ସଂକୀର୍ଣ୍ଣ ମହାଧମନୀ

ଉଇକିପିଡ଼ିଆ‌ରୁ

 

Aortic coarctation , aortic narrowing
Illustration depicting coarctation of the aorta
ବିଭାଗCardiac surgery
ଲକ୍ଷଣNewborn: Trouble breathing, sweating, irritable[୧]
Later: High blood pressure in arms[୧]
ଆକ୍ରାନ୍ତ ସମୟPresent at birth, though symptoms may develop later[୧]
ଅବଧିLife-long[୨]
କାରଣUnknown[୨]
ବିପଦ କାରକFamily history, Turner syndrome[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on blood pressure, confirmed by medical imaging[୨][୧]
ସଠିକ ରୋଗ ନିର୍ଣ୍ଣୟMyocarditis, aortic dissection, hypoplastic left heart syndrome, sepsis[୨]
ଔଷଧProstaglandin E1[୨]
ଚିକିତ୍ସାSurgery (open or endovascular)[୨]
ପୁନଃପୌନିକ4 per 10,000[୧]

ସଂକୀର୍ଣ୍ଣ ମହାଧମନୀ (ଇଂରାଜୀ ଭାଷାରେ Coarctation of the aorta/ CoA, CoAo) ରୋଗରେ ମହାଧମନୀରୁ ବାମ ସବକ୍ଲାଭିଆନ ଧମନୀ ଶାଖା ହୋଇଯିବା ପରେ ପରେ ସଂକୀର୍ଣ୍ଣତା ଦେଖାଯାଏ ।[୨]ଜନ୍ମ ତୃଟି ଥିଲେ ଜନ୍ମ ହେବାର ୧ ବା ୨ ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନଥାଇପାରେ ଓ ଲକ୍ଷଣ ଆରମ୍ଭ ହେଲେ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ ଓ ପରବର୍ତ୍ତୀ କାଳରେ ଉଚ୍ଚ ରକ୍ତଚାପ ହୋଇପାରେ । [୨] [୧] ବିନା ଚିକିତ୍ସାରେ କରୋନାରୀ ଧମନୀ ରୋଗ, ଆଓର୍ଟିକ ଧମନୀ ରୋଗ, ଆଓର୍ଟିକ ଆନିଉରିଜ୍ମ, ହୃଦ୍‌ପାତ ଏବଂ ମସ୍ତିଷ୍କ ଧମନୀ ରୋଗ ହୋଇପାରେ ।[୨] [୧]

ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି। [୨] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଟର୍ନର ସିଣ୍ଡ୍ରୋମ ଥାଏ | [୨] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ଡକ୍ଟସ ଆର୍ଟେରିଓସିସ ବନ୍ଦ ହେବାର ସମ୍ପର୍କ ଥାଏ ଯାହା ଲିଗାମେଣ୍ଟମ ଆର୍ଟେରିଓସମ ହୋଇଯାଏ । [୨] ସମସ୍ତ ଚାରି ଅଙ୍ଗର ରକ୍ତଚାପ ଯାଞ୍ଚ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଓ ମେଡିକାଲ ଇମେଜିଙ୍ଗ କରି ନିଶ୍ଚିତ କରାଯାଇଥାଏ। [୨] [୧]

ନବଜାତ ଶିଶୁମାନଙ୍କଠାରେ ଅବସ୍ଥାକୁ ସାମୟିକ ଭାବରେ ନିୟନ୍ତ୍ରିତ କରିବା ପାଇଁ ପ୍ରୋଷ୍ଟାଗ୍ଲାଡିନ୍ ଏ୧ ବ୍ୟବହୃତ କରାଯାଇପାରେ | [୨] ଖୋଲା କିମ୍ବା ରକ୍ତନଳୀ ମାଧ୍ୟମରେ ଅସ୍ତ୍ରୋପଚାର କରାଯାଇପାରେ। [୨] ରକ୍ତଚାପ ପରିଚାଳନା ପାଇଁ ଔଷଧ ଆବଶ୍ୟକ ହୋଇପାରେ। [୧] ଅସ୍ତ୍ରୋପଚାର ପରେ ପୁନର୍ବାର ଘଟିବାର ଆଶଙ୍କା ଅଛି | [୨] ପ୍ରାୟ ୧୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କର ଏହି ରୋଗ ହେବା ସମ୍ଭାବନା ଥାଏ । ଏହି ରୋଗ ୧୭୬୦ ମସିହାରେ ପ୍ରଥମେ ଜିଓଭାନି ବାଟିଷ୍ଟା ମୋର୍ଗାଗ୍ନି ବର୍ଣ୍ଣନା କରିଥିଲେ ।[୩]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Congenital Heart Defects - Facts about Coarctation of the Aorta | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 22 November 2019. Retrieved 20 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Law, MA; Tivakaran, VS (January 2020). "Coarctation of the Aorta". PMID 28613663. {{cite journal}}: Cite journal requires |journal= (help)
  3. Yeh, Doreen DeFaria; Bhatt, Ami (2018). Adult Congenital Heart Disease in Clinical Practice (in ଇଂରାଜୀ). Springer. p. 218. ISBN 978-3-319-67420-9.