ଶ୍ୟାମ ସୁନ୍ଦର ବେସ୍ରା
ଶ୍ୟାମ ସୁନ୍ଦର ବେସ୍ରା | |
|---|---|
| ଜନ୍ମ | ୧୨ ଫେବୃଆରୀ ୧୯୬୧ |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | Jiwirarec |
| ଶିକ୍ଷା | MA in Hindi Literature |
| ଶିକ୍ଷାନୁଷ୍ଠାନ | Burdwan University |
| ବୃତ୍ତି(ସମୂହ) | ଲେଖକ, ସରକାରୀ କର୍ମଚାରୀ |
| ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର (ସାନ୍ତାଳୀ) (2018) |
ଶ୍ୟାମ ସୁନ୍ଦର ବେସ୍ରା (ଜନ୍ମ ୧୨ ଫେବୃଆରୀ ୧୯୬୧) ଜଣେ ହିନ୍ଦୀ ଓ ସାନ୍ତାଳୀ ଭାଷାର ଔପନ୍ୟାସିକ । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ସେ ୨୦୧୮ରେ ପ୍ରତିଷ୍ଠିତ ସାହିତ୍ୟ ଅକାଦେମି ପୁରସ୍କାର ଜିତିଥିଲେ। ସାନ୍ତାଳ ପ୍ରଗଣାର ସାମାଜିକ, ଆର୍ଥିକ, ପ୍ରାକୃତିକ ଏବଂ ରାଜନୈତିକ ସ୍ଥିତି ଉପରେ ଏହି ଉପନ୍ୟାସ ଆଧାରିତ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବେସ୍ରାଙ୍କ ଜନ୍ମ ୧୨ ଫେବୃଆରୀ ୧୯୬୧ରେ ପଶ୍ଚିମ ବଙ୍ଗର ପୁରୁଲିଆ ଜିଲ୍ଲାର ରାମକନାଲିରେ ହୋଇଥିଲା । ତେବେ ତାଙ୍କର ମୂଳ ଗାଁ ଗୋଡ୍ଡାରେ ଅବସ୍ଥିତ । ସେ ୧୯୮୭ରେ ହିନ୍ଦୀ ସାହିତ୍ୟ ଓ ସାନ୍ତାଳୀରେ ଏମ୍.ଏ. ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ସେ ପୂର୍ବ ରେଳ ବିଭାଗର ଆସନସୋଲ ଡିଭିଜନର ମୁଖ୍ୟ ଟିକେଟ୍ ପରୀକ୍ଷକ ଭାବେ କାର୍ଯ୍ୟରତ ।
ସାହିତ୍ୟିକ କୃତି
[ସମ୍ପାଦନା]ବେସ୍ରାଙ୍କୁ ୨୦୧୮ରେ ତାଙ୍କ ଉପନ୍ୟାସ ମାରୋମ୍ ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ଦିଆଯାଇଥିଲା ।[୧] ତାଙ୍କର ଅନ୍ୟ ମୁଖ୍ୟ ସାହିତ୍ୟ କୃତିଗୁଡ଼ିକ ହେଲା — ଦୁଲ୍ଲାର ଖାତିର୍, ଡାମିନ୍ ରେୟାକ୍ ଯୁଦାସି କାହାନି କୋ, ଓ ଡାମିନ୍ କୁଲି, ଯାହା ମଧ୍ୟରୁ ଦୁଇଟି ସିଦୋ କାନ୍ହୁ ମୁର୍ମୁ ବିଶ୍ୱବିଦ୍ୟାଳୟର ପୋଷ୍ଟଗ୍ରାଜୁଏଟ୍ କୋର୍ସର ସିଲାବସ୍ରେ ଅନ୍ତର୍ଭୁକ୍ତ । ବେସ୍ରା ଆକାଶବାଣୀ ଭାଗଲପୁର, ରାଞ୍ଚୀ ଓ କୋଲକାତା ସହିତ ଜଡିତ ଥିଲେ । ସେ ନୂତନ ଦିଲ୍ଲୀର ସାନ୍ତାଳୀ ସାହିତ୍ୟ ଅକାଦେମିରେ ପାଞ୍ଚ ବର୍ଷ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ କାମ କରିଥିଲେ । ଶ୍ରୀ ବେସ୍ରା ଜି.ବି. ରାରେକ ନାମରେ ସାନ୍ତାଳୀ ଭାଷାରେ ଲେଖୁଥିବା ବେଳେ ସାନ୍ତାଳୀ ପ୍ରଗାଞ୍ଜି ନାମରେ ହିନ୍ଦୀ ଭାଷାରେ ଲେଖୁଛନ୍ତି ।[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ସେ ରାଜ୍ୟ ସ୍ତରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ୧୯୯୨ରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଡକ୍ଟର ଆମ୍ବେଦକର ଫେଲୋସିପ୍ ପାଇଛନ୍ତି ।
- ଡା. ଆମ୍ବେଡକର ଫେଲୋଶିପ୍ ପୁରସ୍କାର – ୧୯୯୨
- ସମ୍ମାନ୍ଵୟେ ଶ୍ରୀ – ୨୦୦୪
- ରାଷ୍ଟ୍ରୀୟ ଶିଖର ସମ୍ମାନ – ୨୦୧୪
- ସାହିତ୍ୟ ଅକାଦେମି – ୨୦୧୮[୩]
ଅଧାର
[ସମ୍ପାଦନା]- ↑ "Railways Ticket Inspector Conferred Sahitya Akademi Award". www.ndtv.com (in ଇଂରାଜୀ). Retrieved 2025-04-10.
- ↑ "ରେଳ ମନ୍ତ୍ରଣାଳୟ". pib.gov.in. Retrieved 10 April 2025.
- ↑ "..:: SAHITYA : Akademi Awards ::." sahitya-akademi.gov.in. Retrieved 2025-04-10.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |