ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)
| ଶ୍ରୀ ଜଗନ୍ନାଥ | |
|---|---|
| ନିର୍ଦ୍ଦେଶକ | ବିଜୟ ଭାସ୍କର |
| ପ୍ରଯୋଜକ | କ୍ରାନ୍ତି କୁମାର |
| ଚିତ୍ରନାଟ୍ୟ | ବିଜୟ ମିଶ୍ର |
| କଳାକାର | ଚକ୍ରପାଣୀ ଝରଣା ଦାସ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ପୀର ମିଶ୍ର ମାମିନା ମୁନିଶ୍ରୀ ନିତ୍ୟାନନ୍ଦ ମିଶ୍ର କେଦାର ଗୁରୁ |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
| ଚିତ୍ରଗ୍ରହଣ | ଟି.ଏଚ୍. ରାମାରାଓ |
ମୁକ୍ତିଲାଭ ତାରିଖ | ୧୪ ସେପ୍ଟେମ୍ବର ୧୯୭୯ |
| ଦେଶ | |
| ଭାଷା | ଓଡ଼ିଆ |
ଶ୍ରୀ ଜଗନ୍ନାଥ, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରାନ୍ତି କୁମାର । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ଭାସ୍କର କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଚକ୍ରପାଣୀ, ଝରଣା ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ପୀର ମିଶ୍ର, ମାମିନା, ମୁନିଶ୍ରୀ, ନିତ୍ୟାନନ୍ଦ ମିଶ୍ର, କେଦାର ଗୁରୁ, ବିରେନ୍ଦ୍ର ମହାନ୍ତି, ଧୀରେନ ଦାସ, ସରୋଜ ଦାସ, ଲୁନା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଚକ୍ରପାଣୀ - ବିଦ୍ୟାପତି
- ଝରଣା ଦାସ - ରାଣୀ ଗୁଣ୍ଡିଚା
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ - ଶକ୍ତିଧର
- ପୀର ମିଶ୍ର
- ମାମିନା - ଲଳିତାର ସାଙ୍ଗ
- ମୁନିଶ୍ରୀ - ଲଳିତା
- ନିତ୍ୟାନନ୍ଦ ମିଶ୍ର - ବିଶ୍ୱାବସୁ
- କେଦାର ଗୁରୁ - ରାଜା ଇନ୍ଦ୍ରଦ୍ୟୁମ୍ନ
- ବିରେନ୍ଦ୍ର ମହାନ୍ତି
- ଧୀରେନ ଦାସ - ଗାଲମାଧବ
- ସରୋଜ ଦାସ
- ଲୁନା ମହାପାତ୍ର - କାଳିଆ
କାହାଣୀ
[ସମ୍ପାଦନା]ଏହି କଥାଚିତ୍ରଟି ନୀଳକନ୍ଦରରେ ନୀଳମାଧବଙ୍କୁ ଠାବ କରିବା, ଲଳିତା ସହ ବିଦ୍ୟାପତିଙ୍କର ଭେଟ, ବିଶ୍ୱାବସୁଙ୍କଦ୍ୱାରା ବିଦ୍ୟାପତିଙ୍କର ନୀଳମାଧବ ଦର୍ଶନ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଆଦି ବିଷୟକୁ ନେଇ ନିର୍ମିତ ହୋଇଥିଲା ।
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ବିନୋଦିନୀ ଦେବୀ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀ ଜଗନ୍ନାଥ