ସକିନୀ ରାମଚନ୍ଦ୍ରୈଃ
ସକିନୀ ରାମଚନ୍ଦ୍ରୈଃ | |
|---|---|
| ଜନ୍ମ | ୧ ଜାନୁଆରୀ ୧୯୬୩ ଭଦ୍ରଚଳମ, ଆନ୍ଧ୍ର ପ୍ରଦେଶ, ଭାରତ |
| ମୃତ୍ୟୁ | ୨୩ ଜୁନ ୨୦୨୪ (ବୟସ ୬୧) ମାନୁଗୁରୁ, ତେଲେଙ୍ଗାନା, ଭାରତ |
| ବୃତ୍ତି | କଣ୍ଠଶିଳ୍ପୀ |
ସକିନୀ ରାମଚନ୍ଦ୍ରୈଃ (୧ ଜାନୁଆରୀ ୧୯୬୩ – ୨୩ ଜୁନ ୨୦୨୪) ଜଣେ ଭାରତୀୟ କଣ୍ଠଶିଳ୍ପୀ ଥିଲେ । ସେ ମୁଖ୍ୟତଃ ଭାରତୀୟ ଲୋକଗୀତ ଗାନ କରୁଥିଲେ ଏବଂ ଢୋଲ ବଜାଉଥିଲେ । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ସହିତ ବିଶେଷ ଭାବରେ ପରିଚିତ ଏକ କଳା "କାଞ୍ଚୁମେଲମ୍-କାଞ୍ଚୁଥାଲମ୍"ରେ ତାଙ୍କର ଦକ୍ଷତା ପାଇଁ ସେ ଜଣାଶୁଣା ଥିଲେ । ଏହି କଳା ପ୍ରାୟ ବିଲୁପ୍ତ ହେବାକୁ ଯାଉଛି ଏବଂ ରାମଚନ୍ଦ୍ରୈଃ ଏହି କଳାର ଏକମାତ୍ର ଜୀବିତ ଗୁରୁ ଥିଲେ ଯିଏ ଉଭୟ ତେଲୁଗୁ ଓ କୋୟା ଭାଷାରେ ପବିତ୍ର ପର୍ବ "ସମକ୍କା ସରକା ଜଥାରା"ର ଇତିହାସକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିପାରିଥିଲେ ।[୧][୨] କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୨ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୩]
ଜୀବନୀ ଏବଂ କାମ
[ସମ୍ପାଦନା]୧୯୬୩ ମସିହାର ଜାନୁଆରୀ ୧ ତାରିଖରେ, ସେ ତେଲେଙ୍ଗାନାର କୁନାଭାରମସ୍ଥିତ ମନୁଗୁରୁ ଜୋନ୍ର କୋଟ୍ଟାଗୁଡେମ ଜିଲ୍ଲାର ଭଦ୍ରାଦ୍ରିଠାରେ ଏକ କୋୟା ଜନଜାତି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ ଥିଲା ମୁସାଲାୟା ଓ ଗଙ୍ଗମ୍ମା । ତାଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷା ନଥିଲା ଏବଂ ସେ ସାରା ଜୀବନ ନିରକ୍ଷର ରହିଥିଲେ । ତେବେ ୧୨ ବର୍ଷ ବୟସରୁ ସେ ଢୋଲ ବଜାଇବା କଳା ପ୍ରତି ଆଗ୍ରହ ଦେଖାଇଥିଲେ, ଯାହା ବୋଧହୁଏ ସେ ତାଙ୍କ ଜେଜେବାପାଙ୍କଠାରୁ ଶିକ୍ଷା ପାଇଥିଲେ । କୋୟା ଆଦିବାସୀ କଳାକାରମାନେ ସେମାନଙ୍କର ଗୀତଗୁଡ଼ିକୁ ନୂତନ ପିଢ଼ୀକୁ ମୁଖସ୍ତ ଜରିଆରେ ହିଁ ହସ୍ତାନ୍ତର କରିବାର ଏକ ମହାନ ପରମ୍ପରା ରହିଛି ଏବଂ ସେ ଏହି ଗୀତଗୁଡ଼ିକର ଏକ ବିଶାଳ ସଂଗ୍ରହକୁ ସ୍ମରଣ ରଖିଥିଲେ । ଏହି ଗୀତଗୁଡ଼ିକର ବିଷୟବସ୍ତୁ ହେଉଛି ସାମକ୍କା-ସାରଲାମ୍ମା, ଗିରିକାମରାଜୁ, ପାଗିଡିଦା ରାଜୁ, ରାମରାଜୁ, ଗାଦିରାଜୁ, ଗାଦିରାଜୁ, ବାପନମ୍ମା, ମୁସାଲମ୍ମା, ନାଗୁଲମ୍ମା, ସଦାଲାମ୍ମା ଇତ୍ୟାଦି ଆଦିବାସୀ ଯୋଦ୍ଧାମାନଙ୍କର କାହାଣୀ । ଏଥିରେ ଜନଜାତିର ଜନ୍ମର କାହାଣୀ ଏବଂ ପାରିବାରିକ ଇତିହାସ ମଧ୍ୟ ଅନ୍ତର୍ଭୁକ୍ତ । ପର୍ବପର୍ବାଣୀରେ ଓ କୋୟା ଘରେ ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ସମୟରେ, କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।[୪]
ତାଙ୍କ ଦ୍ୱାରା ପରିଚାଳିତ ଏହି କଳା "କାଞ୍ଚୁମେଲାମ-କାଞ୍ଚୁଥାଲମ୍" ଭାବରେ ମଧ୍ୟ ଜଣାଶୁଣା ଏବଂ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି । ସେ ଏହି କଳାର ଏକମାତ୍ର ଜୀବିତ ଗୁରୁ ଥିଲେ ଯିଏକି ଉଭୟ ତେଲୁଗୁ ଓ କୋୟା ଭାଷାରେ "ସମ୍ମକ୍କା ସରାକ୍କା ଜଟାରା" ("ସମ୍ମକ୍କା ସାରଲାମ୍ମା ଜଟାରା" ବା "ମେଦାରାମ ଜଟାରା" ନାମରେ ମଧ୍ୟ ଜଣାଶୁଣା) ପର୍ବର ଇତିହାସକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିପାରିଥିଲେ ।
ରାମଚନ୍ଦ୍ରୈଃଙ୍କ ପ୍ରତିଭା ପ୍ରଥମ ଥର ପାଇଁ ୨୦୧୪ ମସିହାରେ ବ୍ୟାପକ ଦୃଷ୍ଟିକୁ ଆସିଥିଲା ଯେତେବେଳେ ସେ ୧୩ଶ ଶତାବ୍ଦୀରେ କାକଟିଆ ଶାସକଙ୍କ ବିରୁଦ୍ଧରେ ଲଢ଼େଇ କରିଥିବା ଦୁଇ ଆଦିବାସୀ ମହିଳା (ମାଆ ଓ ଝିଅ) ସାମ୍ମକ୍କା-ସାରଲାକ୍କାଙ୍କ ଇତିହାସ ବର୍ଣ୍ଣନା କରିଥିଲେ । ଏହା ତତ୍କ୍ଷଣାତ୍ ହିଟ୍ ହୋଇଗଲା । ସେ ବୋପନମ୍ମା କଥା, ଗୋଡ଼ି କାମା ରୋଜୁ କଟବା ଇତ୍ୟାଦି ଅନ୍ୟାନ୍ୟ ଗୀତଗୁଡ଼ିକୁ ମଧ୍ୟ ଲୋକପ୍ରିୟ କରିଛନ୍ତି ବୋଲି ତେଲୁଗୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜୟଧୀର ତିରୁମାଲା ରାଓ କହିଛନ୍ତି, ଯିଏ ତାଙ୍କ ମୌଖିକ ବର୍ଣ୍ଣନାକୁ ରେକର୍ଡ଼ିଂ ଏବଂ ଦସ୍ତାବିଜ କରିଥିଲେ ।[୫]
ରାମଚନ୍ଦ୍ରୀହ ୨୦୨୪ ମସିହାର ଜୁନ ୨୩ ତାରିଖରେ ମନୁଗୁରୁ ନିକଟରେ ଥିବା ନିଜ ଗାଆଁରେ ୬୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୬]
ପଦ୍ମଶ୍ରୀ ପୁରସ୍କାର
[ସମ୍ପାଦନା]- କଳା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ତଥା ଅବଦାନ ପାଇଁ ୨୦୨୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଶୃଙ୍ଖଳା ପୁରସ୍କାରର ତୃତୀୟ ସର୍ବୋଚ୍ଚ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[୩] ଏହି ପୁରସ୍କାର ଭଦ୍ରାଦ୍ରିର କୋୟା ଜନଜାତି ଗାୟକ ଭାବରେ ତାଙ୍କର ସେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲା ।[୭]
ଆଧାର
[ସମ୍ପାଦନା]- ↑ "Citation for Padma Shri: Sakini Ramachandraih" (PDF). Ministry of Home Affairs, the Govt of India. Retrieved 10 June 2022.
- ↑ V Swathi (10 January 2018). "His voice, a capsule of tribal histories". The Hindu. Retrieved 19 June 2022.
- ↑ ୩.୦ ୩.୧ "Padma Awards 2022" (PDF). Padma Awards. Ministry of Home Affairs, Govt of India. Archived (PDF) from the original on 2022-01-25. Retrieved 11 February 2022.
- ↑ Arvind Arya. "Weddings and festivals are the key to doing anything in tribal homes .. because ." NTnews. Retrieved 19 June 2022.
- ↑ Srinivasa Rao Apparasu. "Padma Shri awardee from Telangana sings Tribals' histories to drum beats". Hindustan Times. Retrieved 19 June 2022.
- ↑ Padma Shri awardee Sakini Ramachandraiah passes away at 61
- ↑ "Padma Awards 2022". Padma Awards. Ministry of Home Affairs, Govt of India. Archived from the original on 2022-01-29. Retrieved 11 February 2022.
ବାହାର ଲିଙ୍କ୍
[ସମ୍ପାଦନା], interview in Telugu (26 minutes 27 seconds)