Jump to content

ଶ୍ରୀନିବାସ ପାଠୀ

ଉଇକିପିଡ଼ିଆ‌ରୁ
ଶ୍ରୀନିବାସ ପାଠୀ
ଜନ୍ମ ଓ ଜନ୍ମସ୍ଥାନ (1960-06-25) ୨୫ ଜୁନ ୧୯୬୦ (ବୟସ ୬୫)
ଦୋଳମଣ୍ଡପ ସାହି, ପୁରୀ
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପୁରୁଷୋତ୍ତମ ଶ୍ରୀଜଗନ୍ନାଥ
ଜୀବନସାଥୀମଧୁସ୍ମିତା ମିଶ୍ର
ପିତାମାତାବାସୁଦେବ ପାଠୀ

ଶ୍ରୀନିବାସ ପାଠୀ (ଜନ୍ମ:୨୫ ଜୁନ ୧୯୬୦) ଜଣେ ଓଡ଼ିଆ କବି, ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଗ୍ରନ୍ଥ ପାଇଁ ବିଶେଷ ଜଣାଶୁଣା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଶ୍ରୀନିବାସ ପୁରୀ ଜିଲ୍ଲାର ଦୋଳମଣ୍ଡପ ସାହିରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୫ରେ ମାଟ୍ରିକ୍, ୧୯୭୭ରେ ଇଣ୍ଟରମିଡ଼ିଏଟ୍ ଓ ୧୯୭୯ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକ ଉପାଧି ଲାଭ କରିଥିଲେ । ତତ୍ପରେ ସେ ୧୯୮୧ରେ ରାଜନୀତି ବିଜ୍ଞାନ, ୧୯୯୬ରେ ଦୂର ଶିକ୍ଷା ଓ ୧୯୯୭ରେ ସାଧାରଣ ପ୍ରଶାସନ ଆଦି ୩ଟି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ୧୯୯୧ରେ ସେ Leadership and Authority Pattern in Developing Societies: A Study of Trade Unionism ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍ ଡି ଓ ଗାନ୍ଧିଆନ ଷ୍ଟଡ଼ିଜରେ ପିଜି ଡିପ୍ଲୋମା ଉପାଧି ପ୍ରାପ୍ତ ହୋଇଥିଲେ । ଦୀର୍ଘ ୩୩ ବର୍ଷରୁ ଅଧିକ ସମୟ ଧରି ସେ ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟାପନା କରିବା ପରେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗରେ ବରିଷ୍ଠ ପ୍ରଫେସର ଓ ବିଭଗୀୟ ମୁଖ୍ୟ, ସାମାଜିକ ବିଜ୍ଞାନ ବିଭାଗରେ ଡିନ୍ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ । ଦେଶ ବିଦେଶର ବହୁ ଛାତ୍ରଛାତ୍ରୀ ତାଙ୍କ ଅଧିନରେ Ph. D ଓ M. Phil ଡିଗ୍ରୀ ଲାଭ କରିଛନ୍ତି । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅନେକ ସଂପାନମାନଙ୍କରେ ନିଜର ଗବେଷଣାତ୍ମକ ନିବନ୍ଧମାନ ଉପସ୍ଥାପନ କରିବା ସହିତ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ପୁସ୍ତକ ପ୍ରଣୟନ କରିଛନ୍ତି ।[][]

ରଚନାବଳୀ

[ସମ୍ପାଦନା]

ଇଂରାଜୀ

[ସମ୍ପାଦନା]
  • Public Administration Today : Macro and Micro Issues
  • Distance Education in India : Problems & Prospects
  • Political Sociology : Ideas & Issues
  • Trade Union Leadership in India : A Developmental Model
  • Public Policy in Orissa – Problems and Prospects

ଓଡ଼ିଆ

[ସମ୍ପାଦନା]
  • ସମ୍ପର୍କ (କବିତା)
  • ସମୁଦ୍ର କୂଳର ରାଜା (ଗଳ୍ପ)
  • ପୁରୁଷୋତ୍ତମ ଶ୍ରୀଜଗନ୍ନାଥ (ନିବନ୍ଧ)
  • ପୁରୀରୁ ପ୍ରିଟୋରିଆ (ଭ୍ରମଣ କାହାଣୀ)