Jump to content

ଶ୍ରୀରଞ୍ଜନୀ

ଉଇକିପିଡ଼ିଆ‌ରୁ
ଶ୍ରୀରଞ୍ଜନୀ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୯-ଏବେଯାଏଁ
ବୈବାହିକ-ସାଥୀଏମ୍. ଭି. ରାଜଶେଖର(୨୦୦୦-ଏବେଯାଏଁ)
ସନ୍ତାନ

ଶ୍ରୀରଞ୍ଜନୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ବିଭିନ୍ନ ତାମିଲ କଥାଚିତ୍ରରେ ମୁଖ୍ୟତଃ ସହାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ିକ ହେଲା ଅଲାଇପାୟୁଥେ (୨୦୦୦), ଆନିଆନ୍ (୨୦୦୫) ଓ ମୋଜି (୨୦୦୭) ।[]

୧୯୭୧ ମସିହାରେ, ସେ ମହାରାଷ୍ଟ୍ରର ବମ୍ବେଠାରେ ଏକ ମରାଠୀ ଆଂଗ୍ଲୋ-ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] କେ ବାଲଚନ୍ଦ୍ରଙ୍କ ନିର୍ଦ୍ଦେଶିତ ଟେଲିଭିଜନ ଧାରାବାହିକ କସଲବୁ ନେସମ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ମଣିରତ୍ନମଙ୍କ ଅଲାଇପାୟୁଥେରେ (୨୦୦୦) ମାଧବନଙ୍କ ଭାଉଜ ଭୂମିକାରେ ଅଭିନୟ ପାଇଁ ଅଫର ମିଳିବା ପରେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । [] ତାଙ୍କ ପରବର୍ତ୍ତୀ ଭୂମିକା ଯାହା ପ୍ରଶଂସା ପାଇଥିଲା ତାହା ଥିଲା ଶଙ୍କରଙ୍କର ଦ୍ୱାରା ନିର୍ମିତ କଥାଚିତ୍ର ଆନିଆଁ (୨୦୦୫), ଯେଉଁଥିରେ ସେ ଜଣେ ଆୟଙ୍ଗର ପତ୍ନୀଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୨୦୧୩ ସେପ୍ଟେମ୍ବର ସୁଦ୍ଧା, ସେ ୫୪ରୁ ଅଧିକ କଥାଚିତ୍ରରେ କାମ କରିଥିଲେ ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ତାଙ୍କ ପୁଅ ମୈଥ୍ରେୟା ରାଜଶେଖର ମଧ୍ୟ ଜଣେ ଅଭିନେତା, ଯିଏକି ଥିରୁମନମ୍ (୨୦୧୮-୨୦) ଓ ଅନ୍‌ବୁଲ୍ଲା ଘିଲ୍ଲି (୨୦୨୨)ରେ ଅଭିନୟ କରିଛନ୍ତି ।[][]

  1. The News Minute (15 July 2019). "From being national level athlete to Kollywood's amma: Actor Sriranjani" (in ଇଂରାଜୀ). Archived from the original on 9 June 2022. Retrieved 9 June 2022.
  2. ୨.୦ ୨.୧ "Vanakkam Tamizha with Actress Sri Ranjani". YouTube.
  3. "My First Break". 18 September 2009 – via The Hindu.
  4. "I want to play a modern mom". Archived from the original on 25 November 2013.
  5. "Sriranjani, the mother of all films". Cinema Express (in ଇଂରାଜୀ). 8 July 2019. Archived from the original on 9 June 2022. Retrieved 9 June 2022.
  6. "Anbulla Ghilli Movie Review: Excruciating mess of a pet film". Cinema Express. Archived from the original on 2 April 2023. Retrieved 15 June 2023.

ବାହାର ଲିଙ୍କ୍

[ସମ୍ପାଦନା]