ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ

ଉଇକିପିଡ଼ିଆ‌ରୁ
ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ
Sowdeswari amman
ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ
ଶ୍ରୀ ସୋଦେଶ୍ୱରୀ ଦେବୀ
ଦେବାଙ୍ଗ ଜାତୀର ଲୋକଙ୍କର କୁଳଦେବୀ
AffiliationDevi
Mantra Oṃ Eesa Pathni sa Vithmahey Simha Twajaya dhimahi Thannoh Sowdi prachodayāt (for Ramalinga Sowdeswari Amman) Om Sri Sri Sri Viraat Rupaya Mahamardini Tanno Chowdeshwari Prachodayat (for Chowdeshwari devi)
Weaponତ୍ରିଶୂଳ
ସ୍ୱାମୀ/ସ୍ତ୍ରୀରାମଲିଙ୍ଗେଶ୍ୱର ଆକୃତିରେ ଶିବ
Mountସିଂହ (Dawon)

ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ (ଇଂରାଜୀ ଭାଷାରେ Sri Ramalinga Sowdeswari Amman) ଜଣେ ହିନ୍ଦୁ ଦେବୀ, ଅନ୍ୟ ନାମ ଶ୍ରୀ ଚୌଡ଼େଶ୍ୱରୀ ଦେବୀ, (ହିନ୍ଦୀ: श्री रामलिंग चौडेस्वरी माता, Tamil : ஸ்ரீ ராமலிங்கசௌடேஸ்வரிஅம்மன், Malayalam :ശ്രീ രാമലിംഗ ചൌഡേശ്വരി അമ്മൻ, Kannada : ಶ್ರೀ ರಾಮಲಿಂಗ ಚೌಡೆಸ್ವಾರಿ ದೇವಿ, Telugu: శ్రీ రామలింగ చౌదెస్వరి దేవి)। ଏହି ଶ୍ରୀ ଚୌଡ଼େଶ୍ୱରୀ ଦେବୀ ବା ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ ଦେବୀଙ୍କର ତିନି ଆକାରରେ ପୂଜା କରାଯାଏ: ଶକ୍ତି, ଚାମୁଣ୍ଡା ଓ ଜ୍ୟୋତି । ତାଙ୍କର ଅନ୍ୟ ଦୁଇ ନାମ ଯଥାକ୍ରମେ ବନଶଙ୍କରୀ ଓ ସୁଦାମ୍ବିଗାଇ । ଦେବାଙ୍ଗ ଜାତିର ଲୋକଙ୍କର ସେ କୁଳଦେବୀ ।[୧]

ଇତିହାସ[ସମ୍ପାଦନା]

ବେବାଙ୍ଗ ପୁରାଣ ଅନୁସାରେ ଦେବାଙ୍ଗ ଜାତି ଋଷି ଦେବଳଙ୍କଠାରୁ (Devala) ସୃଷ୍ଟି ହୋଇଛି ।[୨] ସେ ଶିବଙ୍କର ତୃତୀୟ ନୟନରୁ ବାହାରିଥିଲେ (ଅନ୍ୟ ମତରେ ହୃତ୍‌ପିଣ୍ଡରୁ) ଓ ଲୁଗାବୁଣା ତ‌ଥା ଲୁଗା ସୃଷ୍ଟି କରିବା ନିମନ୍ତେ ତାଙ୍କର ଜନ୍ମ ହୋଇଥିଲା । ଭଗବାନ ବିଷ୍ଣୁଙ୍କର ନାଭି କମଳରୁ ସେ ସୁତା ସଂଗ୍ରହ କରି ଫେରିବା ବେଳେ ବଜ୍ରମୁଷ୍ଠି, ଧୁମ୍ରବକ୍ର, ଚିତ୍ରସେନ, ପଞ୍ଚସେନା ଓ ଧୂମ୍ରାତଚାସ ନାମକ ପାଞ୍ଚ ଅସୁର ତାଙ୍କୁ ଆକ୍ରମଣ କଲେ । ଅନ୍ଧକାର ରାତ୍ରୀରେ ଅସୁରଙ୍କର ବଳ ବ‌ହୁତ ଅଧିକ ହୋଇଯାଏ । ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ପେଶୀ ଅସୁରମାନଙ୍କୁ ଆକ୍ରମଣ କଲେ ମଧ୍ୟ ସେ ଅସଫଳ ହେବାରରୁ ଶକ୍ତିଙ୍କୁ ନିଜ ସୁରକ୍ଷା ନିମନ୍ତେ ପ୍ରାର୍ଥନା କଲେ । ଉଜ୍ଜ୍ୱଳ ମୁକୁଟ ପିନ୍ଧି, ହାତରେ ତ୍ରିଶୂଳ ଧରି ସିଂହ ଉପରେ ଉପବେଶନ କରି ଦେବୀଙ୍କର ଆବିର୍ଭାବ ହେଲା ଓ ସେ ସବୁ ଅସୁରମାନଙ୍କୁ ମାରିଦେଲେ । ଅସୁରମାନଙ୍କର ରକ୍ତର ରଙ୍ଗ ଲାଲ, ଧଳା, କଳା, ହଳଦିଆ ଓ ସବୁଜ ଥିଲା । ସେ ସୁତାଗୁଡ଼ିକୁ ଅସୁରମାନଙ୍କର ରକ୍ତରେ ଭିଜେଇ ଦେଲେ । ସେଦେଶ୍ୱରୀ ଦବଳଙ୍କୁ ଉପଦେଶ ଦେଇ ତାଙ୍କର ଅମାବାସ୍ୟା ଦିନ ପୂଜା କରିବାକୁ କ‌ହିଲେ । ସେହିଠାରୁ ଦେବୀଙ୍କର ନାମ ସୋଦେଶ୍ୱରୀ ଆମ୍ମାଁ ଓ ଚୌଡ଼େଶ୍ୱରୀ ନାମ ରଖାଗଲା ।[୩]

ହିମାଳୟର ଦକ୍ଷିଣକୁ ଯାଇ ଦେବଳ ସଗର ରାଜ୍ୟ ସ୍ଥାପନ କରିଥିଲେ ଓ ଏହାର ରାଜଧାନୀର ନାମ ଅମୋଧ ରଖିଥିଲେ । ସେ ନୂଆ ଲୁଗା ବୁଣି ସମସ୍ଥଙ୍କୁ ପିନ୍ଧିବାକୁ ଦେଲେ । ତ୍ରିମୁର୍ତ୍ତୀ, ତ୍ରିଦେବ, ଦେବ, ଅସୁର, ଗନ୍ଧର୍ବ, କିନ୍ନର ଓ ମାନବ ଆଦି ସମସ୍ତେ ଲୁଗା ଆଣିଲେ । ଦେବଙ୍କର ଦେହକୁ ଆବୃତ କରିବାକୁ ଲୁଗା ଦେଇଥିବାରୁ ତାଙ୍କ ଜାତିର ଲୋକଙ୍କୁ ଦେବାଙ୍ଗ କୁହାଗଲା । ସୁର୍ଯ୍ୟଦେବଙ୍କର ଭଗିନୀ ଦେବାଧୁତ୍ତା, ଆଦି ଶେଷଙ୍କର କନ୍ୟା ଚନ୍ଦ୍ରରେକାଙ୍କୁ ବିବାହ କରିବାରୁ ଦେବାଙ୍ଗ ଲୋକଙ୍କୁ ସେଦାର/ଜେନ୍ଦାର ମଧ୍ୟ କୁହାଯାଏ ଓ ଅସୁର ବକ୍ରଥଣ୍ଟର କନ୍ୟା ଅଗ୍ନିଧୁତ୍ତାଙ୍କୁ ମଧ୍ୟ ସେ ବିବାହ କରିଥିଲେ । ଦେବଳଙ୍କର ଅନୁଗାମୀମାନଙ୍କୁ ଦେବାଙ୍ଗ ବା ଦେବଙ୍ଗର କୁହାଯାଏ । [୪]

ଚୌଡ଼େଶ୍ୱରୀ ଓ ରାମଲିଙ୍ଗ ସୋଦେଶ୍ୱରୀ[ସମ୍ପାଦନା]

ଦେବାଙ୍ଗ ଲୋକମାନେ ପ୍ରଥମେ ଶକ୍ତିଙ୍କ ଆରାଧନା କରୁଥିଲେ ଓ ଚୌଡ଼େଶ୍ୱରୀ ରୁପରେ ପୂଜା କରୁଥିଲେ । ରାଜା ଦେବଦାସ ଏକ ମନ୍ଦିର ତୋଳାଇ ଭଗବାନ ଶିବଙ୍କୁ ରାମଲିଙ୍ଗେଶ୍ୱର ଓ ପାର୍ବତୀଙ୍କୁ ସୋଦେଶ୍ୱରୀ ରୁପରେ ଶ୍ରୀଶୈଳମ୍ ମନ୍ଦିରରୁ ଆସିବାକୁ ପ୍ରାର୍ଥନା କଲେ । ଏହା ପରେ ସେମାନେ ହିନ୍ଦୁ ପରମ୍ପରାରେ ଚୌଡ଼େଶ୍ୱରୀ, ରାମ ଧନୁ ଓ ଶିବଲିଙ୍ଗଙ୍କୁ ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ ନାମରେ ପୂଜା କରିବାକୁ ଲାଗିଲେ । ସାଧାରଣତଃ ବେବାଙ୍ଗ ଲୋକମାନେ ତାଙ୍କୁ ଚୌଡ଼େଶ୍ୱରୀ ଦେବୀ, ଶ୍ରୀ ରାମଲିଙ୍ଗ ସୋଦେଶ୍ୱରୀ ଆମ୍ମାଁ ଓ ଅନ୍ୟ କେତେକ ନାମରେ ପୂଜା କରନ୍ତି । [୫] ନେପାଳି ଦେବାଙ୍ଗ ଲୋକମାନେ ତାଙ୍କୁ କୋମଳାଙ୍ଗୀ ଦେବୀ ନାମରେ ପୂଜା କରନ୍ତି ।

ଆଧାର[ସମ୍ପାଦନା]

  1. "MGR magic still spins votes from Coimbatore weavers". The Times of India. Retrieved 2018-11-25.
  2. "Devanga Purana - தேவாங்க புராணம் - Devalar - Devala Maharishi". Devangakula.org. Archived from the original on 13 June 2019. Retrieved 14 June 2019.
  3. "speciality of Aashada New Moon Day - ஆடி அமாவாசை சிறப்பு". Devangakula.org. Archived from the original on 23 June 2019. Retrieved 14 June 2019.
  4. "Devala munivar and avatars - தேவல முனிவரும் அவதாரங்களும்". Devangakula.org. Archived from the original on 13 June 2019. Retrieved 14 June 2019.
  5. "Erikarai Sri Ramalinga Sowdeswari Amman Jalakandapuram". Sites.google.com.