ଶ୍ରୀଲଙ୍କାର ସ୍ଵାଧୀନତା ସଂଗ୍ରାମ

ଉଇକିପିଡ଼ିଆ ରୁ
Jump to navigation Jump to search

ଶ୍ରୀଲଙ୍କାର ସ୍ୱାଧୀନତା ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ରାଜନୈତିକ ଆନ୍ଦୋଳନ ଥିଲା ଯାହା ବ୍ରିଟିଶ ସାମ୍ରାଜ୍ୟରୁ ଶ୍ରୀଲଙ୍କା (ତତ୍କାଳୀନ ବ୍ରିଟିଶ ସିଲୋନ୍ ଦେଶ) ପାଇଁ ସ୍ୱାଧୀନତା ତଥା ଆତ୍ମ-ଶାସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା । ୪୦୦ ବର୍ଷ ଧରି ଚାଲିଥିବା ବ୍ରିଟିଶ ପ୍ରଶାସନରୁ ସିଲୋନ୍ ପ୍ରତିନିଧୀଙ୍କ ନିକଟକୁ ରାଜନୈତିକ କ୍ଷମତାର ହସ୍ତାନ୍ତର ଏକ୍ ଶାନ୍ତିପୂର୍ଣ୍ଣ ଭାବରେ ଶକ୍ତି ହସ୍ତାନ୍ତର ଭାବରେ ଜଣାଶୁଣା ଥିଲା ।[୧] ଏହି ଆନ୍ଦୋଳନ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟତ ଶିକ୍ଷିତ ମଧ୍ୟବିତ୍ତଙ୍କଦ୍ୱାରା ପରିଚାଳିତ ହୋଇଥିଲା । ଏହା ସଫଳ ହେବା ସହ ୪ ଫେବୃଆରୀ ୧୯୪୮ ରେ, ସିଲୋନ୍‌କୁ "ଡୋମିନିଅନ୍ ଅଫ୍ ସିଲୋନ୍" ଭାବରେ ଡୋମିନିୟମ ସ୍ଥିତି ସହ ସ୍ୱାଧୀନତା ପ୍ରଦାନ କରାଯାଇଥିଲା । ବ୍ରିଟିଶ କମନୱେଲଥ ମଧ୍ୟରେ ଏହାର ଡୋମିନିଅନ ସ୍ଥିତି ପରବର୍ତ୍ତୀ ୨୪ ବର୍ଷ ପାଇଁ ୨୨ ମେ ୧୯୭୨ ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ୟା ପରେ ଏହା ଏକ ଗଣତନ୍ତ୍ର ହୋଇଗଲା ଏବଂ ଏହାର ନାମ ଶ୍ରୀଲଙ୍କା ଗଣତନ୍ତ୍ର ବା ଶ୍ରୀଲଙ୍କା ହେଲା ।

ସ୍ୱାଧୀନ ଶ୍ରୀଲଙ୍କାର ପ୍ରଥମ ପାର୍ଲିଆମେଣ୍ଟ

ଇତିହାସ[ସମ୍ପାଦନା]

ଆସେୟି ଯୁଦ୍ଧ ଏବଂ ପରବର୍ତ୍ତୀ ସମୟର ୱାଟରଲୁ ଯୁଦ୍ଧ ପରେ ବ୍ରିଟିଶ ରାଜ ଏସିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଭାରତ, ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାରେ ବିପର୍ଯ୍ୟୟ ଯୋଗୁଁ ଏହାର ପ୍ରତିଷ୍ଠା କେବଳ କିଛିମାତ୍ରାରେ ହ୍ରାସ ପାଇଲା । ୧୯୧୪ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ନିରଙ୍କୁଶ ରହିଥିଲା । ଶ୍ରୀଲଙ୍କାରେ ଶାସନ ସମୟରେ ବ୍ରିଟିଶମାନେ ବହୁତ ଶକ୍ତିଶାଳୀ ଥିଲେ ଏବଂ ଅନ୍ୟ କୌଣସି ଶକ୍ତି ଅପେକ୍ଷା ଅଧିକ ସ୍ଥାୟୀ ପ୍ରଭାବ ବିସ୍ତାର କରିପାରିଥିଲେ ।

୧୮୧୭ ମସିହାରେ ଉଭା ୱେଲେସା ବିଦ୍ରୋହ ସହିତ ବ୍ରିଟିଶ କଲୋନୀ ଶକ୍ତି ବିରୁଦ୍ଧରେ ଶ୍ରୀଲଙ୍କାର ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା । ଏହି ବିଦ୍ରୋହ ବିଫଳ ହେଲା । ୧୮୩୦ ମସିହାରେ ପୁନର୍ବାର ବିଦ୍ରୋହର ପ୍ରୟାସ ଆରମ୍ଭ ହୋଇଥିଲା । ଅନ୍ୟ ଏକ ଘଟଣାକ୍ରମରେ ବ୍ରିଟିଶ ସରକାର ୧୮୪୦ର କ୍ରାଉନ୍ ଲ୍ୟାଣ୍ଡସ୍ (ଏନକ୍ରାଚମେଣ୍ଟସ୍) ଅର୍ଡିନାନ୍ସ ସଂଖ୍ୟା ୧୨ଦ୍ୱାରା କାଣ୍ଡି ଏବଂ ସଂହଳୀ କୃଷକମାନଙ୍କର ଜମି ଛଡ଼ାଇ ନେଇଥିଲେ ।

୧୮୪୮ର ମାତାଲେ ବିଦ୍ରୋହର ନେତୃତ୍ୱ ନେଇଥିଲେ ପାରନାଗାମା ନିଲାମେ, ସ୍ୱର୍ଣ୍ଣପାଳୀ ପାରନାଗାମା କୁମାରିହାମୀ (ପାରନାଗାମା ନିଲାମଙ୍କ ଝିଅ), ସୁରିୟାବନ୍ଦରା ନିଲାମ (ପୁଅ), ଗୋଙ୍ଗାଲେଗୋଡା ବୃନ୍ଦା, ଡାଇନସ୍, ଡିଙ୍ଗି ରାଲା ଏବଂ ମାତାଲେର ଗାଁ ମୁଖିଆମାନେ । ମୁଖ୍ୟତଃ ଏହା ବ୍ରିଟିସ କଲୋନିଅଲ ସରକାର ବିରୁଦ୍ଧରେ ସିଲୋନ କୃଷକ ମାନଙ୍କର ବିଦ୍ରୋହ ଥିଲା । ନେତୃତ୍ୱ ପ୍ରଥମ ଥର ପାଇଁ କାଣ୍ଡିଆନ୍ ପ୍ରଦେଶରେ ସାଧାରଣ ଲୋକ ହାତକୁ ଗଲା । ଦକ୍ଷ ନେତୃତ୍ୱର ଅଭାବରେ ସଂଗ୍ରାମକୁ ଆଗେଇ ନେବା ଏବଂ ଏହାକୁ କ୍ଷମତାକୁ ଆଣିବାରେ ସକ୍ଷମ ଏହି ବିଦ୍ରୋହ ସକ୍ଷମ ହୋଇପାରିନା ନାହିଁ ।

କୃଷି ତଥା ଅର୍ଥନିତୀର ପ୍ରଭାବ[ସମ୍ପାଦନା]

ଅର୍ଥନୀତି ତଥା ବୈଦେଶିକ ମୁଦ୍ରା ପାଇଁ ରାଜସ୍ୱର ମୁଖ୍ୟ ଉତ୍ସ ଥିଲା କୃଷି । ଶ୍ରୀଲଙ୍କାରେ କୃଷି ଉତ୍ପନ୍ନକାରୀ ଏହି ଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ବିଭିନ୍ନ ଦେଶ ମଧ୍ୟରେ ଅନେକ ଯୁଦ୍ଧର କାରଣ ହୋଇଅଛି । ୧୮୩୦ ଦଶକରେ ଶ୍ରୀଲଙ୍କାରେ କଫିଚାଷ ଆରମ୍ଭ ହୋଇଥିଲା, କୃଷକ ମାନଙ୍କ ଠାରୁ ନିଆଯାଇଥିବା ଉଚ୍ଚଭୂମିରେ ଏହି ଫସଲ ଭଲ ଅମଳ ଦେଇଥିଲା । ଶ୍ରୀଲଙ୍କାରେ ପୁଞ୍ଜିବାଦ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବାର ଏକ ମୁଖ୍ୟ କାରଣ ଥିଲା ୱେଷ୍ଟଇଣ୍ଡିଜରେ ଦାସତ୍ୱ ପ୍ରଥା ରଦ୍ଦ ହେବା ପରେ ସେଠାରେ କଫି ଉତ୍ପାଦନରେ ହ୍ରାସ ।

ଅବଶ୍ୟ, ବିତାଡିତ କୃଷକମାନେ କଫି ଚାଷରେ ନିୟୋଜିତ ହୋଇନଥିଲେ: କାଣ୍ଡିଆନ୍ ସିଂହଳୀ ଗ୍ରାମବାସୀମାନେ ସେମାନଙ୍କର ପାରମ୍ପାରିକ ଜମି ଛାଡି ସେଭଳି କଠିନ ପରିସ୍ଥିତିରେ ମୁଲିଆ ଭାବେ କାମ କରିବାକୁ ମନା କରିଦେଇଥିଲେ । ତେଣୁ ବ୍ରିଟିଶମାନେ ଭାରତରେ ବାଧ୍ୟ ହୋଇ କଫିଶିଳ୍ପ ପାଇଁ ଦକ୍ଷିଣ ଭାରତରୁ ଶହ ଶହ ତାମିଲ 'କୁଲି'କୁ ଶ୍ରୀଲଙ୍କାକୁ ପରିବହନ କରି ଚୁକ୍ତିଭିତ୍ତିକ ଶ୍ରମର ଏକ କୁଖ୍ୟାତ ପ୍ରଣାଳୀ ପ୍ରତିଷ୍ଠା କରିଥିଲେ । ପରିଣାମ ସ୍ୱରୂପ ଯାତ୍ରା ସମୟରେ ଏବଂ ବୃକ୍ଷରୋପଣରେ ଶହ ଶହ ତାମିଲ ଶ୍ରମିକ ମୃତ୍ୟୁ ବରଣ କରିଥିଲେ ।

୧୮୭୦ ଦଶକରେ କଫି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିଲା । କିନ୍ତୁ ଏହା ସୃଷ୍ଟି କରିଥିବା ଅର୍ଥନୈତିକ ବ୍ୟବସ୍ଥା ଏହାର ଉତ୍ତରାଧିକାରୀ ଚା’ର ଯୁଗରେ ଅକ୍ଷୁର୍ଣ୍ଣ ରହିଥିଲା, ଯାହା ୧୮୮୦ ପରଠାରୁ ବ୍ୟାପକ ପରିମାଣରେ ପ୍ରଚଳିତ ହୋଇଥିଲା । ଚା ପାଇଁ ଅଧିକ ପୁଞ୍ଜି ନିବେଶ ଆବଶ୍ୟକ ହେଉଥିଲା ଏବଂ ପ୍ରକ୍ରିୟାକରଣ ପାଇଁ ଅଧିକ ପରିମାଣର ପ୍ରାରମ୍ଭିକ ନିବେଶର ଆବଶ୍ୟକତା ଥିଲା । ଫଳରେ ଏଠାକାର ମାଲିକମାନେ ପୁଞ୍ଜି ଯୋଗାଡ କରିବା ନିମିତ୍ତ ଲଣ୍ଡନ ('ଷ୍ଟର୍ଲିଂ ଫାର୍ମସ୍') କିମ୍ବା କଲମ୍ବୋ ('ଟଙ୍କା ଫାର୍ମ')ରେ ଅବସ୍ଥିତ ବୃହତ ଇଂରାଜୀ ଏକତ୍ରିତ କମ୍ପାନୀର ସହାୟତା ନେବାକୁ ବାଧ୍ୟ ହେଲେ । ଏହିପରି ଭାବରେ ଚା ଶିଳ୍ପରେ ଏକଚାଟିଆ ବ୍ୟବସାୟ, ଶ୍ରୀଲଙ୍କାର ଅର୍ଥନୀତିକୁ ବିପର୍ଯ୍ୟୟ କରି କୃଷକ ସମାଜ ପାଇଁ ବିପଦର କାରଣ ବନିଯାଇଥିଲା ।

ମୁକ୍ତି ସଂଗ୍ରାମର ପ୍ରାରମ୍ଭ[ସମ୍ପାଦନା]

ଅଙ୍ଗାରିକା ଧର୍ମପାଳ ପରି ବୌଦ୍ଧ ପୁନରୁତ୍‌ଥାନବାଦୀ ବୌଦ୍ଧ ଧର୍ମକୁ ସଂହଳୀ ଚେତନା ସହିତ ଯୋଡିବା ଆରମ୍ଭ କରି ଏକ ସିଂହଳି-ବୌଦ୍ଧ ଚେତନା ସୃଷ୍ଟି କରି ଏକ ସାମାଜିକ ଆନ୍ଦୋଳନ ସହିତ ଜଡିତ ହୋଇଥିଲେ । ଏହା ବିଶେଷ ଭାବରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଚାଷୀଙ୍କୁ ଆକର୍ଷିତ କରିଥିଲା, ଯେଉଁମାନେ ବର୍ତ୍ତମାନର ବ୍ରିଟିଶ ଶାସକମାନଙ୍କଦ୍ୱାରା ସୃଷ୍ଟି ହୋଇଥିବା ମୁଦାଲିୟର ନାମକ ନୂତନ ଗୋଷ୍ଠୀ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେ ।

୧୯୧୫ ମସିହାରେ କଲମ୍ବୋରେ ମୁସଲମାନମାନଙ୍କ ବିରୁଦ୍ଧରେ ବାଣିଜ୍ୟିକ-ଜାତିଗତ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ବୌଦ୍ଧ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବ୍ରିଟିଶମାନଙ୍କ ବିରୋଧରେ ଏହା ମଧ୍ୟ ଏକ ବିରୋଧ ହୋଇଥିବାରୁ ବ୍ରିଟିଶମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଧର୍ମପାଳଙ୍କ ଗୋଡ ଭାଙ୍ଗିଯାଇ ସେ ଜାଫନାରେ ଗୃହବନ୍ଦୀ ଭାବେ ରହିଲେ; ସେଠାରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ୧୯୧୫ର ଏହି ଦଙ୍ଗା ସମୟରେ ବ୍ରିଟିଶ ଉପନିବେଶ ସରକାରଦ୍ୱାରା ଶହ ଶହ ସିଂହଳି ତଥା ବୌଦ୍ଧଧର୍ମୀଙ୍କୁ ଗିରଫ କରାଯାଇଥିଲା ।

୧୯୧୯ ମସିହାରେ ଅଧିକ ସ୍ୱାଧୀନତା ଦାବୀ ପୂର୍ବକ ଆନ୍ଦୋଳନ ପାଇଁ ସିଲୋନ୍ ନ୍ୟାସନାଲ କଂଗ୍ରେସ (CNC) ପ୍ରତିଷ୍ଠା କରାଯାଇଥିଲା । ଏହା ମୁଖ୍ୟତଃ ଧର୍ମପାଳଙ୍କୁ ବିରୋଧ କରୁଥିବା କମ୍ପ୍ରାଡୋର ଅଭିଜିତଙ୍କ ପ୍ରତିନିଧିତ୍ୱ କରିଥିଲା । ତେବେ ଏହି ସିଲୋନ୍ ନ୍ୟାସନାଲ କଂଗ୍ରେସ ଡୋନୋମୋର ସାମ୍ବିଧାନିକ ଆୟୋଗଦ୍ୱାରା "ସାର୍ବଜନୀନ ମତାଧିକାର" ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ ।

ୟୁଥ ଲିଗ[ସମ୍ପାଦନା]

ଧର୍ମପାଳଙ୍କ ଅନୁସରଣକାରୀ ଯୁବକମାନେ ନିଜକୁ "ୟୁଥ୍ ଲିଗ" ଭାବେ ସଂଗଠିତ କରି ଶ୍ରୀଲଙ୍କା ପାଇଁ ସ୍ୱାଧୀନତା ଏବଂ ନ୍ୟାୟ ଦାବୀରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ତେବେ ଧର୍ମପାଳଙ୍କ ୟୁଥ୍ ଲିଗ୍ ପରିବର୍ତ୍ତେ ଜାଫନାର ତାମିଲ ଯୁବକମାନେ ହିଁ ପ୍ରଥମେ ବ୍ରିଟିସ ଉପନିବେଶ ସକାରକୁ ବିରୋଧ କରିବା ଆରମ୍ଭ କଲେ । ୧୯୨୪ ମସିହାରେ "ଜାଫ୍ନା ଛାତ୍ର କଂଗ୍ରେସ" ନାମରେ ନାମିତ ହୋଇ ଜାଫ୍ନା ଯୁବ କଂଗ୍ରେସ (JYC) ପ୍ରତିଷ୍ଠା ହେଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନଦ୍ୱାରା ପ୍ରଭାବିତ ହୋଇ ଏହା ଧର୍ମନିରପେକ୍ଷ ଥିଲା ଏବଂ ସଂପୂର୍ଣ୍ଣ ସ୍ୱରାଜ (ସଂପୂର୍ଣ୍ଣ ସ୍ୱୟଂ ଶାସନ) ଦାବୀ କରୋଇବା ସହ ଜାତୀୟ ଏକତା ବଜାୟ ରହିବା ସହ ଜାତିଦ୍ୱାରା ଲଗାଯାଇଥିବା ଅସମାନତାକୁ ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ୧୯୨୭ ମସିହାରେ, JYC ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କୁ ଜାଫ୍ନା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଥିଲା । ୧୯୩୧ ମସିହାରେ ଜାଫନାରେ ହୋଇଥିବା ପ୍ରଥମ ରାଜ୍ୟ ପରିଷଦ ନିର୍ବାଚନକୁ JYC ବହିଷ୍କାର କରିବା ସହ ଯୁକ୍ତି ବାଢିଥିଲା ​​ଯେ ଡୋନୋମୋରେ କମିଶନଙ୍କ ସଂସ୍କାର ପର୍ଯ୍ୟାପ୍ତ ଭାବେ ସ୍ୱୟଂ ଶାସନ ଭାବେ ଗ୍ରହଣୀୟ ନୁହେଁ ।[୨]

୧୯୩୦ ଦଶକରେ ଦକ୍ଷିଣରେ ୟୁଥ୍ ଲିଗ୍ ଗଠନ କରାଯାଇଥିଲା । ଏଥିରେ ପ୍ରାୟ କୋଟିଏ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ଯେଉଁମାନେ ବାମପନ୍ଥୀ ଆଦର୍ଶଦ୍ୱାରା ପ୍ରଭାବିତ ବ୍ରିଟେନରୁ ଶିକ୍ଷା ସମାପ୍ତ କରି ଫେରି ଆସିଥିଲେ । ସିଲୋନ ଜାତୀୟ କଂଗ୍ରେସର ମନ୍ତ୍ରୀମାନେ ଦେଶପାଇଁ ସ୍ୱାଧୀନତା ଦାବି କରିବା ପରିବର୍ତ୍ତେ ସେମାନଙ୍କର କ୍ଷମତା ବୃଦ୍ଧି ପାଇଁ ବ୍ରିଟିଶ କଲୋନୀ ସରକାରଙ୍କୁ ନିବେଦନ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତେବେ ୟୁଥ୍ ଲିଗ୍ଦ୍ୱାରା ଜୋରଦାର ବିରୋଧ ଅଭିଯାନ ପରେ ସେମାନେ ଏହି ସ୍ମାରକପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ।[୩]

ସାଉଥ୍ କଲମ୍ବୋ ୟୁଥ୍ ଲିଗ୍ ୱେଲାୱାଟ୍ ସ୍ପିନିଂ ଏବଂ ବୁଣାକାର ମିଲରେ ଏକ ଧର୍ମଘଟରେ ଜଡିତ ହୋଇଯାଇଥିଲା । ଏହା ସିଂହଳ ଭାଷାରେ କାମକୁରୁୱା (ଦି ୱାର୍କର୍) ନାମରେ ଏକ ସାମୟିକ ପତ୍ରିକା ପ୍ରକାଶ କରିଥିଲା ​​।

ସୂରିଆ ମାଲ ଆନ୍ଦୋଳନ[ସମ୍ପାଦନା]

ଆର୍ମିଷ୍ଟାଇସ୍ ଦିବସ (୧୧ ନଭେମ୍ବର)ରେ ପପି (ଦେଶପାଇଁ ଶହୀଦ ହୋଇଥିବା ସୈନ୍ୟଙ୍କ ସମ୍ମାନାର୍ଥେ ପ୍ରଦାନ କରାଯାଉଥିବା ଏକପ୍ରକାର ଫୁଲ) ବିକ୍ରିର ଆୟକୁ ଶ୍ରୀଲଙ୍କାର ପୂର୍ବତନ ସୈନ୍ୟଙ୍କ ସୁବିଧାକୁ ଆଖିବୁଜିଦେଇ ବ୍ରିଟିଶ ପୂର୍ବତନ ସୈନ୍ୟଙ୍କ ସୁବିଧା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ଜୋରଦାର ବିରୋଧ କରାଯାଇଥିଲା । ଏହି ଅବସରରେ ଏଲିଆନ୍ ପେରେରା, ବ୍ରିଟିଶ ଅଧିକୃତ ସିଲୋନର ଅନ୍ୟତମ ପୂର୍ବତନ ସାମରିକ କର୍ମଚାରୀ, ଏହାକୁ ବିରିଧ ପୂର୍ବକ ଏହି ଦିନ ସୁରିଆ (ପୋର୍ଟିଆ ଗଛ) ଫୁଲ ବିକ୍ରୀ କରିଥିଲେ, ଯାହାର ଆୟ ସିଲୋନର ପୂର୍ବତନ ଅଭାବୀ ସୈନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା ।

ସାଉଥ୍ କଲମ୍ବୋ ୟୁଥ୍ ଲିଗ୍ ବର୍ତ୍ତମାନ ସୁରିଆ-ମାଲ୍ ଆନ୍ଦୋଳନରେ ଜଡିତ ହୋଇ ସାମ୍ରାଜ୍ୟବାଦୀ ତଥା ଯୁଦ୍ଧ ବିରୋଧୀ ଭିତ୍ତିରେ ଏହାକୁ ପୁନର୍ଜୀବିତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ପ୍ରତିବର୍ଷ ଯୁବକ ଓ ଯୁବତୀମାନେ ପପି ବିକ୍ରେତାମାନଙ୍କ ସହିତ ପ୍ରତିଯୋଗିତାରେ ଆର୍ମିଷ୍ଟାଇସ୍ ଦିବସରେ ରାସ୍ତାରେ ସୁରିଆ ଫୁଲ ବିକ୍ରି କରୁଥିଲେ । ସୁରିଆ ମାଲର କ୍ରେତାମାନେ ସାଧାରଣତଃ ସମାଜର ଗରିବ ଶ୍ରେଣୀର ଥିଲେ ଏବଂ ସଂଗୃହିତ ପାଣ୍ଠି ବଡ଼ ଆକାରର ନ ଥିଲା । କିନ୍ତୁ ଏହି ଆନ୍ଦୋଳନ ସେହି ସମୟର ସାମ୍ରାଜ୍ୟବାଦୀ ବିରୋଧୀ ମାନସିକ ଯୁବକମାନଙ୍କ ପାଇଁ ଏକ ସମାବେଶ ପ୍ରଦାନ କରିଥିଲା । ବ୍ରିଟିଶ ଉପନିବେଶ କର୍ତ୍ତୃପକ୍ଷଙ୍କଦ୍ୱାରା 'ଷ୍ଟ୍ରିଟ୍ କଲେକ୍ସନ୍ ରେଗୁଲେସନ୍ ଅର୍ଡିନାନ୍ସ' ମାଧ୍ୟମରେ ଏହି ଆନ୍ଦୋଳନର ପ୍ରଭାବକୁ ରୋକିବାକୁ ଚେଷ୍ଟା କରାଯାଇଥିଲା ।

ସ୍ୱାଧୀନ ଶ୍ରୀଲଙ୍କା ବିଲ[ସମ୍ପାଦନା]

ଶ୍ରୀଲଙ୍କାରେ ବ୍ରିଟିଶ ଉପନିବେଶ ସରକାର ତଥା ସରକାରଙ୍କ ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ଜନମତ ପ୍ରବଲ ହେବାକୁ ଲାଗିଲା । ପ୍ରଥମ କରି ନଭେମ୍ବର ୧୯୪୪ ରେ, ପାନାଦୁରା ପାଇଁ ରାଜ୍ୟ ପରିଷଦର ସଦସ୍ୟ ସାର୍ ସୁସନ୍ତ ଦେ ଦେ ଫୋନସେକା ରାଜ୍ୟ ପରିଷଦରେ ସ୍ୱାଧୀନ ଶ୍ରୀଲଙ୍କା ପାଇଁ ଏକ ଆଧିପତ୍ୟ-ସମ୍ବିଧାନର ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ, ୧୯ ଜାନୁୟାରୀ ୧୯୪୫ରେ ରାଜ୍ୟ ପରିଷଦରେ ଡୋମିନିୟନ ସ୍ଥିତିର "ସ୍ୱାଧୀନ ଶ୍ରୀଲଙ୍କା ବିଲ୍" ପ୍ରବର୍ତ୍ତିତ ହୋଇଥିଲା ।

ସିଲୋନ୍ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ୨୭-୨୮ ଜାନୁୟାରୀ ୧୯୪୫ରେ ଅନୁଷ୍ଠିତ ହୋଇଥିଲା ଏହାର ସଭାପତି ଜର୍ଜ ଇ ଡି ସିଲଭା ଏକ ବାର୍ତ୍ତାରେ କହିଥିଲେ ଯେ ଆଜି ଆମେ ସ୍ୱାଧୀନତା ପାଇଁ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଛୁ । ତେଣୁ ସଂପୂର୍ଣ୍ନ ସ୍ୱାଧୀନତାରୁ କମ୍ କିଛି ବି ଗ୍ରହଣ କରାଯାଇପାରିବ ନାହିଁ । ସିଲୋନ ଜାତୀୟ କଂଗ୍ରେସ ତେଣୁ'ଏକ ସଂପୂର୍ଣ୍ଣ ସ୍ୱାଧୀନ ଶ୍ରୀଲଙ୍କା ଲଙ୍କା ପାଇଁ ଏକ ନୂତନ ସମ୍ବିଧାନ' ପ୍ରଦାନ କରୁଥିବା ବିଲ୍ ଆଣିବାକୁ ତାର ଦାବୀ ଦୋହରାଇଲା । ଫଳରେ ଏହି ବିଲ ଫଳପ୍ରଦ ହୋଇପାରି ନ ଥିଲା ।

୪ ଫେବୃଆରୀ ୧୯୪୮ରେ ବ୍ରିଟେନ ସହିତ ସାମରିକ ଚୁକ୍ତିନାମା ସହିତ ଡୋମିନିଅନ୍ ସ୍ୱାଧୀନତା ସ୍ଥିତି ଅନୁସରଣ କରାଯାଇଥିଲା, ଏହା ପରେ ସ୍ୱାଧୀନତାକୁ ପରିସୀମା ବୃଦ୍ଧି କରାଯାଇଥିଲା ଏବଂ ସେନାନାଇକେ ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।[୪] ୧୯୪୯ ମସିହାରେ, ସିଲୋନ୍ ତାମିଲମାନଙ୍କର ନେତାଙ୍କ ସହମତି କ୍ରମେ ୟୁଏନପି ସରକାର ଭାରତୀୟ ତାମିଲ ଶ୍ରମିକମାନଙ୍କୁ ଅସମ୍ମାନ କରିଥିଲେ । ସିଂହଳି କାଣ୍ଡିଆନ ନେତାଙ୍କୁ ଖୁସି କରିବା ପାଇଁ ତଥା ସଂହଳି ତାମିଲଙ୍କ ଭୋତରେ ବୀଜୟୀ ହେବାପାଇଁ ସେନାନାୟକେଙ୍କୁ ଏହି ମୂଲ୍ୟ ଦେବାକୁ ପଡିଥିଲା । ୧୯୫୨ ମସିହାରେ ଘୋଡାରୁ ଖସିଯିବା ପରେ ସେନାନାଇକେଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁତ୍ର ତତ୍କାଳୀନ କୃଷି ମନ୍ତ୍ରୀ ଡୁଡଲି ସେନାୟାକେଙ୍କ ଉତ୍ତରାଧିକାରୀ ହୋଇଥିଲେ । ୧୯୫୩ ମସିହାରେ ସେ ୟୁଏନପି ବିରୋଧରେ ବାମପନ୍ଥୀ ଦଳଙ୍କଦ୍ୱାରା ଏକ ବୃହତ ସାଧାରଣ ଧର୍ମଘଟ ପରେ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଜଣେ ବରିଷ୍ଠ ରାଜନେତା ତଥା ଡୁଡଲି ସେନାନାଇକେଙ୍କ ମାମୁଁ ଜନ୍ କୋଟେଲାୱାଲା ରହିଥିଲେ । କୋଟେଲାୱାଲାଙ୍କର ବ୍ୟକ୍ତିଗତ ସମ୍ମାନ କିମ୍ବା ରାଜନୈତିକ ଆଭିମୁଖ୍ୟ ନ ଥିଲା । ରାଜନୈତିକ ସକ୍ରିୟ ବୌଦ୍ଧ ଭିକ୍ଷୁମାନଙ୍କୁ ଆକ୍ରମଣ କରି ସେ ବଣ୍ଡାରାଇଙ୍କ ସମର୍ଥକ ଥିବା ବୌଦ୍ଧ ସମର୍ଥନକୁ ମଧ୍ୟ ବିରୋଧ କରିଥିଲେ ।

୧୯୫୬ ମସିହାରେ, ସିନେଟ୍ ରଦ୍ଦ ହେଲା ଏବଂ ସିଂହଳୀ ସରକାରୀ ଭାଷା ଭାବରେ ତାମିଲ୍ ସହିତ ଦ୍ୱିତୀୟ ଭାଷା ଭାବରେ ପ୍ରତିଷ୍ଠିତ ହେଲା । ଲଣ୍ଡନରେ ଥିବା ପ୍ରିଭୀ କାଉନସିଲର ଜୁଡିସିଆଲ୍ କମିଟିରେ ଅପିଲକୁ ରଦ୍ଦ କରି ମାର୍କ୍ସବାଦୀ କାର୍ଯ୍ୟକ୍ରମର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଏବଂ “ମାଲିକାନା କମ୍ପାନୀଗୁଡିକଦ୍ୱାରା ଚାଲିଥିବା ବିନିଯୋଗକୁ ରୋକିବା” ପାଇଁ ବୃକ୍ଷରୋପଣ ଜାତୀୟକରଣ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. Brass, Paul (2010-06-18). Routledge Handbook of South Asian Politics : India, Pakistan, Bangladesh, Sri Lanka, and Nepal. ISBN 9780415434294.
  2. "Wayback Machine". web.archive.org. 14 May 2011. Retrieved 20 November 2020. Cite uses generic title (help)
  3. "Lerski: Origins of Trotskyism in Ceylon (Chap.1)". www.marxists.org. Retrieved 20 November 2020.
  4. "Sri Lanka - Sinhalese Parties". countrystudies.us. Retrieved 20 November 2020.