାସା ଜିଲ୍ଲା ଅଦାଲତରେ ଓକିଲ ଭାବେ ଯୋଗ ଦେଇ ପରେ ୧୫ ଜାନୁଆରୀ ୧୯୫୧ ମସିହାରେ ପାଟନା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବେ ନାମ ଲେଖାଇଥିଲେ । ପରେ ସେ କଟକ ଯାଇ ୧୬-୩-୧୯୫୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଓକିଲ ଭାବେ ଯୋଗ ଦେଇ ଓକିଲାତି ଆରମ୍ଭ କରିଥିଲେ ।

ସେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରେ ୧୨ ବର୍ଷ ଧରି ଆଇନ ଶିକ୍ଷା ଦେବାରେ ଜଡିତ ଥିଲେ । କିଛି ବର୍ଷ ପର୍ଯ୍ୟନ୍ତ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍ ଓ ଅଧ୍ୟୟନ ବୋର୍ଡ୍‌ର ସଦସ୍ୟ ଥିଲେ । ସେ ଆଇନ କଲେଜର ପରିଚାଳନା ସମିତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡା କମିଟିର ସଦସ୍ୟ ଥିଲେ । ସେ ଉଚ୍ଚ ଅଦାଲତ ବାର୍ ଏସୋସିଏସନ୍‌ର ସଚିବ ଭାବେ ତିନି ବର୍ଷରୁ ଅଧିକ ସମୟ କାର୍ଯ୍ୟ ନିର୍ବାକ କରିଥିଲେ ।

ସେ ୬.୫.୧୯୬୮ରୁ ୩୧.୭.୧୯୮୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସୁକାନ୍ତ କିଶୋର ରାୟ ଛୁଟିରେ ଥିବା ସମୟରେ ସେ କିଛିଦିନ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟୀତ୍ୱ ତୁଲାଇଥିଲେ ।[]

  1. "Former Judges | Orissa High Court, Cuttack". www.orissahighcourt.nic.in. Retrieved 2025-01-03.
  2. "Justice Sachinanda Acharya appointed as acting Chief Justice of Orissa High Court". www.indianculture.gov.in. Retrieved 3 January 2025.