ଶ୍ରୀତମା ମୁଖାର୍ଜୀ
ଶ୍ରୀତମା ମୁଖାର୍ଜୀ | |
|---|---|
| ଜନ୍ମ | ୩ ନଭେମ୍ବର ୧୯୯୩ |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ଶ୍ରୀ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
| ପ୍ରସିଦ୍ଧି | ଦେଖା ଏକ୍ ଖ୍ୱାବ୍ ବେଷ୍ଟ ଫ୍ରେଣ୍ଡ ଫର୍ଏଭର୍ ଦୋ ଦିଲ୍ ଏକ୍ ଜାନ୍ |
ଶ୍ରୀତମା ମୁଖାର୍ଜୀ (ଜନ୍ମ: ୩ ନଭେମ୍ବର ୧୯୯୩) ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଦେଖା ଏକ୍ ଖ୍ୱାବ୍ରେ ରାଜକୁମାରୀ ଜୈନନନ୍ଦିନୀ ଭୂମିକାରେ, କୁଛ୍ ତୋ ହୈ ତେରେ ମେରେ ଦର୍ମିୟାନ୍ରେ କୋୟଲ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୧୯୯୩ ମସିହାର ନଭେମ୍ବର ୩ ତାରିଖରେ, ରାଜସ୍ଥାନର କୋଟାଠାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ପିଲାଦିନ କୋଟରେ କଟିଥିଲା ।[୨] ସେ ଶିକ୍ଷାଗ୍ରହଣ ଛାଡ଼ି ଅଭିନୟକୁ ପେଷା ଭାବରେ ଗ୍ରହଣ କରିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ ।[୩]
ଅଭିନୟ ଜୀବନ
[ସମ୍ପାଦନା]୨୦୧୧ ମସିହାରେ, ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ଦେଖା ଏକ୍ ଖ୍ୱାବ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଧାରାବାହିକରେ, ସେ ରାଜକୁମାରୀ ଜୈନନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ।[୪][୫] ୨୦୧୫ ମସିହାରେ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଦୋ ଦିଲ୍ ଏକ୍ ଜାନ୍ରେ, ସେ ବେଦିକା ଭୂମିକାରେ ଅଭିନୟ କରିଥିଲେ ।[୬] ୨୦୧୫ ମସିହାରେ, ସେ ଏକ ତୁଲୁ ଭାଷାର କଥାଚିତ୍ର ସୂମ୍ବେରେ କାମ କରିଥିଲେ, ଯାହାକି ୧୩ ମାର୍ଚ୍ଚ ୨୦୧୫ରେ ତୁଲୁ ଭାଷାଭାଷୀ ଅଞ୍ଚଳରେ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାରେ, ସେ ଟସନ୍-ଏ-ଇସ୍କରେ ମାହି ଭୂମିକାରେ ଅଭିନୟ କରିଥିଲେ ।[୭]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚେନାଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୧୧–୨୦୧୨ | ଦେଖା ଏକ୍ ଖ୍ୱାବ୍ | ରାଜକୁମାରୀ ଜୈନନନ୍ଦିନୀ | ସୋନି ଟିଭି | ମୁଖ୍ୟ ଖଳନାୟିକା |
| ୨୦୧୨–୨୦୧୩ | ବେଷ୍ଟ ଫ୍ରେଣ୍ଡସ୍ ଫର୍ଏଭର୍ | ବୀନିତା | ଚେନାଲ୍ ଭି | ମୁଖ୍ୟ ନାୟିକା |
| ୨୦୧୩–୨୦୧୪ | ଦୋ ଦିଲ୍ ଏକ୍ ଜାନ୍ | ବେଦିକା | ଲାଇଫ୍ ଓକେ | |
| ୨୦୧୪ | ୟେ ଜୱାନି ତା ରା ରି ରି | କିମାୟା | ଚେନାଲ୍ ଭି | |
| ଗୁସ୍ତାଖ ଦିଲ୍ | ଜସ୍ମିନ | ଲାଇଫ୍ ଓକେ | ମୁଖ୍ୟ ଖଳନାୟିକା | |
| ୨୦୧୫ | କଲସ - ଏକ୍ ବିଶ୍ୱାସ୍ | ସାକ୍ଷୀ ଦେଓଲ | ଲାଇଫ୍ ଓକେ | [୮][୯][୧୦] |
| କୁଛ୍ ତୋ ହୈ ତେରେ ମେରେ ଦର୍ମିୟାନ୍ | କୋୟଲ ଘୋଷ | ଷ୍ଟାର୍ ପ୍ଲସ୍ | ମୁଖ୍ୟ ନାୟିକା[୧୧] | |
| ୨୦୧୬ | ଟସନ-ଏ-ଇସ୍କ | ମାହି | ଜୀ ଟିଭି | |
| ୨୦୧୭ | ଏକ୍ ବିବାହ ଐସା ଭି | ସୋନାଲି | ଆଣ୍ଡ ଟିଭି | |
| ୨୦୧୮ | କୌନ୍ ହୈ? | କଲର୍ସ ଟିଭି | ଅଧ୍ୟାୟଗତ ଭୂମିକା |
ଆଧାର
[ସମ୍ପାଦନା]- ↑ Aamir, S. M. (2015-10-01). "Beyond the comfort zone". The Hindu (in Indian English). ISSN 0971-751X. Retrieved 2019-07-25.
- ↑ "Kota girl Shritama still misses her hometown - Times of India". The Times of India (in ଇଂରାଜୀ). 7 September 2015. Retrieved 2019-07-25.
- ↑ "Shritama Mukherjee: I am in love and will get married soon - Times of India". The Times of India (in ଇଂରାଜୀ). 12 September 2015. Retrieved 2019-07-25.
- ↑ "Jainandini to get Manyata (Moniya) drunk; will get scolded by Rajmata". Telly Chakkar.
- ↑ "Monia-Jainandini's cold war in Dekha Ek Khwaab". Telly Chakkar.
- ↑ "Kanwar Dhillon and Shritama the new leads in 'Do Dil... Ek Jaan' - Times of India". The Times of India (in ଇଂରାଜୀ). 17 December 2013. Retrieved 2019-07-25.
- ↑ "Shritama Mukherjee the new lead in Tashan-E-Ishq - Times of India". The Times of India (in ଇଂରାଜୀ). 2 February 2016. Retrieved 2019-07-25.
- ↑ "Shritama Mukherjee to enter 'Kalash' - Times of India ►". The Times of India (in ଇଂରାଜୀ). 4 May 2015. Retrieved 2019-07-25.
- ↑ "Kota girl Shritama Mukherjee wants to play a bechari ladki on screen - Times of India". The Times of India (in ଇଂରାଜୀ). 11 May 2015. Retrieved 2019-07-25.
- ↑ "Donal Bisht replaces Shritama in TV show - Times of India". The Times of India (in ଇଂରାଜୀ). 18 July 2015. Retrieved 2019-07-25.
- ↑ "Shritama Mukherjee, Vibhav Roy, Gautam Gupta come together for a TV show". The Indian Express (in Indian English). 2015-09-08. Retrieved 2019-07-25.