ସଂଗ୍ରାମ କେଶରୀ ମହାନ୍ତି
ସଂଗ୍ରାମ କେଶରୀ ମହାନ୍ତି | |
---|---|
ଜନ୍ମ | |
ମୃତ୍ୟୁ | ୪ ଫେବୃଆରୀ ୨୦୨୫ ଭଞ୍ଜପୁର, ବାରିପଦା | (ବୟସ ୭୭)
ମୃତ୍ୟୁର କାରଣ | ପକ୍ଷାଘାତ |
ବୃତ୍ତି(ସମୂହ) | ଗୀତିକାର, କବି |
ପିତାମାତା | ହରିହର ମହାନ୍ତି |
ସଂଗ୍ରାମ କେଶରୀ ମହାନ୍ତି ( ୨୭ ଜାନୁଆରୀ ୧୯୪୭ - ୪ ଫେବୃଆରୀ ୨୦୨୫) ଜଣେ ଓଡ଼ିଆ ଗୀତିକବି ଓ ଓଡ଼ିଆ ଚଳଚ୍ଚିତ୍ର ଗୀତିକାର ଥିଲେ । ତାଙ୍କର ଅନେକ ଗୀତିକବିତା ପୁସ୍ତକ ପ୍ରକାଶିତ ହୋଇଛି । ସାହିତ୍ୟ ସର୍ଜନା ନିମନ୍ତେ ସେ ଅନେକ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ । ସେ ଅଭିଳାଷ, ଫୁଲ ଚନ୍ଦନ ଆଦି ଚଳଚ୍ଚିତ୍ରରେ ଗୀତ ରଚନା କରିଥିଲେ । ସେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ, ମୟୂରଭଞ୍ଜ ସଂସ୍କୃତି ପରିଷଦ, ଓଡ଼ିଆ ଗୀତିକବି ସମାଜ, ମୟୂରଭଞ୍ଜ କଳାକାର ସଂଘର ସଦସ୍ୟ, ବାରିପଦା ସାହିତ୍ୟ ସଂସଦ, ମହରାଜା ଶ୍ରୀରାମଚନ୍ଦ୍ର ପାଠାଗାର ଆଦି ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।
ବ୍ୟକିଗତ ଜୀବନୀ
[ସମ୍ପାଦନା]ସଂଗ୍ରାମ ୧୯୪୭ ମସିହା ଜାନୁଆରି ୨୭ ତାରିଖରେ ବାରିପଦା ସହରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହରିହର ମହାନ୍ତି ଓ ସେ ବିଧାୟକ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶିକ୍ଷକତାକୁ ସେ ବୃତ୍ତି ଭାବରେ ଆବୋରୀ ଥିଲେ । ସେ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଶିକ୍ଷକତା କରି ସ୍ବେଚ୍ଛାକୃତ ଅବସର ନେଇଥିଲେ ।
ସାହିତ୍ୟ ସର୍ଜନା
[ସମ୍ପାଦନା]ପିଲାବେଳୁ ସଂଗ୍ରାମ ସାହିତ୍ୟ ଅନୁରାଗୀ ଥିଲେ । ଯୁବାବସ୍ଥାରୁ ସେ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ସେ ଆକାଶବାଣୀ, ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ପାଇଁ ଗୀତ ଲେଖିଥିଲେ । ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି "ଅଭିଳାଷ"ର ଏଇ ଝୁମା ଝୁମା ଗୋଲାପି ବେଳାରେଓ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ "ଫୁଲଚନ୍ଦନ"ର କହନା ଏ ଫୁଲ କହନା ଗୀତ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ୧୯୭୧ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବରେ ଆଦୃତ ହୋଇଥିଲେ ।
ରଚନାବଳୀ
[ସମ୍ପାଦନା]- ମେହେର ସାହିତ୍ୟର କେତୋଟି ଦିଗ
- ଝୁମା ଝୁମା ଗୋଲାପି ବେଳାରେ
- ସପନ ବିକା ଗାଁ
- ଗଙ୍ଗଶିଉଳି ପ୍ରିୟା ମୋର
- ଭାବବିନ୍ଦୁ
- ଶୃଙ୍ଗାର ଶତକ
- ପଦ୍ୟାନୁବାଦ ‘ମେଘଦୂତମ୍
- ନୀତି ଶତକ
ଚଳଚ୍ଚିତ୍ରରେ ଗୀତ ରଚନା
[ସମ୍ପାଦନା]- ଫୁଲ ଚନ୍ଦନ - କହନା ଏଫୁଲ କହନା (୧୯୮୨)
- ଅଭିଳାଷ - ଏଇ ଝୁମା ଝୁମା ଗୋଲାପି ବେଳାରେ (୧୯୮୪)
- ଗୋପରେ ବଢୁଚି କଳାକହ୍ନେଇ - ରୁମ୍ ଝୁମ୍ ବାଜେ ପାଦର ପାଉଁଜି (୧୯୯୪)
- ମୋ ମନ ଖାଲି ତୋରି ପାଇଁ - ହେଇରେ ଖଣ୍ଡିଆ ଭୂତ ଆସିଲା (୧୯୯୫)
- ତୁମେ ହିଁ ସାଥୀ ମୋର - ଶୂନ୍ଶାନ୍ ରାତି ଶୂନଶାନ୍ ଜ୍ୟୋତ୍ସ୍ନା (୨୦୦୯)
ଆଲବମରେ ଗୀତ ରଚନା
[ସମ୍ପାଦନା]- ରସିଆ ଠାକୁର
- ଆମରି ଅମ୍ବିକା ମା’
- ତୁଳସୀ କର୍ପୁର ଚନ୍ଦନ
- ରିମ୍ଝିମ୍ ବର୍ଷା
- ମୋ ପ୍ରିୟା
- ମାଦଳ ତାଳେ ତାଳେ
- ପିତ୍ତଳ ସିଟି
- ଡାକିନିଅ ପାସେ
- ଭକ୍ତି ପିୟୁଷ ସାଇ ସରଗମ୍
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସିନିୟର ଫେଲୋସିପ - ଭାରତ ସରକାରଙ୍କ ସଂସ୍କୃତି ବିଭାଗ ( ରିସୋର୍ସ ଆଣ୍ଡ ସର୍ଭେ ଅନ୍ ଟ୍ରାଇବଲ୍ ଆଣ୍ଡ ଫକ୍ ଆର୍ଟ ଅଫ୍ ମୟୂରଭଞ୍ଜ )
- ଡିଲିଟ୍ - ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ (୨୦୨୩)
- ଭୂମିପୁତ୍ର ସମ୍ମାନ - ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ
- ଗୀତିକବିତା ସମ୍ମାନ - କଟକ ଉତ୍କଳ ସାହିତ୍ୟ ସମାଜ
- ଫକୀରମୋହନ ଗୀତିଶ୍ରୀ ସମ୍ମାନ - ବାଲେଶ୍ବର ଫକୀରମୋହନ ସାହିତ୍ୟ ପରିଷଦ
- ମୟୂରଭଞ୍ଜ ନାଟ୍ୟ ସଂସଦ ସମ୍ମାନ - ମୟୂରଭଞ୍ଜ ଝାରପୋଖରୀଆ ସୀମାନ୍ତ ମହାବିଦ୍ୟାଳୟ[୧]
ମୃତ୍ୟୁ
[ସମ୍ପାଦନା]ପକ୍ଷାଘାତ ରୋଗରେ ପିଡ଼ିତ ଥାଇ ସେ ୨୦୨୫ ମସିହା ଫେବୃଆରୀ ୪ ତାରିଖରେ ସେ ବାରିପଦାର ଭଞ୍ଜପୁରଠାରେ ଦେହତ୍ୟାଗ କରିଥିଲେ ।[୨][୩]
ଆଧାର
[ସମ୍ପାଦନା]- ↑ Kanta, Surya (5 February 2025). "'ଏଇ ଝୁମା ଝୁମା ଗୋଲାପି ବେଳାରେ' ଗୀତର ସ୍ରଷ୍ଟା: ଆରପାରିରେ ଗୀତିକାର ସଂଗ୍ରାମ ମହାନ୍ତି". Sambad. Retrieved 14 February 2025.
- ↑ "ଆଉ ନାହାନ୍ତି ସଂଗ୍ରାମ ମହାନ୍ତି : ମନେ ରହିବ 'ଏଇ ଝୁମା ଝୁମା ଗୋଲାପି ବେଳାରେ...'". ଆଉ ନାହାନ୍ତି ସଂଗ୍ରାମ ମହାନ୍ତି : ମନେ ରହିବ ‘ଏଇ ଝୁମା ଝୁମା ଗୋଲାପି ବେଳାରେ...’ : Odisha News Lens 4.1. 14 February 2025. Retrieved 14 February 2025.
- ↑ Bureau, OB (4 February 2025). "Odia Lyricist Sangram Mohanty Of 'Jhuma Jhuma Golapi Belare' Fame Passes Away At 78". Odisha Bytes. Retrieved 14 February 2025.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଂଗ୍ରାମ କେଶରୀ ମହାନ୍ତି