Jump to content

ସଂକୀର୍ଣ୍ଣ ମହାଧମନୀ

ଉଇକିପିଡ଼ିଆ‌ରୁ

 

Aortic coarctation , aortic narrowing
Illustration depicting coarctation of the aorta
ବିଭାଗCardiac surgery
ଲକ୍ଷଣNewborn: Trouble breathing, sweating, irritable[]
Later: High blood pressure in arms[]
ଆକ୍ରାନ୍ତ ସମୟPresent at birth, though symptoms may develop later[]
ଅବଧିLife-long[]
କାରଣUnknown[]
ବିପଦ କାରକFamily history, Turner syndrome[]
ରୋଗ ନିର୍ଣ୍ଣୟ ପଦ୍ଧତିBased on blood pressure, confirmed by medical imaging[][]
ସଠିକ ରୋଗ ନିର୍ଣ୍ଣୟMyocarditis, aortic dissection, hypoplastic left heart syndrome, sepsis[]
ଔଷଧProstaglandin E1[]
ଚିକିତ୍ସାSurgery (open or endovascular)[]
ପୁନଃପୌନିକ4 per 10,000[]
Patient UK

ସଂକୀର୍ଣ୍ଣ ମହାଧମନୀ (ଇଂରାଜୀ ଭାଷାରେ Coarctation of the aorta/ CoA, CoAo) ରୋଗରେ ମହାଧମନୀରୁ ବାମ ସବକ୍ଲାଭିଆନ ଧମନୀ ଶାଖା ହୋଇଯିବା ପରେ ପରେ ସଂକୀର୍ଣ୍ଣତା ଦେଖାଯାଏ ।[]ଜନ୍ମ ତୃଟି ଥିଲେ ଜନ୍ମ ହେବାର ୧ ବା ୨ ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନଥାଇପାରେ ଓ ଲକ୍ଷଣ ଆରମ୍ଭ ହେଲେ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ ଓ ପରବର୍ତ୍ତୀ କାଳରେ ଉଚ୍ଚ ରକ୍ତଚାପ ହୋଇପାରେ । [] [] ବିନା ଚିକିତ୍ସାରେ କରୋନାରୀ ଧମନୀ ରୋଗ, ଆଓର୍ଟିକ ଧମନୀ ରୋଗ, ଆଓର୍ଟିକ ଆନିଉରିଜ୍ମ, ହୃଦ୍‌ପାତ ଏବଂ ମସ୍ତିଷ୍କ ଧମନୀ ରୋଗ ହୋଇପାରେ ।[] []

ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି। [] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଟର୍ନର ସିଣ୍ଡ୍ରୋମ ଥାଏ | [] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ଡକ୍ଟସ ଆର୍ଟେରିଓସିସ ବନ୍ଦ ହେବାର ସମ୍ପର୍କ ଥାଏ ଯାହା ଲିଗାମେଣ୍ଟମ ଆର୍ଟେରିଓସମ ହୋଇଯାଏ । [] ସମସ୍ତ ଚାରି ଅଙ୍ଗର ରକ୍ତଚାପ ଯାଞ୍ଚ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଓ ମେଡିକାଲ ଇମେଜିଙ୍ଗ କରି ନିଶ୍ଚିତ କରାଯାଇଥାଏ। [] []

ନବଜାତ ଶିଶୁମାନଙ୍କଠାରେ ଅବସ୍ଥାକୁ ସାମୟିକ ଭାବରେ ନିୟନ୍ତ୍ରିତ କରିବା ପାଇଁ ପ୍ରୋଷ୍ଟାଗ୍ଲାଡିନ୍ ଏ୧ ବ୍ୟବହୃତ କରାଯାଇପାରେ | [] ଖୋଲା କିମ୍ବା ରକ୍ତନଳୀ ମାଧ୍ୟମରେ ଅସ୍ତ୍ରୋପଚାର କରାଯାଇପାରେ। [] ରକ୍ତଚାପ ପରିଚାଳନା ପାଇଁ ଔଷଧ ଆବଶ୍ୟକ ହୋଇପାରେ। [] ଅସ୍ତ୍ରୋପଚାର ପରେ ପୁନର୍ବାର ଘଟିବାର ଆଶଙ୍କା ଅଛି | [] ପ୍ରାୟ ୧୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କର ଏହି ରୋଗ ହେବା ସମ୍ଭାବନା ଥାଏ । ଏହି ରୋଗ ୧୭୬୦ ମସିହାରେ ପ୍ରଥମେ ଜିଓଭାନି ବାଟିଷ୍ଟା ମୋର୍ଗାଗ୍ନି ବର୍ଣ୍ଣନା କରିଥିଲେ ।[]

  1. 1 2 3 4 5 6 7 8 9 "Congenital Heart Defects - Facts about Coarctation of the Aorta | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 22 November 2019. Retrieved 20 January 2021.
  2. 1 2 3 4 5 6 7 8 9 10 11 12 13 14 15 16 17 Law, MA; Tivakaran, VS (January 2020). "Coarctation of the Aorta". PMID 28613663. {{cite journal}}: Cite journal requires |journal= (help)
  3. Yeh, Doreen DeFaria; Bhatt, Ami (2018). Adult Congenital Heart Disease in Clinical Practice (in ଇଂରାଜୀ). Springer. p. 218. ISBN 978-3-319-67420-9.